ସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣ

ଓମାଇକ୍ରୋନ ପ୍ରକାରଣ [a] ସାର୍ସ-ସିଓଭି-୨ର ଏକ ପ୍ରକାରଣ ଓ ଏହା କୋଭିଡ-୧୯ ରୋଗର କାରଣ । ଏହି ପ୍ରକାରଣ ପ୍ରଥମେ ୨୦୨୧ ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ (ଡବ୍ଲୁଏଚଓ) ଜଣାଯାଇଥିଲା ।[୧] ୨୦୨୧ ନଭେମ୍ବର ୨୬ରେ ଡବ୍ଲ୍ୟୁଏଚଓ ଏହାକୁ ଚିନ୍ତାର ଏକ କାରଣ ବୋଲି ଭାବରେ ନାମିତ କରିଥିଲା ଏବଂ ଗ୍ରୀକ ବର୍ଣ୍ଣମାଳାର ପଞ୍ଚଦଶ ଅକ୍ଷର ଓମାଇକ୍ରୋନ ନାମରେ ଏହାକୁ ନାମିତ କରିଥିଲା ।[୨][୩]

ଏହି ପ୍ରକାରଣରେ ଅସାଧାରଣ ଭାବରେ ବହୁ ସଂଖ୍ୟକ ମ୍ୟୁଟେସନ ରହିଛି । ସେଥି ମଧ୍ୟରୁ ଅନେକ ନୂଆ (ଅଟାପୋମୋର୍ଫି ନାମରେ ମଧ୍ୟ ଜଣାଶୁଣା) ଏବଂ ଯାହା ସେଥିରୁ ଅନେକ ଭୂତାଣୁର ଆବିଷ୍କାର ସମୟରେ ଅଧିକାଂଶ ଟିକା ଲକ୍ଷ୍ୟ ପାଇଁ ବ୍ୟବହୃତ ସ୍ପାଇକ ପ୍ରୋଟିନକୁ ପ୍ରଭାବିତ କରନ୍ତି । ଏହି ସ୍ତରର ଭିନ୍ନତା ଟ୍ରାନ୍ସମିସିବିଲିଟି, ରୋଗ ପ୍ରତିରୋଧକୁ ଫାଙ୍କିବା ଏବଂ ଟିକାର ପ୍ରତିରୋଧକ ଶକ୍ତି ବାବଦରେ ଚିନ୍ତା ସୃଷ୍ଟିକରିଛି । ଏଣୁ ଏହି ପ୍ରକାରଣକୁ ତୁରନ୍ତ "ଚିନ୍ତାର କାରଣ" ଭାବରେ ନାମିତ କରାଯାଇଥିଲା ଏବଂ ଏହାର ଆନ୍ତର୍ଜାତୀୟ ବିସ୍ତାରକୁ ସୀମିତ କିମ୍ବା ମନ୍ଥର କରିବା ପାଇଁ ଅନେକ ଦେଶ ଭିତରେ ଯାତାୟତ ପ୍ରତିବନ୍ଧକ ଲଗାଯାଇଥିଲା ।

ଆଧାର ସମ୍ପାଦନା

  1. "Classification of Omicron (B.1.1.529): SARS-CoV-2 Variant of Concern". World Health Organization. 26 November 2021. Archived from the original on 26 November 2021. Retrieved 26 November 2021.
  2. Parekh, Marcus; Platt, Poppie; Team, Global Health Security; Barnes, Joe (26 November 2021). "Coronavirus latest news: EU suspends all flights to southern Africa over omicron Covid variant fears". The Telegraph (in ବ୍ରିଟିଶ୍‌ ଇଂରାଜୀ). ISSN 0307-1235. Archived from the original on 26 November 2021. Retrieved 26 November 2021.
  3. Meyer, David (26 November 2021). "What's Omicron? Here's what we know and don't know about the new COVID variant that's roiling markets and air travel". Fortune. Archived from the original on 26 November 2021. Retrieved 26 November 2021.


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।