ସାରି ମନ୍ଦିର

ଏହା ଏକ ଅଷ୍ଟମ ଶତାବ୍ଦୀରେ ନିର୍ମିତ ବୁଦ୍ଧ ମନ୍ଦିର ଯାହା ଇଣ୍ଡୋନେସିଆର ଯୋଗ୍ୟା ବିଶେଷ ସ୍ଥାନରେ ଥିବା ସଲେମାନ

ସାରି ମନ୍ଦିର, ଅନ୍ୟ ନାମ “କାନ୍ଦି ବେଣ୍ଡନ” ଏକ ଅଷ୍ଟମ ଶତାବ୍ଦୀରେ ନିର୍ମିତ ବୁଦ୍ଧ ମନ୍ଦିର[] ଯାହା ଇଣ୍ଡୋନେସିଆର ଯୋଗ୍ୟା ବିଶେଷ ସ୍ଥାନରେ ଥିବା ସଲେମାନ ରିଜେନ୍ସିର ଟିର୍ତୋମାରତାନି ଗ୍ରାମର ଦୁସୁନ ବେଣ୍ଡାନରେ ଅବସ୍ଥିତ । ଏହା କାଲାସନ (Kalasan) ମନ୍ଦିରର ଉତ୍ତର ପୂର୍ବ ଦିଗରେ ୧୩୦ ମାଇଲ ଦୂରରେ ଅବସ୍ଥିତ । ଏହା ଏକ ଦୁଇ ମହଲା ବିଶିଷ୍ଟ ଘର ଯେଉଁଥିରେ କାଠରେ ନିର୍ମିତ ବିମ, ଚଟାଣ, ଶିଡ଼ି, ଝରକା ଓ କବାଟ ଲାଗିଛି କିନ୍ତୁ ଅର୍ଗାନିକ ସାମଗ୍ରୀରେ ତିଆରି ହୋଇଥିବା ହେତୁ ନଷ୍ଟ ହୋଇଗଲାଣି । ପ୍ରଥମେ ଏହି ଘର ବୌଦ୍ଧ ଭିକ୍ଷୁମାନଙ୍କ ନିମନ୍ତେ ତିଆରି ହୋଇଥିଲା ଯାହାକୁ ବିହାର ବୌଦ୍ଧ ମୋନସଟେରୀ କୁହାଯାଉଥିଲା ।[] ଜାଭା ଭାଷାରେ ସାରି ବା ସାରେ ଅର୍ଥ ଶୟନ ଓ ସେହି କାରଣ ନିମନ୍ତେ ତିଆରି ହୋଇଥିବା ପ୍ରମାଣ ମିଳୁଛି ।

କାନ୍ଦି ସାରି ସମ୍ମୁଖ ଦୃଶ୍ୟ
କାନ୍ଦି ସାରି ପୃଷ୍ଠ ଦୃଶ୍ୟ
କାନ୍ଦି ସାରି ଅଭ୍ୟନ୍ତର
ଜାର୍ଡିନ୍ସ ଡୁ ଟ୍ରୋକାସାଡ୍ରୋରେ ପ୍ୟାରିସ୍ ଏକ୍ସପୋଜିସନ୍ ୟୁନିଭର୍ସେଲ୍ (୧୯୦୦)ରେ ଡଚ୍ ଇଷ୍ଟଇଣ୍ଡିଜ୍ ବିଭାଗ ପାଇଁ ନିର୍ମିତ ତିନୋଟି ପ୍ୟାଭିଲିୟନ୍ ମଧ୍ୟରୁ କାଣ୍ଡି ସାରୀର ଏକ ପ୍ରତିକୃତି

ଇତିହାସ

ସମ୍ପାଦନା

ଐତିହାସିକମାନଙ୍କ ମତରେ ଏହି ମନ୍ଦିର ଓ କଲସନ ମନ୍ଦିର ଏକ ସମୟରେ ତିଆରି ହୋଇଥିଲା । ପ୍ରାଣଗାରି ଲିପିରେ ସଂସ୍କୃତ ଭାଷାରେ କଲସନ ମନ୍ଦିରର ଶିଳାଲେଖରେ ସେହି ମନ୍ଦିର ୭୭୮ ମସିହାରେ ତିଆରି ହୋଇଥିବା ଲେଖାଅଛି ‘ଗୁରୁ ସାଙ୍ଗ ରାଜା ଶୈଳେନ୍ଦ୍ରବମକାଂତିଲେକ ଇଚ୍ଛା ଅନୁସାରେ ବୋଧିଷତ୍ୱ ତାରାଙ୍କ ନିମନ୍ତେ ମହାରାଜା ପନଙ୍ଗକରଣ ଏକ ପବିତ୍ର କୋ[]ଠା ଓ ବୌଦ୍ଧ ଭିକ୍ଷୁମାନଙ୍କ ନିମନ୍ତେ ଏକ ବିହାର ତିଆରି କରିଥିଲେ । କଲର ନାମକ ଏକ ଗ୍ରାମକୁ ପନଙ୍ଗକରଣ ବୌଦ୍ଧ ସଙ୍ଘକୁ ଦାନ କରିଥିଲେ । ଏଥିରୁ ଜଣାପଡ଼େ, କଲସନ ମନ୍ଦିରର ସେବା କରୁଥିବା ଭିକ୍ଷୁମାନଙ୍କ ନିମନ୍ତେ କାନ୍ଦି ଶାଢ଼ୀ ତିଆରି ହୋଇଥିଲା । ୧୯୨୦ ମସିହାରେ ଏହି ମନ୍ଦିରର ଧ୍ୱଂସାବଶେଷ ଆବିଷ୍କାର କରି ପୁନର୍ନିମାଣ ୧୯୨୦ ମସିହାରେ ଆରମ୍ଭ କରି ୧୯୩୦ ମସିହାରେ ଶେଷ ହୋଇଥିଲା । ମୂଳ ମନ୍ଦିରର କିଛି ଅଂଶ ତିଆରି ବାକି ରହିଥିଲା ।[]

ସ୍ଥାପତ୍ୟ

ସମ୍ପାଦନା

ମନ୍ଦିର ଭିତରେ ଉତ୍ତର, ମଧ୍ୟ ଓ ଦକ୍ଷିଣ ବଖରା ନାମରେ ୩ମି x ୫୮ ମି ମାପର ତିନି ବଖରା ଅଛି ୫ ୧୯୨୦ ମସିହାରେ ଏହି ମନ୍ଦିରର ଧ୍ୱଂସାବଶେଷ ଆବିଷ୍କାର କରି ପୁନର୍ନିମାଣ ୧୯୨୦ ମସିହାରେ ଆରମ୍ଭ କରି ୧୯୩୦ ମସିହାରେ ଶେଷ ହୋଇଥିଲା । ମୂଳ ମନ୍ଦିରର କିଛି ଅଂଶ ତିଆରି ବାକି ରହିଥିଲା ।[] ପୂର୍ବ ଦିଗରେ ଏମାନଙ୍କର ପ୍ରବେଶ ପଥ ଅଛି । ପ୍ରତ୍ୟକ ବଖରାରେ ପଥର ସ୍ତମ୍ବ ଅଛି ଯାହା କାଠ ବିମକୁ ଭାରା ଦେଉଛି ।

 
କାନ୍ଦି ସାରିର (Candi Sari) ଫୋଟୋ (୧୯୦୧), ଫୋଟୋ ଉତ୍ତୋଳନକାରୀ: କ୍ରିସ୍ଟିଆନ ବେଞ୍ଜାମିନ

ଉପର ମହଲାଟି ପୂଜା ଓ ଧ୍ୟାନ ନିମନ୍ତେ ତିଆରି ହୋଇଛି । ଅନ୍ୟ କେତେକ ମତରେ ତଳ ମହଲା ପୂଜା ଓ ଧ୍ୟାନ ନିମନ୍ତେ ଥିଲା ଓ ଉପରେ ମହଲା ବିଶ୍ରାମ ତଥା ଶୟନ ପାଇଁ ଥିଲା । ତଳ ମହଲାରେ କିଛି ବିଗ୍ରହ ଥିଲା ଯାହା ଅଧୁନା ନାହିଁ । ବତୀ ରଖିବା ପାଇଁ କାନ୍ଥରେ ଖୋପ ଥିଲା । ବାହାର କାନ୍ଥରେ ବୌଦ୍ଧ ଠାକୁର ମୂର୍ତ୍ତି ଥିଲା । ଏଥିରେ ତାରା ଓ ବୋଧିସତ୍ୱଙ୍କ ବାଦ୍ୟ ଯନ୍ତ୍ର ଧରିଥିବା ଛବି ଥିଲା ।[] ଝରକା ପାଖରେ ଉପର ତଳ କରି ଦୁଇ ଧାଡ଼ିରେ ବିଗ୍ରହ ଥିଲା । ମୋଟ ଉପରେ ୩୬ ବିଗ୍ରହ ଥିଲା: ପୂର୍ବ, ଦକ୍ଷିଣ ଓ ଉତ୍ତର ଦିଗରେ ୮ଟି କରି ୨୪ଟି ଓ ପଶ୍ଚିମ ଦିଗରେ ୧୨ଟି ବିଗ୍ରହ ଅଛି । ବୁଦ୍ଧ ବିଗ୍ରହ ତ୍ରିଭଙ୍ଗ ଠାଣିରେ ବସି ଛନ୍ତି ଲାଲ ଓ ନୀଳ ପଦ୍ମ ଧରିଛନ୍ତି । କାନ୍ଥରେ କିନ୍ନର ଓ କିନ୍ନରୀ ଚିତ୍ର ଅଛି ।


ଏହା ମଧ୍ୟ ଦେଖନ୍ତୁ

ସମ୍ପାଦନା
  1. Cœdès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
  2. ୨.୦ ୨.୧ ୨.୨ The information board at the Sari Temple vicinity
  3. Soetarno, Drs. R. second edition (2002). Aneka Candi Kuno di Indonesia (Ancient Temples in Indonesia), pp. 41. Dahara Prize. Semarang. ISBN 979-501-098-0.
  4. Dumarçay, Jacques (1978). translated by Michael Smithies (ed.). Borobudur. Oxford University Press. p. 47. ISBN 978-0-19-580379-2.

ବାହ୍ୟ ଲିଙ୍କ

ସମ୍ପାଦନା