ସାରିକା ସବ୍ରିନ

ବଙ୍ଗଳାଦେଶର ଅଭିନେତ୍ରୀ

ସାରିକା ସବ୍ରିନ (ଜନ୍ମ: ୨୩ ସେପ୍ଟେମ୍ବର ୧୯୯୨) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ ।[୨] ସାରିକା ୨୦୦୮ରେ ବଙ୍ଗଳା ଦୁରଦର୍ଶନ ଧାରାବାହିକ ଚମେଲିଆ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ୨୦୧୨ରେ ସେ ଅମର ଅମି ନାମକ ଏକ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ସାରିକା ସବ୍ରିନ
সারিকা সাবরিন
Born
ସାରିକା ସବ୍ରିନ

(1992-09-23) ୨୩ ସେପ୍ଟେମ୍ବର ୧୯୯୨ (ବୟସ ୩୧)
ଚିତ୍ତଗଙ୍ଗ, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୮- ଏବେଯାଏଁ
Height5 ft 5 in (165 cm)
Spouseମହିମ କରିମ (୨୦୧୪–୨୦୧୬) [୧]
Parent(s)ଶଫିଏର ରହମାନ (ବାପା)
ରୋଜି ରହମାନ (ମାଆ)
Awardsବଚସାସ ପୁରସ୍କାର

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସାରିକା ବଙ୍ଗଳାଦେଶର ଚିତ୍ତଗୋଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୩ ସେପ୍ଟେମ୍ବର ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶାହିଏର ରହମାନ ଜଣେ ବ୍ୟାଙ୍କ କର୍ମଚାରୀ । ସେ ଏକ ବ୍ୟାଙ୍କରେ କାର୍ଯ୍ୟକାରୀ ଉପ-ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମାଆ ରୋଜି ରହମାନ ଜଣେ ଶିକ୍ଷିକା । ସେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧକ୍ଷା ଭାବରେ କାର୍ଯ୍ୟରତ । ସାରିକାଙ୍କର ଜଣେ ଭାଇ ଅଛନ୍ତି । ସେ ମେଡିକାଲ ପାଇଁ ପଢ଼ୁଥିଲେ । ଛୋଟବେଳେ ସାରିକା ଜଣେ ବିମାନ ଚାଳକ ହେବାର ସ୍ୱପ୍ନ ରଖିଥିଲେ, ମାତ୍ର ତାଙ୍କ ସାଙ୍ଗମାନେ ତାଙ୍କୁ ମଡେଲିଂକୁ ପେଷା ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ । ସେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରଥମ ଥର ପାଇଁ ରାମ୍ପରେ ଚାଲିଥିଲେ । ମାତ୍ର ଏହାକୁ ସେତେବେଳେ ତାଙ୍କ ପିତାମାତା ନାପନସଦ କରିଥିଲେ । ଏହାପରେ ସେ ପାଠ ପଢ଼ା ପାଇଁ ଢାକାକୁ ଚାଲିଯାଇଥିଲେ ।[୩]

ଅଭିନୟ ଜୀବନ ସମ୍ପାଦନା

ସାରିକା ତାଙ୍କର ଅଭିନୟ ଜୀବନ ଏକ ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରିଥିଲେ । ଚାମେଲିଆ ନାମକ ଏକ ଧାରାବାହିକରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ଅଶୁତୋଶ ସୁଜୋନ । ଏହାପରେ ସେ ରୁମାଲି ନାମକ ଏକ ଧାରାବାହିକରେ ଅଭିନୟ କରିଥିଲେ । ହୁମାୟୁନ ଅହମଦ ଏହି ଧାରାବାହିକଟିର କାହାଣୀ ରଚନା କରିଥିଲେ । ଅରୁଣ ଚୌଧୁରୀ ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ସେ ବଙ୍ଗଳାଲିଙ୍କ ଟେଲି କମୁନିକେସନର ମୁଖ୍ୟ ବିଜ୍ଞାପନ ପ୍ରଚାରିକ ଭାବରେ ନିଯୁକ୍ତି କରିଥିଲେ ।[୫]

ସାରିକା ତାଙ୍କର ପ୍ରଥମ ସୁଯୋଗ ପାଇଥିଲେ ଏକ ଦୂରଦର୍ଶନ ବିଜ୍ଞାପନରୁ । ଅମିତାଭ ରେଜା ଚୌଧୁରୀଙ୍କର ବିଜ୍ଞାପନ କାର୍ଯ୍ୟରେ ସେ ପ୍ରଥମ ସୁଯୋଗ ପାଇଥିଲେ । ଆରୋମେଟିକ ବିଉଟି ସାବୁନରେ ସେ ପ୍ରଥମ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନଟି ୨୦୦୮ରେ ପ୍ରସାରତି ଆରମ୍ଭ ହେଲା । ଏବଂ ଏହାପରେ ସେ ବଚସାସ ପୁରସ୍କାର ପାଇଥିଲେ । କ୍ରିଟିକ୍‌ ପସନ୍ଦରେ ସେ ଶ୍ରେଷ୍ଠ ନାରୀ ମଡେଲ ଭାବରେ ଏହି ପୁରସ୍କାର ପାଇଥିଲେ ।[୬] ଏହି ପ୍ରଥମ ସଫଳତା ପରେ ସେ ଆରୋମେଟିକ ଏବଂ ସିଙ୍ଗେରର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ହୋଇଯାଇଥିଲେ । ଏବେ ସେ ୱାଲଟନ ଏବଂ କେୟା ଭଳି ଉଦ୍ୟୋଗର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ଭାବରେ କାର୍ଯ୍ୟ କରୁଥିଲେ । ଏବେ ମଧ୍ୟ ସେ ସବୁବେଳେ ବଙ୍ଗଳାଲିଙ୍କ ଟେଲିକମୁନିକେସନରେ କାର୍ଯ୍ୟ କରୁଛନ୍ତି । ବଙ୍ଗଳାଲିଙ୍କ କମୁନିକେସନରେ ସେ ୧୨ଟି ବିଜ୍ଞାପନରେ କାର୍ଯ୍ୟ କରିସାରିଛନ୍ତି । ଏତଦ ବ୍ୟତୀତ ସେ ପ୍ରାନ, ଅମିନ ଅଳଙ୍କାର, ଏଲାଇଟ୍ ମେହେନ୍ଦି ଏବଂ ୱାଲଟନ୍ ଭଳି ଉଦ୍ୟୋଗର ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଚମେଲିଆ, ରୁମାଲିଆ, ଏପର ଓପାର, ଛାୟା, ପତ୍ର ଛାଇ ନା, ଅକାଶେର ନିଚେ ମନୁଷ, ଏକ ଲିନା ବେଶି ବୁଝେ, ଶେଷ ଭଲୋବଶର, ଓଦିରଶୋ ରୋମୋନି, ଗେଣ୍ଡୁ ଚୋର ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ ।

ପାରିବାରିକ ଜୀବନ ସମ୍ପାଦନା

ସାରିକା ଜଣେ ବ୍ୟବସାୟୀ ମହିମ କରିମଙ୍କୁ ୧୨ ଅଗଷ୍ଟ ୨୦୧୪ରେ ବିବାହ କରିଥିଲେ ।[୭] ସେମାନଙ୍କର ଗୋଟିଏ ଝିଅ ଅଛି ।[୮] ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।

ଅଭିନୀତ ସମ୍ପାଦନା

  • ଚମେଲିଆ
  • ରୁମାଲିଆ
  • ଏପର ଓପାର
  • ଛାୟା
  • ପତ୍ର ଛାଇ ନା
  • ଅକାଶେର ନିଚେ ମନୁଷ
  • ଏକ ଲିନା ବେଶି ବୁଝେ
  • ଶେଷ ଭଲୋବଶର
  • ଓଦିରଶୋ ରୋମୋନି
  • ଗେଣ୍ଡୁ ଚୋର

ଆଧାର ସମ୍ପାଦନା

  1. http://www.weeklybd.com/sarika-sabrin-divorce/
  2. "Youth will change the nation, hope Nirab, Sarika". Retrieved 23 July 2013.
  3. "Sarika Sabrin". biographybd. Retrieved 18 October 2015.
  4. "Sarika to be debuted in film soon". Retrieved 23 July 2013.
  5. "Sarika's great escape". Priyo News. Retrieved 23 July 2013.
  6. "জমজমাট বাচসাস সন্ধ্যা: শ্রেষ্ঠ ছবি চন্দ্রগ্রহণ -শ্রেষ্ঠ অভিনেতা শাকিব -মৌসুমী ও পপি". Daily Samakal. 14 November 2009. Archived from the original on 4 February 2016. Retrieved 19 October 2015.
  7. "Sarika vows to return after Eid". Priyo News. 3 September 2014. Retrieved 19 October 2015.
  8. Md Mahfuzur Rahman (4 May 2015). "Sarika gives birth to baby girl". Risingbd. Retrieved 19 October 2015.