ସାରା ଜୋସେଫ
ସାରା ଜୋସେଫ (ଜନ୍ମ ୧୯୪୬) ଜଣେ ଭାରତୀୟ ଔପନ୍ୟାସିକ ତଥା ମାଲାୟାଲମର କ୍ଷୁଦ୍ରଗଳ୍ପ ଲେଖକ ଅଟନ୍ତି । ସେ ତାଙ୍କ ଉପନ୍ୟାସ ଆଲାହାୟୁଡେ ପେନମାକାଲ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଭୟଲାର ପୁରସ୍କାର ଲାଭ କରିଥିଲେ । ସେ କେରଳର ନାରୀବାଦୀ ଆନ୍ଦୋଳନର ଜଣେ ନେତା ଏବଂ କାର୍ଯ୍ୟକର୍ତ୍ତା ସଂଗଠନ ମାନୁଷୀର ପ୍ରତିଷ୍ଠାତା ଅଟନ୍ତି । ସେ ୨୦୧୪ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଥ୍ରୀସୁରରୁ ୨୦୧୪ ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ଜୀବନୀ
ସମ୍ପାଦନାସାରା ଜୋସେଫ ୧୯୪୬ ମସିହାରେ ଲୁଇସ ଏବଂ କୋଚୁମାରିୟମରେ ଥ୍ରିସୁର ସହରର କୁରିଆଚିରାରେ ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ମାତ୍ର ୧୫ ବର୍ଷ ବୟସରେ ବିବାହ କରିଥିଲେ। ସେ ଶିକ୍ଷକ ପାଇଁ ତାଲିମ ପାଠ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟର ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ, ସେ ବି.ଏ ଏବଂ ମାଲାୟାଲମରେ ଏମ.ଏ କରିଥିଲେ । ଏହା ପରେ ସେ ସରକାରୀ ସେବାରୁ ଅବସର ନେଇ ଥ୍ରିସୁର ଜିଲ୍ଲାର ମୁଲାମୁକୁନାଥୁକାଭୁରେ ରହୁଛନ୍ତି । ତାଙ୍କ ଝିଅ ସଂଗୀତା ଶ୍ରୀନିବାସନ ମଧ୍ୟ ଜଣେ ଲେଖିକା ଅଟନ୍ତି ।[୨]
ସାରା ଜୋସେଫ ମଧ୍ୟ ଜଣେ ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ନାରୀବାଦୀ ଆନ୍ଦୋଳନର ନେତା ଅଟନ୍ତି ।[୩][୪] ୧୯୮୦ ଦଶକରେ ସେ ପଟ୍ଟାମ୍ବିର ସଂସ୍କୃତ କଲେଜରେ ମାନୁଷୀ ମହିଳା ଗୋଷ୍ଠୀ ପ୍ରତିଷ୍ଠା କରିଥିଲେ । ସେହି କଲେଜରେ ସେ ମାଲାୟାଲମ୍ ଏବଂ ସାହିତ୍ୟ ଶିକ୍ଷା ଦେଉଥିଲେ । ସେ ନିଜ ଗୋଷ୍ଠୀ ସହିତ ବଳାତ୍କାର, ଯୌତୁକ ନିର୍ଯ୍ୟାତନା ମୃତ୍ୟୁ, ଯୌନ କାରବାର ସମେତ ମହିଳାଙ୍କ ପ୍ରତି ହେଉଥିବା ବିଭିନ୍ନ ଅପରାଧର ଜବାବରେ ଅନେକ ଦଶନ୍ଧି ଧରି ବିରୋଧ ପ୍ରଦର୍ଶନ କରିଥିଲେ । ପରେ ସେ ଜାନୁଆରୀ ୨୦୧୪ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।[୫]
ସାହିତ୍ୟିକ ବୃତ୍ତି
ସମ୍ପାଦନାଯେତେବେଳେ ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ସେତେବେଳେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ତାଙ୍କର ଅନେକ କବିତା ମାଲାୟାଲମର ସାପ୍ତାହିକ ଖବରକାଗଜରେ ପ୍ରକାଶିତ ହୋଇଥିଲା । ସେ କବିମାନଙ୍କ ସଭାରେ ନିଜ କବିତା ପାଠ କରିବାରେ ମଧ୍ୟ ବହୁ ଭଲ ଥିଲେ ଯାହା ଭିଲୋପିଲି ଶ୍ରୀଧରା ମେନନ୍ ଏବଂ ଏଡାସେରି ଗୋବିନ୍ଦନ ନାୟାରଙ୍କ ପରି କବିମାନଙ୍କଦ୍ୱାରା ପ୍ରଶଂସିତ ହୋଇଥିଲା ।[୬]
ସେ ତ୍ରିଲୋଜି ନାମକ ଏକ ଉପନ୍ୟାସ ପ୍ରକାଶ କରିଛନ୍ତି ଯେଉଁଥିରେ ଆଲାହାୟୁଡେ ପେନ୍ମାକ୍କାଲ, ମତ୍ତାଥୀ ଏବଂ ଓଥାପୁ ଅନ୍ତର୍ଭୁକ୍ତ ରହିଛି ।[୭][୮] ଓଥାପ୍ପୁ ଭାଲସନ୍ ଥାମ୍ପୁଙ୍କଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଛି ।[୯][୧୦] ତାଙ୍କର ଉପନ୍ୟାସ ଆଲାହାୟୁଡେ ପେନ୍ମାକ୍କାଲ ତିନୋଟି ପ୍ରମୁଖ ପୁରସ୍କାର ଯଥା- କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଭାୟାଲ ପୁରସ୍କାର ପାଇଛି ।[୧୧] ଏହି ଉପନ୍ୟାସ ଚେରୁକାଡ୍ ପୁରସ୍କାର ମଧ୍ୟ ପାଇଛି ।[୧୨]
ସେ ନିଜର ଉପନ୍ୟାସ ଓରୁ କାଭଲ ପାଇଁ ୨୦୧୧ ମସିହାରେ ପ୍ରଥମ O. V. ବିଜୟ ସାଧ୍ୟା ପୁରସ୍କରାମର ମଧ୍ୟ ପ୍ରାପ୍ତକର୍ତ୍ତା ଅଟନ୍ତି । ୨୦୧୨ ମସିହାରେ ସେ ପଦ୍ମପ୍ରଭା ସାହିତ୍ୟ ପୁରସ୍କାର ଲାଭ କରିଥିଲେ ।[୧୩]
ଆଧାର
ସମ୍ପାଦନା- ↑ "സാറാ ജോസഫ്". Mathrubhumi (in ଇଂରାଜୀ).
- ↑ "എഴുത്തുകാര് ആക്രമിക്കപ്പെടുന്നു ; നാം ജീവിക്കുന്നത് ഭീതി ഒരു അനുഭവമായി നിലനില്ക്കുന്ന കാലത്ത് : സാറാ ജോസഫ്". azhimukham.com (in ମାଲାୟଲମ୍). 15 February 2019. Archived from the original on 20 September 2022. Retrieved 31 July 2022.
- ↑ Santhosh, K. (June 12, 2011). "A voice against violation". The Hindu. Retrieved 29 July 2021.
- ↑ Binduraj, J (January 11, 2014). "Kerala opens up to AAP, writer-activist Sara Joseph to join Arvind Kejriwal". India Today. Retrieved 29 July 2021.
- ↑ Special Correspondent (January 13, 2014). "Sara Joseph joins AAP". The Hindu. Retrieved 29 July 2021.
Updated May 13, 2016
- ↑ Panjikaran, Mariamma. "Sarah Joseph – A writer of women, for women". Government of Kerala. Archived from the original (PDF) on 3 May 2020. Retrieved 20 March 2010.
- ↑ Satchidanandan, K (April 3, 2015). "Finding her voice". Frontline. Retrieved 29 July 2021.
- ↑ Babu Paul, D. (19 July 2009). "Cross Examination". Indian Express. Retrieved 20 March 2010.
- ↑ "Wages of freedom". The Hindu. Chennai, India. 6 September 2009. Archived from the original on 7 November 2012. Retrieved 20 March 2010.
- ↑ "Veiled passions: 'Othappu' by Sarah Joseph and 'Amen' by Sister Jesme". himalmag.com. Archived from the original on 21 December 2009. Retrieved 20 March 2010.
- ↑ "Sarah Joseph bags Vayalar Award". The Hindu. Chennai, India. 10 October 2004. Archived from the original on 4 November 2004. Retrieved 20 March 2010.
- ↑ "ചെറുകാട് അവാര്ഡ് സാറാജോസഫിന്". Oneindia (in Malayalam). 2 October 2000. Retrieved 28 February 2021.
- ↑ "Padmaprabha award for Sara Joseph". Kerala Women. 20 November 2012. Retrieved 22 November 2015.