ସାମୟିକ ଷ୍ଟିରଏଡ ପ୍ରତ୍ୟାହାର

ସାମୟିକ ଷ୍ଟିରଏଡ ପ୍ରତ୍ୟାହାର (Topical steroid addiction (Q25323840)), ଯାହା ଲାଲ ଜଳୁଥିବା ଚର୍ମ ଏବଂ ଷ୍ଟିରଏଡ୍ ଡର୍ମାଟାଇଟିସ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଅବସ୍ଥା ଯେଉଁଥିରେ ଦୀର୍ଘକାଳୀନ ବ୍ୟବହାରକାରୀଙ୍କ ଷ୍ଟିରଏଡ ବ୍ୟବହାର ବନ୍ଦ ହେବା ପରେ ହୋଇପାରେ ।[] [] ଏହାର ଲକ୍ଷଣ ମଧ୍ୟରେ ଚର୍ମର ଲାଲ ରଙ୍ଗ, ଜ୍ୱାଳା ଅନୁଭୁତି, ଚର୍ମ ଫୁଲା ଏବଂ ଗଲୁ ହୋଇପାରେ ।[] [] ଏହା ପରେ ଚର୍ମର ଚୋପା ଛାଡ଼ିବା ହୋଇପାରେ ।[] ଷ୍ଟେରଏଡ ବନ୍ଦ କରିବାର କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଏହି ଅବସ୍ଥା ଆରମ୍ଭ ହୁଏ | [] ରୋଗ ଜଟିଳ ହେଲେ ଶୋଇବାରେ ଅସୁବିଧା ଏବଂ ଦ୍ୱିତୀୟକ ସଂକ୍ରମଣ ହୋଇପାରେ ।[]

Topical steroid withdrawal
Topical steroid addiction (TSA),[] steroid dermatitis,[] red burning skin syndrome,[] red face syndrome,[] red skin syndrome, iatrogenic exfoliative dermatitis (idiopathic erythroderma)[]
Red burning skin syndrome from topical steroids. Face pattern with nose and palms spared (soles also spared)
ବିଭାଗDermatology
ଲକ୍ଷଣRed skin, burning sensation, skin peeling, itchiness[]
ଆକ୍ରାନ୍ତ ସମୟDays to weeks after stopping topical steroids[]
ଅବଧିWeeks to years[]
କାରଣStopping topical steroids after frequent long-term use[]
ବିପଦ କାରକHigh strength steroids, use more than once a day, use on face[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ସଠିକ ରୋଗ ନିର୍ଣ୍ଣୟContact dermatitis, eczema, skin infection[]
ପ୍ରତିକାରUse steroid creams < 2 wks[]
ଔଷଧGradually decreasing steroids by mouth[]
ଚିକିତ୍ସାStop topical steroids, counseling, cold compresses[]
ପୁନଃପୌନିକRare[]

ସାଧାରଣତଃ ଏହି ଅବସ୍ଥା ନିମନ୍ତେ ଅତି କମରେ ଦୈନିକରୁ ଏକ ବର୍ଷରୁ ଅଧିକ ସମୟ ପାଇଁ ଏକ ଟପିକାଲ୍ ଷ୍ଟିରଏଡ୍ର ପ୍ରୟୋଗ ଆବଶ୍ୟକ ହୁଏ ।[] ଏହା ସାଧାରଣ ବ୍ୟବହାରରେ ହୁଏ ନାହିଁ ।[] ଆଟୋପିକ ଡର୍ମାଟାଇଟିସ ରୋଗୀମାନେ ଅଧିକ ସଙ୍କଟରେ ଥାଆନ୍ତି ।[] ଏହା ଷ୍ଟେରଏଡର ଏକ ନିର୍ଦ୍ଦିଷ୍ଟ ପାର୍ଶ୍ୱ ପ୍ରତିକ୍ରିୟା ବୋଲି ବିଶ୍ୱାସ କରାଯାଏ ।[] ଚର୍ମ ବାୟୋପସି କରିବାଦ୍ୱାରା ସାଧାରଣତଃ ଉପକାର ମିଳେନାହିଁ, ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[] [] ମୂଳ ଚର୍ମ ରୋଗର ପୁନରାବୃତ୍ତିରୁ ପୃଥକ ହେବା କଷ୍ଟକର, ବିଶେଷତଃ ଚିକିତ୍ସା ପାଇଁ ଷ୍ଟେରଏଡ ବ୍ୟବହାର କରାଯାଇଥିଲେ ।[]

ଚିକିତ୍ସାରେ ଟପିକାଲ୍ ଷ୍ଟିରଏଡର ବ୍ୟବହାର ବନ୍ଦ କରିବାକୁ ପଡ଼େ ।[] ଏଗୁଡିକ ଧୀରେ ଧୀରେ କିମ୍ବା ହଠାତ୍ ବନ୍ଦ କରାଯାଇପାରେ ।[] ପାଟିରେ ଏକ ଅତି କମରେ ଏକ ସ୍ୱଳ୍ପ କାଳୀନ ଏବଂ ଧୀରେ ଧୀରେ ହ୍ରାସ ହେଉଥିବା ଡୋଜ ବ୍ୟବହାର କରାଯାଇପାରେ ।[] ପରାମର୍ଶ ଏବଂ ଥଣ୍ଡା ଚାପ ମଧ୍ୟ ସାହାଯ୍ୟ କରିପାରେ ।[] ଅନ୍ୟାନ୍ୟ ଉପାୟ ମଧ୍ୟରେ ଆଣ୍ଟିହିଷ୍ଟାମିନ କିମ୍ବା ଗାବାପେଣ୍ଟିନ୍ ଦିଆଯାଇପାରେ ।[] ଏହି ଅବସ୍ଥା କିଛି ସପ୍ତାହରୁ କିଛି ବର୍ଷ ପର୍ଯ୍ୟନ୍ତ ରହିପାରେ ।[]

ଟପିକାଲ୍ ଷ୍ଟିରଏଡ ପ୍ରତ୍ୟାହାର ଏକ ବିରଳ ରୋଗ ଅଟେ ।[] ପିଲାମାନଙ୍କ କ୍ଷେତ୍ରରେ କିଛି ସମ୍ଭାବ୍ୟ ଅବସ୍ଥା ଥାଇପାରେ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହାର ରିପୋର୍ଟ ମିଳିଛି ।[] [] ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୮୦% ମହିଳା ଅଟନ୍ତି। [] ଚର୍ମ ହାଲୁକା ଦ୍ରବ୍ୟରେ ଷ୍ଟେରଏଡ ବ୍ୟବହାର ହେତୁ ଦୁନିଆର କେତେକ ସ୍ଥାନରେ ଏହା ଘଟିଥାଏ ।[] ଏହାକୁ ପ୍ରଥମେ ୧୯୭୯ରେ ପ୍ରଥମେ ଏହି ବିଷୟର ବର୍ଣ୍ଣନା ହୋଇଥିଲା ।[] ସୋସିଆଲ ମିଡିଆରେ ଏହି ବିଷୟର ଆଲୋଚନା ସାଧାରଣ ହୋଇଗଲାଣି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ ୧.୨୫ "Topical corticosteroid withdrawal". DermNet NZ. Archived from the original on 16 March 2016. Retrieved 19 July 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Sheary B (June 2016). "Topical corticosteroid addiction and withdrawal - An overview for GPs". Australian Family Physician. 45 (6): 386–388. PMID 27622228. Archived from the original on 2021-04-14. Retrieved 2022-12-01.
  3. ୩.୦ ୩.୧ ୩.୨ Juhász, MLW; Curley, RA; Rasmussen, A; Malakouti, M; Silverberg, N; Jacob, E (September–October 2017). "Systematic review of the topical steroid addiction and topical steroid withdrawal phenomenon in children diagnosed with atopic dermatitis and treated with topical corticosteroids". Journal of the Dermatology Nurses' Association. 9 (5): 233–240. doi:10.1097/JDN.0000000000000331.
  4. ୪.୦ ୪.୧ ୪.୨ Tan, SY; Chandran, NS; Choi, EC (October 2021). "Steroid Phobia: Is There a Basis? A Review of Topical Steroid Safety, Addiction and Withdrawal". Clinical drug investigation. 41 (10): 835–842. doi:10.1007/s40261-021-01072-z. PMID 34409577.
  5. ୫.୦ ୫.୧ ୫.୨ Hwang J (25 Dec 2020). "Topical corticosteroid withdrawal ('steroid addiction'): an update of a systematic review". Journal of Dermatological Treatment. 33 (3): 1293–1298. doi:10.1080/09546634.2021.1882659. PMID 33499686.
  6. ୬.୦ ୬.୧ Sheary, BMed, FRACGP, General Practitioner, Belinda. "Topical corticosteroid addiction and withdrawal – An overview for GPs". The Royal Australian College of General Practitioners Ltd. Australian Family Physician. Archived from the original on 2021-04-14. Retrieved 2022-12-01.{{cite web}}: CS1 maint: multiple names: authors list (link)
  7. Hajar, T; Leshem, YA; Hanifin, JM; Nedorost, ST; Lio, PA; Paller, AS; Block, J; Simpson, EL; (the National Eczema Association Task, Force). (March 2015). "A systematic review of topical corticosteroid withdrawal ("steroid addiction") in patients with atopic dermatitis and other dermatoses". Journal of the American Academy of Dermatology. 72 (3): 541–549.e2. doi:10.1016/j.jaad.2014.11.024. PMID 25592622.