ସାମ୍ମି (ନୃତ୍ୟ)
ସାମ୍ମି (ଗୁରୁମୁଖୀ: ਸੰਮੀ, ଶାମୁଖୀ: سمّی) ପଞ୍ଜାବର ଆଦିବାସୀ ଅଞ୍ଚଳରୁ ଉତ୍ପତ୍ତି ହୋଇଥିବା ଏକ ପାରମ୍ପରିକ ନୃତ୍ୟ ଶୈଳୀ ।[୧] ଏହା ପଞ୍ଜାବୀ ମହିଳାଙ୍କର ଏକ ନୃତ୍ୟ । ଏହା ପଞ୍ଜାବର ସାନ୍ଦଲବାର ଅଞ୍ଚଳରେ ବେଶ୍ ଲୋକପ୍ରିୟ (ବର୍ତ୍ତମାନ ପାକିସ୍ତାନରେ) । ଏହି ନୃତ୍ୟ ବାଜିଗର, ରାୟ, ଲୋବାନା ଓ ସାଂସୀ ଆଦିବାସୀଙ୍କଦ୍ୱାରା ପରିବେଷଣ କରାଯାଏ ।
କିମ୍ବଦନ୍ତୀ କୁହେ ଯେ, ଏହି ନୃତ୍ୟ ଅସଲରେ ମାରୱାଡର ରାଜକୁମାରୀ ସାମ୍ମିଙ୍କଦ୍ୱାରା ରାଜସ୍ଥାନର ରାଜକୁମାର ସୁଚକୁମାରଙ୍କଠାରୁ ବିଚ୍ଛେଦ ହେବାର ଭାବପ୍ରବଣତାକୁ ଦେଖାଇବା ପାଇଁ କରାଯାଇଥିଲା ।
ବେଶ ପୋଷାକ
ସମ୍ପାଦନାନର୍ତ୍ତକୀମାନେ ଉଜ୍ଜ୍ୱଳ ରଙ୍ଗର କୁର୍ତ୍ତି ପୋଷାକ ଓ ଲେହେଙ୍ଗା ପିନ୍ଧିଥାଆନ୍ତି । ଏକ ପ୍ରକାର ରୂପେଲି ରଙ୍ଗର କେଶ ଅଳଙ୍କାର ଏହି ନୃତ୍ୟ ସହ ସେମାନେ ପିନ୍ଧିଥାଆନ୍ତି ।
ପ୍ରଦର୍ଶନ
ସମ୍ପାଦନାଗିଢା ଭଳି ଏହା ଏକ ବୃତ୍ତ ମଧ୍ୟରେ ପରିବେଷଣ କରାଯାଏ । ନର୍ତ୍ତକୀମାନେ ଗୋଲାକାରରେ ଠିଆ ହୋଇ ରହନ୍ତି ଏବଂ ହାତ ହଲାଇ ଓ ଆଗପଟେ ପାର୍ଶ୍ୱରୁ ଉପରକୁ ଉଠାଇ ନାଚ କରନ୍ତି । ସବୁଠାରୁ ଲୋକପ୍ରିୟ ସାମ୍ମି ଗୀତ ହେଉଛି "ସାମ୍ମି ମେରି ୱାନ.." ।
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନା- ପଞ୍ଜାବୀ ନୃତ୍ୟ
- ଗିଢା - ପଞ୍ଜାବୀ ମହିଳା ନୃତ୍ୟ
- ଭାଙ୍ଗରା - ପଞ୍ଜାବୀ ପୁରୁଷ ନୃତ୍ୟ
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2020-04-28. Retrieved 2016-08-01.
{{cite web}}
: Cite has empty unknown parameter:|1=
(help)
ଅଧିକ ପଢ଼ନ୍ତୁ
ସମ୍ପାଦନା- Schreffler, Gibb. 2012. “Desperately Seeking Sammi: Re-inventing Women’s Dance in Punjab.” Sikh Formations 8(2).