ସାଭାଣ୍ଟ ସିଣ୍ଡ୍ରୋମ

ସାଭାଣ୍ଟ ସିଣ୍ଡ୍ରୋମ, ଇଂରାଜୀ ଭାଷାରେ Savant syndrome, ରୋଗ‌ଗ୍ରସ୍ତ ଜଣେ ବ୍ୟକ୍ତି ଉଲ୍ଲେଖନୀୟ ମାନସିକ ଅସମର୍ଥ (mental disability) ଥିଲେ ମଧ୍ୟ କେତେକ କ୍ଷେତ୍ରରେ ସାଧାରଣ ଲୋକ ଅପେକ୍ଷା ଅତ୍ୟଧିକ ସାମର୍ଥ୍ୟ ପ୍ରଦର୍ଶନ କରିଥାଆନ୍ତି ।[୧][୨] ଏମାନଙ୍କ ସ୍ମରଣ ଶକ୍ତି (memory) ଅନ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ଥାଏ । [୧] ଏମାନେ ଦୃତ ଗତିରେ ହିସାବ କରିପାରନ୍ତି (rapid calculation), ଅଧିକ କଳାତ୍ମକ ହୁଅନ୍ତି, ମାନ‌ଚିତ୍ର ତିଆରି କରନ୍ତି (map making) ବା ସଙ୍ଗୀତ ସାମର୍ଥ୍ୟ ଅଧିକ ଥାଏ ।[୧]

ଅଟିସ୍ଟିକ ସାଭାଣ୍ଟ, (Autistic savant), ଇଡିଅଟ ସାଭାଣ୍ଟ (idiot savant)[୧]
ରେନ ମ୍ୟାନ (Rain Man) ଚଳଚ୍ଚିତ୍ରର ମୂଖ୍ୟ ଚରିତ୍ରଟି କିମ ପୀକ୍ (Kim Peek) ନାମଧାରୀ ଜଣେ ସାଭାଣ୍ଟର ଚରିତ‌କୁ ନେଇ ପ୍ରସ୍ତୁତ କରାଯାଇଛି ।
ବିଭାଗସ୍ନାୟୁ ବିଜ୍ଞାନ (Neurology), ମାନସିକ ଚିକିତ୍ସା ବିଜ୍ଞାନ (psychiatry)
ଲକ୍ଷଣସାଧାରଣ ମାନସିକ ଅସମର୍ଥ (mental disability ଥିଲେ ମଧ୍ୟ କେତେକ କ୍ଷେତ୍ରରେ ସାଧାରଣ ଲୋକ ଅପେକ୍ଷା ଅତ୍ୟଧିକ ସମର୍ଥ ଥାଆନ୍ତି ।[୧][୨]
କାରଣସ୍ନାୟୁବିକାଶ ଜନିତ ବେମାରୀ (Neurodevelopmental disorder) ଯେପରିକି ଅଟିଜ୍ମ ସ୍ପେକ୍‌ଟ୍ରମ ଡିଜଅର୍ଡ଼ର (autism spectrum disorder), ମସ୍ତିଷ୍କ ଆଘାତ (brain injury)[୧]
ପୁନଃପୌନିକc. ଏକ ନିୟୁତ ଲୋକଙ୍କ ମଧ୍ୟରୁ ଜଣେ । [୩]

ଏହି ରୋଗୀଙ୍କର ସ୍ନାୟୁବିକାଶ ଜନିତ ବେମାରୀ (Neurodevelopmental disorder) ଯେପରିକି ଅଟିଜ୍ମ ସ୍ପେକ୍‌ଟ୍ରମ ଡିଜଅର୍ଡ଼ର (autism spectrum disorder), ମସ୍ତିଷ୍କ ଆଘାତ (brain injury) ଇତ୍ୟାଦି କାରଣ ଥିବା ଦେଖାଯାଏ ।[୧] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କର ଅଟିଜିମ୍‌ ଥିବାରୁ ତାଙ୍କୁ ଅଟିସ୍ଟିକ ସାଭାଣ୍ଟ କୁହାଯାଏ ।[୧] ପିଲାଦିନେ ରୋଗ ଚିହ୍ନଟ କରିହେଉଥିଲେ ମଧ୍ୟ କେତେକ ସ୍ଥଳରେ ଏ ରୋଗ ଜୀବନର ପର ଭାଗରେ ବିକାଶ ଲାଭ କରେ । [୧] ଡିଏସଏମ (DSM-5) ଅନୁସାରେ ଏହାକୁ ମାନସିକ ରୋଗ (mental disorder) ପର୍ଯ୍ୟାୟରେ ନିଆଯାଏନାହିଁ ।[୪]

କ୍ୱଚିତ୍ ଏହି ରୋଗ ଦେଖାଯାଏ ।[୧] ଏକ ହିସାବରେ ଏକ ନିୟୁତ ଲୋକଙ୍କ ମଧ୍ୟରୁ ଜଣକୁ ଏ ରୋଗ ହୁଏ ।[୩] ପୁରୁଷ ଅପେକ୍ଷା ମହିଳା ସାଭାଣ୍ଟ ସଂଖ୍ୟା ଆହୁରି କମ୍ ଥାଏ ।[୧] ସନ ୨୭୮୩ରେ ପ୍ରଥମେ ଏହି ରୋଗ ବିଷୟ ନ‌ଜରକୁ ଆସିଥିଲା ।[୧] ଅଟିଜିମ୍‌ ରୋଗୀଙ୍କ ମଧ୍ୟରୁ ୧୦ରୁ ୨୦୦ ଜଣଙ୍କ ମଧ୍ୟରୁ ଜଣକର କିଛି ପରିମାନରେ ଏହି ସାଭାଣ୍ଟ ଥାଏ ।[୧] ହିସାବରୁ ଦେଖାଯାଏ ଶହେରୁ କମ୍ ଅସାଧାରଣ ଦକ୍ଷତା ଥିବା ସାଭାଣ୍ଟ ଅଧୁନା ବଞ୍ଚିଛନ୍ତି ।[୧]

ଏହାକୁ ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Treffert DA (May 2009). "The savant syndrome: an extraordinary condition. A synopsis: past, present, future". Philosophical Transactions of the Royal Society of London. Series B, Biological Sciences. 364 (1522): 1351–7. doi:10.1098/rstb.2008.0326. PMC 2677584. PMID 19528017.
  2. ୨.୦ ୨.୧ Miller LK (January 1999). "The savant syndrome: intellectual impairment and exceptional skill". Psychological Bulletin. 125 (1): 31–46. doi:10.1037/0033-2909.125.1.31. PMID 9990844.
  3. ୩.୦ ୩.୧ Hyltenstam, Kenneth (2016). Advanced Proficiency and Exceptional Ability in Second Languages (in ଇଂରାଜୀ). Walter de Gruyter GmbH & Co KG. p. 258. ISBN 9781614515173.
  4. Sperry, Len (2015). Mental Health and Mental Disorders: An Encyclopedia of Conditions, Treatments, and Well-Being [3 volumes]: An Encyclopedia of Conditions, Treatments, and Well-Being (in ଇଂରାଜୀ). ABC-CLIO. p. 969. ISBN 9781440803833.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ