ସାବିତ୍ରୀବାଈ ଫୁଲେ
ସାବିତ୍ରିବାଈ ଜ୍ୟୋତି ରାଓ ଫୁଲେ (୩ ଜାନୁଆରୀ ୧୮୩୧ - ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷିକା, ସମାଜ ସୁଧାରିକା ଏବଂ କବୟତ୍ରୀ ଥିଲେ। ବ୍ରିଟିଶ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସହିତ ମିଶି ନାରୀମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । [୧] ସାବିତ୍ରୀବାଈ ଭରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ଲୋକେ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।
ସାବିତ୍ରୀବାଈ ଫୁଲେ | |
---|---|
ଜନ୍ମ | ନଇଗାଁ, ବ୍ରିଟିଶ ଭାରତ | ୩ ଜାନୁଆରୀ ୧୮୩୧
ମୃତ୍ୟୁ | ୩ ଜାନୁଆରୀ ୧୮୩୧ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଜ୍ୟୋତିରାଓ ଫୁଲେ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସାବିତ୍ରୀବାଈ ଫୁଲେଙ୍କ ଜନ୍ମ ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସାତାରା ଜିଲ୍ଲାସ୍ଥିତ ନାଇଗାଁରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ଖାନ୍ଦୋଜୀ ନେବସେ ପାଟିଲ ଏବଂ ମାତାଙ୍କର ନାମ ଲକ୍ଷ୍ମୀ ଥିଲା ଓ ଉଭୟ ମାଳି ସମ୍ପ୍ରଦାୟର ଥିଲେ । ୧୮୪୦ ମସିହାରେ ୯ ବର୍ଷ ବୟସରେ ସେ ୧୨ ବର୍ଷର ଜ୍ୟୋତିରାଓ ଫୁଲେଙ୍କୁ ବିବାହ କରିଥିଲେ । ସାବିତ୍ରୀବାଈ ଏବଂ ଜ୍ୟୋତିରାଓଙ୍କର ସନ୍ତାନ ନଥିଲା । ସେ ଜଣେ ବିଧବା ବ୍ରାହ୍ମଣ ସ୍ତ୍ରୀର ପୁଅ ଯଶବନ୍ତରାଓଙ୍କୁ ପୋଷ୍ୟପୁତ୍ର କରିଥିଲେ ।[୨] ତେବେ ଏହା ପ୍ରମାଣ କରିବା ପାଇଁ କୌଣସି ମୂଳ ପ୍ରମାଣ ନାହିଁ ।
ବିଦ୍ୟାଳୟର ସ୍ଥାପନା
ସମ୍ପାଦନା୧୮୪୮ ମସିହାରେ ନିଜ ସ୍ୱାମୀଙ୍କ ସହିତ ମିଶି ଭିନ୍ନ ଜାତିର ୯ ଜଣ ଛାତ୍ରୀଙ୍କୁ ନେଇ ସେ ଏକ ବିଦ୍ୟାଳୟର ସ୍ଥାପନା କରିଲେ ।[୩] ୧ ବର୍ଷ ଭିତରେ ସେ ୫ଟି ବିଦ୍ୟାଳୟ ଖୋଲିବାରେ ସମର୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ତତ୍କାଳୀନ ସରକାର ସମ୍ମାନିତ କରିଥିଲେ । ସେ ସମୟରେ ଝିଅମାନଙ୍କ ଶିକ୍ଷା ଉପରେ କଟକଣା ଥିଲା । ସାବିତ୍ରୀବାଈ ଫୁଲେ ସେହି ସମୟରେ ନିଜେ ପଢ଼ିବା ସହିତ ଅନ୍ୟ ଝିଅମାନଙ୍କ ପାଇଁ ମଧ୍ୟ ପଢ଼ିବାର ବନ୍ଦୋବସ୍ତ କରିଥିଲେ ।
କାବ୍ୟ
ସମ୍ପାଦନାସାବିତ୍ରୀବାଈ ଫୁଲେ ଅନେକ ସମାଜ ସମ୍ବନ୍ଧିତ କବିତା ରଚନା କରିଥିଲେ । [୪][୫] କାବ୍ୟ ଫୁଲେ, ଭବନ କାଶୀ ସୁବୋଧ ରତ୍ନାକର ତାଙ୍କ କାବ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ।
ନିଧନ
ସମ୍ପାଦନା୧୦ ମାର୍ଚ୍ଚ ୧୮୯୭ ମସିହାରେ ପ୍ଲେଗ୍ ରୋଗ ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସେବା କରୁଥିବା ପ୍ଲେଗ ରୋଗୀଙ୍କ ମଧ୍ୟରୁ ଏକ ପୀଡ଼ିତ ଛୋଟପିଲାଠାରୁ ତାଙ୍କୁ ମଧ୍ୟ ପ୍ଲେଗ ହୋଇଥିଲା ।
ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ Mariam Dhawale. "AIDWA Observes Savitribai Phule Birth Anniversary". Retrieved 3 March 2014.
- ↑ O'Hanlon, Rosalind (2002). Caste, Conflict and Ideology: Mahatma Jotirao Phule and Low Caste Protest in Nineteenth-Century Western India (Revised ed.). Cambridge University Press. p. 135. ISBN 978-0-52152-308-0.
- ↑ O'Hanlon, Rosalind (2002). Caste, Conflict and Ideology: Mahatma Jotirao Phule and Low Caste Protest in Nineteenth-Century Western India (Revised ed.). Cambridge University Press. p. 118. ISBN 978-0-52152-308-0.
- ↑ Few Poems by Savitribai Phule http://drambedkarbooks.com/2015/01/03/few-poems-by-savitribai-phule/
- ↑ A Forgotten Liberator – The Life And Struggle of Savitribai Phule, Mountain Peak Publishers, New Delhi ISBN 978-81-906277-0-2
- ↑ Kothari, Vishwas (8 July 2014). "Pune university to be renamed after Savitribai Phule". Times of India. Retrieved 10 July 2014.
- ↑ "Google doodle pays tribute to social reformer Savitribai Phule". The Hindu. 3 January 2017. Retrieved 3 January 2017.
{{cite web}}
: Cite has empty unknown parameter:|1=
(help) - ↑ "Savitribai Phule, Google Doodle Tribute To Social Reformer". NDTV.com. 3 January 2017. Retrieved 3 January 2017.