ସାଇଲାନା ରାଜ୍ୟ ବ୍ରିଟିଶ ରାଜୁତି ସମୟରେ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । [୧] ଏହାର ଆୟତନ 769 ବର୍ଗ କିଲୋମିଟର ଥିବା ବେଳେ ଏହା ଏକଦା ମାଲବା ଏଜେନ୍ସି ଅଧୀନରେ ଥିଲା । ଏହାର ଅଞ୍ଚଳ ସବୁ ରତଲାମ ରାଜ୍ୟର ଅଞ୍ଚଳ ସହ ମିଶି ଯାଏ । 

ସାଇଲାନା ରାଜ୍ୟ
सैलाना रियासत
Princely State
1736–1948
Flag Coat of arms
Flag Coat of arms
Location of Sailana
Location of Sailana
Sailana State in the Imperial Gazetteer of India
History
 •  Established 1736
 •  Independence of India 1948
Area
 •  1941 ୭୬୯ km2 (୨୯୭ sq mi)
Population
 •  1941 ୩୫,୦୦୦ 
Density ୪୫.୫ /km2  (୧୧୭.୯ /sq mi)
Sailana (Princely State)

ଇତିହାସ  ସମ୍ପାଦନା

ରତଲାମ ରାଜ୍ୟର ରାଜା ରତନ ସିଂହଙ୍କ ପ୍ରପୌତ୍ର ଜୟ ସିଂହ ଏହି ରାଜ୍ୟ ରତଲାମ ରାଜ୍ୟର ଅଞ୍ଚଳ ନେଇ 1736 ମସିହାରେ ସ୍ଥାପନ କରିଥିଲେ । ଜୟା ସିଂହଙ୍କ ପିତାଙ୍କୁ ତାଙ୍କ କକା ହତ୍ୟା କରିଥିଲେ । ଜୟ ସିଂହ ତାଙ୍କ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ତାଙ୍କ କାକାଙ୍କୁ ସଗୋଡେ ନାମକ ଅଞ୍ଚଳରେ ଯୁଦ୍ଧ କରି ହତ୍ୟା କରିଥିଲେ । ତାହା ପରେ ସେ ତାଙ୍କ ଭ୍ରାତାଙ୍କ ସହ ରାଜ୍ୟକୁ ଦୁଇ ଭାଗ କରି ଶାସନ କରୁଥିଲେ । ଜୟା ସିଂହଙ୍କ ରାଜଧାନୀ ପ୍ରଥମେ ରାଓଟି ଥିବା ବେଳେ ପରେ ସେ ସାଇଲାନା ସହର ସ୍ଥାପନ କରି ଏହାକୁ 1736 ମସିହାରେ ରାଜଧାନୀ କାଲେ । ଜୟା ସିଂହ ତାଙ୍କର ଜୀବନ କାଳରେ 22ଟି ଯୁଦ୍ଧ କରିଥିଲେ । ସେ ସାଇଲାନାକୁ ଏକ ମୁକ୍ତ ରାଜ୍ୟ କରିଥିଲେ ।[୧]  କିନ୍ତୁ 1819 ମସିହାରେ ସାଇଲାନା ବ୍ରିଟିଶ ଅଧୀନ ରାଜ୍ୟ ହେଇଗଲା । ଏହା 1948 ମସିହାରେ ଭାରତୀୟ ରାଜ୍ୟ ସମୂହ ସହ  ମିଶ୍ରଣ ହେଲା । .[୨]

ଶାସକ  ସମ୍ପାଦନା

ସାଇଲାନାର ଶାସକମାନେ ରାଠୋର ରାଜପୁତ ଥିଲେ । 

ପୁନଶ୍ଚ ପଠନ  ସମ୍ପାଦନା

  • List of Rajput dynasties and states
  • Malwa Agency

ଆଧାର  ସମ୍ପାଦନା

  1. ୧.୦ ୧.୧ Imperial Gazetteer of India. Vol. Vol.21. Oxford: Clarendon Press. 1908. pp. 385–7. {{cite book}}: |volume= has extra text (help)
  2. Princely States of India

ବାହାର ଲିଙ୍କ  ସମ୍ପାଦନା