ସାଇପ୍ରସ୍ (ଆନୁଷ୍ଠାନିକ ନାମ ସାଇପ୍ରସ୍ ଗଣରାଜ୍ୟ) ପୂର୍ବ ଭୂମଧ୍ୟସାଗରର ଏକ ଦ୍ୱୀପ ଦେଶ | ଏହା ଭୂମଧ୍ୟସାଗରର ତୃତୀୟ ବୃହତ୍ତମ ଏବଂ ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଠ ଦ୍ୱୀପ । ଏହା ତୁର୍କୀର ଦକ୍ଷିଣରେ ପଶ୍ଚିମ ସିରିଆ ଏବଂ ଲେବାନନ୍; ମିଶରର ଉତ୍ତରରେ, ଇସ୍ରାଏଲ୍ ଏବଂ ଗ୍ରୀସର ଦକ୍ଷିଣ ପୂର୍ବରେ ଅବସ୍ଥିତ | ଏହା ଏସିଆ ଓ ୟୁରୋପର ସୀମାରେ ସ୍ଥିତ। ଏହା ୟୁରୋପିୟ ସଂଘର ସଦସ୍ୟ ହେଲେମଧ୍ୟ ମିଳିତ ଜାତିସଂଘ ଏହାକୁ ପଶ୍ଚିମ ଏସିଆର ଅଂଶ ମାନନ୍ତି। [୧]

ଇତିହାସସମ୍ପାଦନ କରନ୍ତୁ

 
ପ୍ରତ୍ନତତ୍ତ୍ତ୍ୱ ଖନନରୁ ମିଳିଥିବା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ମୁର୍ତ୍ତି

ସାଇପ୍ରସରେ ମାନବର ଉପସ୍ଥିତି ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ ହୋଇଥିଲା | ସହସ୍ର ବର୍ଷ ମଧ୍ୟରେ ବିଭିନ୍ନ ପୂର୍ବ ଭୂମଧ୍ୟସାଗରୀୟ ସଭ୍ୟତାଦ୍ୱାରା ସାଇପ୍ରସର ଭୌଗଳିକ ସ୍ଥିତି ସାଇପ୍ରସର ଇତିହାସକୁ ପ୍ରଭାବିତ କରିଛି।ଖ୍ରୀଷ୍ଟପୂର୍ବ ୩୩୩ ମସିହାରେ ଆଲେକ୍ସଜାଣ୍ଡାର୍ ଏହି ଦ୍ୱୀପକୁ ଅଧିକାର କରିଥିଲେ | ଆଲେକ୍ସଜାଣ୍ଡାରଙ୍କ ମୃତ୍ୟୁ , ପରବର୍ତ୍ତୀ ସମୟରେ ତାଙ୍କ ସାମ୍ରାଜ୍ୟର ବିଭାଜନ ଏବଂ ତାଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଯୁଦ୍ଧ ପରେ ସାଇପ୍ରସ୍ ଗ୍ରୀକ୍ ହେଲେନିଷ୍ଟିକ୍ ସାମ୍ରାଜ୍ୟର ଏକ ଅଂଶ ହେଲା | ଖ୍ରୀଷ୍ଟପୂର୍ବ ୫୮ରେ ସାଇପ୍ରସ୍ ରୋମାନ୍ ଗଣରାଜ୍ୟଦ୍ୱାରା ଅଧିକୃତ ହୋଇଥିଲା । ପରବର୍ତ୍ତୀ ସମୟରେ ସାଇପ୍ରସ୍ ବାଇଜାଣ୍ଟାଇନ୍ ସାମ୍ରାଜ୍ୟ ଓ ତା ପରେ ଓଟ୍ଟୋମାନ୍ ସାମ୍ରାଜ୍ୟ ଅଧିକାରରେ ଆସିଥିଲା। ପ୍ରଥମ ବିଶ୍ୱଯୁଧ୍ଧର ଆରମ୍ଭରେ ସାଇପ୍ରସ୍ ବ୍ରିଟିଶ ସାମ୍ରାଜ୍ୟ ଅଧିନରେ ଆସିଲା । ୧୬ ଅଗଷ୍ଟ ୧୯୬୦ରେ, ବ୍ରିଟେନ, ଗ୍ରୀସ୍ ଏବଂ ତୁର୍କୀ ମଧ୍ୟରେ ଜୁରିକ୍ ଏବଂ ଲଣ୍ଡନ ଚୁକ୍ତିନାମା ସ୍ୱାକ୍ଷ୍ୟରିତ ହେଲା ପରେ ସାଇପ୍ରସ୍ ସ୍ୱାଧୀନତା ହାସଲ କଲା ।[୨][୩]

ବିଭାଜନସମ୍ପାଦନ କରନ୍ତୁ

୧୫ ଜୁଲାଇ ୧୯୭୪ ରେ, ଏକ ଗ୍ରୀକ୍ ସାମରିକ ଜୁଣ୍ଟା ଦ୍ୱୀପକୁ ଗ୍ରୀସ୍ ସହିତ ଏକୀକରଣ କରିବା ପାଇଁ ସାଇପ୍ରସରେ ସରକାର ପରିବର୍ତ୍ତନ ପ୍ରଚେଷ୍ଟା କଲେ । ଏହି ଜୁଣ୍ଟା ରାଷ୍ଟ୍ରପତି ମାକାରିଓସ୍ ତୃତୀୟଙ୍କୁ ବରଖାସ୍ତ କରି ତାଙ୍କ ସ୍ଥାନରେ ନିକୋସ୍ ସାମ୍ପସନଙ୍କୁ ସ୍ଥାନିତ କରିଥିଲେ। ଏହ ଉତ୍ତରରେ ପାଞ୍ଚ ଦିନ ପରେ ତୁର୍କୀ ସୈନ୍ୟବାହିନୀ ଦ୍ୱୀପ ଉପରେ ଆକ୍ରମଣ କରି ସାମ୍ବିଧାନିକ ଶାସନ ଫେରାଇ ଆଣିବାରେ ଚେଷ୍ଟା କଲା। ଅସ୍ତ୍ରବିରତି ପରେ ସାମ୍ବିଧାନିକ ବ୍ୟବସ୍ଥାର ପୁନରୁଦ୍ଧାର ହେଲା । ଡିସେମ୍ବର ୧୯୭୪ରେ ଆର୍କବିଶପ ମାକାରିଓସ ତୃତୀୟ ସାଇପ୍ରସକୁ ଫେରିବା ପରେ ତୁର୍କୀ ସୈନ୍ୟବାହିନୀ ଦ୍ୱୀପର ଉତ୍ତର-ପୂର୍ବ ଭାଗ ଦଖଲ କରିରହିଲେ। ୧୯୮୩ ମସିହାରେ, ତୁର୍କୀର ସାଇପ୍ରିଅଟ୍ ନେତାମନେ ତୁର୍କୀ ରିପବ୍ଲିକ୍ ଅଫ୍ ଉତ୍ତର ସାଇପ୍ରସ୍ (TRNC) ଘୋଷଣା କରିଥିଲେ। ଏହା କେବଳ ତୁର୍କୀଦ୍ୱାରା ସ୍ୱୀକୃତିପ୍ରାପ୍ତ |[୪]

ଭୂଗୋଳସମ୍ପାଦନ କରନ୍ତୁ

ଇଟାଲୀର ସିସିଲି ଏବଂ ସାର୍ଡିନିଆ ଦ୍ୱୀପ ପରେ ସାଇପ୍ରସ୍ ଭୂମଧ୍ୟସାଗରର ତୃତୀୟ ବୃହତ୍ତମ ଦ୍ୱୀପ ଅଟେ | କ୍ଷେତ୍ରଫଳ ଅନୁଯାୟୀ ଏହା ବିଶ୍ୱର ୮୦ତମ ବୃହତ୍ତମ ଏବଂ ଜନସଂଖ୍ୟା ଅନୁଯାୟୀ ବିଶ୍ୱର ୫୧ତମ ବୃହତ୍ତମ | ଏହାର ସର୍ବାଧିକ ଦୈର୍ଘ୍ୟ ୨୪୦ କିଲୋମିଟର (୧୪୯ ମାଇଲ) ଏବଂ ଏହାର ସର୍ବାଧିକ ୧୦୦ କିଲୋମିଟର (୬୨ ମାଇଲ) ପ୍ରସ୍ଥ ।ଏହାର ଉତ୍ତରରେ ତୁର୍କୀ ୭୫ କିଲୋମିଟର (୪୭ ମାଇଲ) ଦୁରରେ ସ୍ଥିତ | ଏହା ୩୪°ରୁ ୩୬° ଉତ୍ତର ଅକ୍ଷାଂଶ ଏବଂ ୩୨° ଏବଂ ୩୫° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ |[୫]

ଏହି ଦ୍ୱୀପର ମୁଖ୍ୟ ଭୌଗଳିକ ବୈଶିଷ୍ଟ୍ୟଗୁଡିକ ଦୁଇଟି ପର୍ବତ ମାଳା, ଟୃଡୋସ୍ ପର୍ବତମାଳା ଏବଂ ଛୋଟ କିରେନିଆ ପର୍ବତ , ଏବଂ ସେମାନଙ୍କ ମଧ୍ୟର ସମତଳ ଭୂମି, "ମେସାଓରିଆ" | ମେସୋରିଆ ସମତଳ ଦେଇ ଦ୍ୱୀପର ଦୀର୍ଘତମ , ପେଡିଓସ୍ ନଦୀ ପ୍ରବାହିତ ହେଉଛି | ଟୃଡୋସ୍ ପର୍ବତମାଳା ଦ୍ୱୀପର ଦକ୍ଷିଣ ଏବଂ ପଶ୍ଚିମ ଭାଗର ଅଧିକାଂଶ ଅଂଶକୁ ଆଚ୍ଛାଦନ କରନ୍ତି ଏବଂ ଏହାର ଦ୍ୱୀପର ପ୍ରାୟ ଅର୍ଦ୍ଧେକ କ୍ଷେତ୍ରଫଳ | ସାଇପ୍ରସର ସର୍ବୋଚ୍ଚ ବିନ୍ଦୁ ହେଉଛି ମାଉଣ୍ଟ ଅଲିମ୍ପସ୍ ୧,୯୫୨ ମିଟର (୬,୪୦୪ ଫୁଟ), ଯାହାକି ଟୃଡୋସ୍ ପର୍ବତମାଳାର ମଧ୍ୟ ଭାଗରେ ଅବସ୍ଥିତ | ସଂକୀର୍ଣ୍ଣ କିରେନିଆ ପର୍ବତମାଳା, ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ବିସ୍ତୃତ ହୋଇ କମ୍ ଅଞ୍ଚଳ ଦଖଲ କରିଛି । ଏହାର ସର୍ବାଧିକ ଉଚ୍ଚତା ୧,୦୨୪ ମିଟର (୩,୩୬୦ ଫୁଟ) ।

ସାଇପ୍ରସର ଜଳବାୟୁରେ ଉପକ୍ରାନ୍ତୀୟ ଜଳବାୟୁ ଯଥା- ଭୂମଧ୍ୟସାଗରୀୟ ଏବଂ ଅର୍ଦ୍ଧ-ଶୁଷ୍କ ଜଳବାୟୁ । ଉପକୂଳ ଅଞ୍ଚଳରେ ଅତି ମୃଦୁ ଶୀତ ଏବଂ ସାମାନ୍ୟରୁ ଅଧିକ ଗ୍ରୀଷ୍ମ ଅନୁଭୂତ ହୁଏ | ଦ୍ୱୀପର ମଧ୍ୟ ଭାଗରେ ଥିବା ଟ୍ରୁଡୋସ୍ ପର୍ବତରେ ତୁଷାରପାତ ହୋଇଥାଏ | ମୁଖ୍ୟତଃ ଶୀତଦିନେ ବର୍ଷା ହୁଏ, ଗ୍ରୀଷ୍ମ ସାଧାରଣତଃ ଶୁଷ୍କ ରହିଥାଏ ।

ସରକାରସମ୍ପାଦନ କରନ୍ତୁ

ସାଇପ୍ରସ୍ ହେଉଛି ଏକ ରାଷ୍ଟ୍ରପତି ପ୍ରଧାନ ଗଣତନ୍ତ୍ର | ପାଞ୍ଚ ବର୍ଷ ପାଇଁ ସର୍ବସାଧାରଣ ମତଦାନ ପ୍ରକ୍ରିୟାଦ୍ୱାରା ରାଷ୍ଟ୍ରପତି ତଥା ସରକାରଙ୍କ ମୁଖ୍ୟ ନିର୍ବାଚିତ ହୁଅନ୍ତି। ଏହାର ସଂସଦରେ ଗୋଟିଏ ଗୃହ। ଏଥିରେ ଆଇନ ପ୍ରଣୟନ କ୍ଷମତା ନ୍ୟସ୍ତ ହୋଇଛି । ନ୍ୟାୟପାଳିକା ସରକାରର ଅନ୍ୟ ଶାଖାରୁ ସ୍ୱାଧୀନ । ୧୯୬୫ ପରଠାରୁ, ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ପରେ ସଂସଦରେ ତୁର୍କୀୟ ସାଇପ୍ରିୟଟ୍ ସିଟଗୁଡିକ ଖାଲି ରହିଛି।

ଜନସଂଖ୍ୟାସମ୍ପାଦନ କରନ୍ତୁ

ସାଇପ୍ରସ୍ର ପ୍ରଥମ ଜନଗଣନା ଡିସେମ୍ବର 1960ରେ କରାଯାଇଥିଲା ଏବଂ ଏଥିରେ ସମଗ୍ର ଦ୍ୱୀପ ଅନ୍ତର୍ଭୁକ୍ତ ହୋଇଥିଲା। ଏହା ଅନୁଯାୟୀ ସାଇପ୍ରସର ମୋଟ ଜନସଂଖ୍ୟା 573,566 ଥିଲା, ସେମାନଙ୍କ ମଧ୍ୟରୁ ୪୪୨,୧୩୮ (୭୭.୧%) ଗ୍ରୀକ୍ ମୂଳର , ୧୦୪,୩୨୦ (୧୮.୨%) ତୁର୍କୀ ମୂଳ ଏବଂ ୨୭,୧୦୮ (୪.୭%) ଅନ୍ୟ ମୂଳର |

୨୦୦୧ ଜନସଂଖ୍ୟାରରେ ଗ୍ରୀକ୍ ୭୭%, ତୁର୍କୀୟ ୧୮% ଏବଂ ଅନ୍ୟମାନେ ୫% ରହିଥିଲେ। ୨୦୧୧ ସରକାରୀ ଜନଗଣନା ସମୟରେ, ସାଇପ୍ରସରେ ୧୦,୫୨୦ ରୁଷିୟ ଲୋକ ବାସ କରୁଥିଲେ।

ସାଇପ୍ରସ୍ ରିପବ୍ଲିକ୍ ଛଅଟି ଜିଲ୍ଲାରେ ବିଭକ୍ତ: ନିକୋସିଆ, ଫାମାଗସ୍ତା, କିରେନିଆ, ଲାରନାକା, ଲିମାସୋଲ ଏବଂ ପାଫୋସ୍ | ନିକୋସିଆ ହେଉଛି ଦେଶର ରାଜଧାନି ଓ ସବୁଠାରୁ ବଡ ସହର। [୫]

ଆଧାରସମ୍ପାଦନ କରନ୍ତୁ

  1. https://unstats.un.org/unsd/methodology/m49/. Missing or empty |title= (help)
  2. Stuart Swiny, ed. (2001). The Earliest Prehistory of Cyprus: From Colonization to Exploitation (PDF). Boston, MA: American Schools of Oriental Research. Archived from the original (PDF) on 6 June 2016.
  3. "Treaty of Lausanne". Archived from the original on 12 January 2013. Retrieved 7 October 2014.
  4. Atkin, N.; Biddiss, M.; Tallett, F. (2011). The Wiley-Blackwell Dictionary of Modern European History Since 1789. Wiley. p. 184. ISBN 978-1-4443-9072-8. Retrieved 2020-11-09.
  5. ୫.୦ ୫.୧ "Cyprus country profile". BBC News. 2020-10-19. Retrieved 2020-11-09.