ସାଂଲା, ଭାରତ
ସଂଲା ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କିନ୍ନୌର ଜିଲ୍ଲାରେ ଏକ ଶୈଳ ନିବାସ ଗ୍ରାମ । ଏହା ତିବତ ସିମାଞ୍ଚଳରେ ଅବସ୍ଥିତ ।
ଭୌଗୋଳିକ ସ୍ଥିତି
ସମ୍ପାଦନାସାଂଲା ଉପତ୍ୟକା ବା ବାଷ୍ପା ଉପତ୍ୟକା କରଚେନଠାରେ ଆରଭ ହେଇ ଚିଟକୁଳଠାରେ ଶେଷ ହେଇଥାଏ । ଏହି ଉପତ୍ୟକାରେ ସାଂଲା ଏକ ମୁଖ୍ୟ ସହର । ସାଂଲାରେ ପେଟ୍ରୋଲ ପମ୍ପ , ମଧ୍ୟମ ଧରଣ ହୋଟେଲ ,ATM ସେବା , ପୋଷ୍ଟ ଅଫିସ , ରେଷ୍ଟୁରାଣ୍ଟ ଆଦି ସମସ୍ତ ସୁବିଧା ଉପଲବ୍ଧ । ଏହି ସହରର ଚାରିପଟେ ଜଙ୍ଗଲ ଭରା ରହି ପର୍ବତ ଉପରୁ ଦିଶୁଥିବା ଦୃଶ୍ୟ ପ୍ରଦାନ କରେ । ଚୀନ ଓ ତିବତର ସୀମା ନିକଟରେ ଥିବା ଯୋଗୁଁ ଏହି ଉପତ୍ୟକାକୁ ପର୍ଯ୍ୟଟକମାନେ ଯିବା ପାଇଁ ସ୍ୱତନ୍ତ୍ର ଅନୁମତି ଦରକାର ହାଉଥିଲା । ସାଂଲା ଉପତ୍ୟକା ଦେଇ ବାଷ୍ପା ନଦୀ ପ୍ରବାହିତ ହୁଏ। ଏଠାରେ ସେଓ ବଗିଚା, କାଜୁ ବଗିଚା ବହୁ ପରିମାଣରେ ଥାଏ ।
ଦର୍ଶନୀୟ ସ୍ଥାନ
ସମ୍ପାଦନାସାଂଲା ନିକଟରେ 'ଗ୍ରେଟ ହିମାଳୟ କାମରୁ ଫୋର୍ଟ ' ନାମରେ ଏକ ଦୁର୍ଗ ଥିବା ସହ ମାତା ଦେବୀ ମନ୍ଦିର ଓ ବେଅରିଙ୍ଗ ନଗ ମନ୍ଦିର ରହିଛି । ଏହି ସବୁ ପରଜ୍ଯତକଙ୍କ ପାଇଁ ଆକର୍ଷକ ହେଇଥାଏ ।
ଜୀବିକା
ସମ୍ପାଦନାସାଂଲା ଉପତ୍ୟକାରେ ବିଶ୍ୱର ସର୍ବୋତ୍ତମ ଧାରଣର ସେଓ ଉତ୍ପାଦନ ହୁଏ [୧]। ଏଠାକାର ଅଧିବାସୀଙ୍କ ସେଓ ଚାଷ ମୁଖ୍ୟ ଜୀବିକା । କିଛି ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନ ଉପରେ ନିର୍ଭର ଶୀଳ । ଡିସେମ୍ବରରୁ ମେ ପର୍ଯ୍ୟନ୍ତ ୬ ମାସ ଏହି ଉପତ୍ୟକା ବରଫପାତ ଯୋଗୁ ବନ୍ଦ ରହିଥାଏ । ପୁରାତନ ଇଣ୍ଡୋ-ତିବତ ରାସ୍ତା ସାଂଲାକୁ ଜାତୀୟ ରାଜପଥ ୨୨ ସଙ୍ଗେ କରଚାମରେ ସଂଯୋଗ କରିଥାଏ ।
ଜନସଂଖ୍ୟା
ସମ୍ପାଦନାସ୍ଥାନୀୟ ଲୋକମାନେ କିନ୍ନଉରୀ ଭାଷା ବ୍ୟବହାର କରିଥାଆନ୍ତି । Coordinates: 31°25′29″N 78°15′58″E / 31.4248°N 78.2661°E31°25′29″N 78°15′58″E / 31.4248°N 78.2661°E
ଆଧାର
ସମ୍ପାଦନା- ↑ http://articles.economictimes.indiatimes.com/2013-07-11/news/40515199_1_apple-crop-apple-growers-association-ravinder-chauhan Archived 2016-09-21 at the Wayback Machine. Move over Alphonso, Kinnauri apple is king of fruits
This Himachal Pradesh location article is a stub. You can help Wikipedia by expanding it. |