ପିଙ୍କି ପ୍ରଧାନ

ଓଡ଼ିଆ ଅଭିନେତ୍ରୀ
(ସସ୍ମିତା ପ୍ରଧାନରୁ ଲେଉଟି ଆସିଛି)

ପିଙ୍କି ପ୍ରଧାନ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ରରେ ଅଭିନୟ କରନ୍ତି । ୨୦୧୪ ମସିହା ନିର୍ବାଚନ ସମୟରେ ପିଙ୍କି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପିଙ୍କିଙ୍କର ଜନ୍ମ ଗଞ୍ଜାମ ଜିଲ୍ଲାରେ ହୋଇଥିଲା । ସେ ଏକାଧାରାରେ ଜଣେ ମଡେଲ୍, ଅଭିନେତ୍ରୀ, ଉପସ୍ଥାପିକା ତଥା ପ୍ରଚ୍ଛଦପଟ ଗାୟିକା ଭାବରେ ପରିଚିତ। 

ପିଙ୍କି ପ୍ରଧାନ
Born
ସସ୍ମିତା ପ୍ରଧାନ

ଗଞ୍ଜାମ, ଓଡ଼ିଶା, ଭାରତ
Occupation(s)ଅଭିନେତ୍ରୀ
ଉପସ୍ଥାପିକା
କଣ୍ଠଶିଳ୍ପୀ
ମଡେଲ
Years active୧୯୯୧ରୁ-ଏବେଯାଏଁ

ଅଭିନୟ ଜୀବନ[୧] ସମ୍ପାଦନା

ପ୍ରଥମେ ତାଙ୍କର ନୃତ୍ୟ ପ୍ରତି ରୁଚି ଥିଲା ଏବଂ ପରେ ସେ ଅଭିନୟ ଦୁନିଅାକୁ ଅାସିଥିଲେ । ଚଳଚ୍ଚିତ୍ରେର ଅଭିନୟ କରିବା ସହିତ ବିଭିନ୍ନ ବିଜ୍ଞାପନରେ ମଡେଲ୍ ଭାବେ ସେ କାମ କରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ଯେ ପାଞ୍ଚେ ପର ମନ୍ଦ" । ଏହି ଚଳଚ୍ଚିତ୍ରରେ ସେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିପକ୍ଷରେ ନାୟିକା ସାଜିଥିଲେ । ତାଙ୍କର ଭୂମିକା କେବଳ ନାଚ କି ମଡେଲିଂରେ ସୀମିତ ରହି ନାହିଁ; ସେ ଭଲ ଗୀତ ମଧ୍ୟ ଗାଅାନ୍ତି । ଚଳଚ୍ଚିତ୍ର ସହିତ ମେଗାଧାରାବାହିକରେ ମଧ୍ୟ କାମ କରିଛନ୍ତି । ତରଙ୍ଗରେ ପ୍ରସାରିତ ହୋଇଥିବା ମେଗାଧାରାବାହିକ "ଅବୁଝା ଏ ମନ"ରେ ସେ ଅଭିନୟ କରିଛନ୍ତି ।

ସେ ଅାଙ୍କର୍ ଭାବେ ଅନେକ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଛନ୍ତି "ବୁମ୍ ସାକା ଲାକା", "ବିଗ୍‌ ବ୍ରେକ୍","ଗୃହଲକ୍ଷ୍ମୀ" ଏବଂ "ରୋଷେଇ ଖାସ୍ କଥା ବିନ୍ଦାସ" ଅାଦି ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ ନଜର ଅାସିଛନ୍ତି । ଏହାଛଡ଼ା ସେ ବିଚାରକ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । "ରଜ କୁଇନ୍", ଏବଂ "ସ୍ୱର ଓଡ଼ିଶା"ର ପ୍ରଭୃତି ସୋରେ ସେ ବିଚାରକ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ସାର୍ଥକ ଟିଭିରେ ପ୍ରସାରିତ "ରଜ କୁଇନ୍ ଏକ ସାଥ୍‌"ରେ ମୁଖ୍ୟ ବିଚାରକର ଭୂମିକା ନିର୍ବାହ କରୁଛନ୍ତି ।

ହିନ୍ଦୀ ସିରିୟଲ୍ "ସ୍କୁଲ୍ ଡେଜ୍‌"ରୁ ନିଜର ଅଭିନୟ ଜୀବନ ଅାରମ୍ଭ କରିଥିଲେ । ୨୦୦୮ ମସିହାରେ ପ୍ରଥମ ଓଡ଼ିଆ ଝିଅ ଭାବେ ଜାତୀୟ ସ୍ତରରେ "ଏମ୍ ଟିଭି"ର ଏକ ରିୟଲିଟି ସୋରେ ଭାଗ ନେଇ ବିଜୟୀ ମଧ୍ୟ ହୋଇଛନ୍ତି ।[୨]ଏହା ବ୍ୟତୀତ ସୋନି ଟିଭିରେ ପ୍ରସାରିତ "ସିଅାଇଡି"ରେ ଅଭିନୟ କରିଛନ୍ତି ।[୩]

ପିଙ୍କି ପ୍ରଧାନ ଅନେକ ଓଡ଼ିଆ ଅାଧୁନିକ ଏବଂ ଭଜନ ଅାଲବମ୍ କରିଛନ୍ତି । ନିଜ ଅଭିନୀତ ଅାଲବମ୍‌ରେ ପ୍ରଚ୍ଛଦପଟ ଗାୟିକା ଭାବେ ଗୀତ ମଧ୍ୟ ଗାଇଛନ୍ତି । 

ଉପସ୍ଥାପନା ସମ୍ପାଦନା

ଦୂରଦର୍ଶନ କାର୍ଯ୍ୟକ୍ରମ ସମ୍ପାଦନା

  • ବୁମ୍‌ ସାକା ଲାକା (ଈ ଟିଭି)
  • ରୋଷେଇ ଖାସ୍ କଥା ବିନ୍ଦାସ (ସାର୍ଥକ ଟିଭି)
  • ଗୃହଲକ୍ଷ୍ମୀ (ସାର୍ଥକ ଟିଭି)

ବିଜ୍ଞାପନ[୪] ସମ୍ପାଦନା

  • ଏଲ୍‌.ଏମ୍‌.ଏଲ୍‌ ଟ୍ରେଣ୍ଡି
  • ବିସେଲରି

ଅଭିନୀତ କଥାଚିତ୍ର[୫] ସମ୍ପାଦନା

  • ଯେ ପାଞ୍ଚେ ପର ମନ୍ଦ (୨୦୦୩)
  • ଟାର୍ଗେଟ୍ (୨୦୧୩)
  • ଅାଖିରେ ଅାଖିରେ (୨୦୧୪)

ଦୂରଦର୍ଶନ ଧାରାବାହିକ ସମ୍ପାଦନା

  • ଅବୁଝା ଏ ମନ (ତରଙ୍ଗ ଚ୍ୟାନେଲ୍)

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା