ସର୍ଜିକାଲ ମାସ୍କ
ସର୍ଜିକାଲ ମାସ୍କ ଶଲ୍ୟ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ବ୍ୟବହାର କରାଯାଉଥିବା ଏକ ବ୍ୟକ୍ତିଗତ ସୁରକ୍ଷା ସାଧନ ଅଟେ । ଏହା ରୋଗୀର ପାଟି ଓ ନାକରୁ ନିର୍ଗତ ହେଉଥିବା ରୋଗଜନକ ପଦାର୍ଥରୁ ସୁରକ୍ଷା ପ୍ରଦାନ କରିଥାଏ ।[୧] ବ୍ୟବହାରକାରୀକୁ ଜୀବାଣୁ ଓ ଭୂତାଣୁଠାରୁ ରକ୍ଷା କରିବାକୁ ଅସକ୍ଷମ ହୋଇଥିବାରୁ ଏହା ଅନ୍ୟ ମାସ୍କ ବା ଶ୍ୱାସଯନ୍ତ୍ରମାନଙ୍କଠାରୁ ନିକୃଷ୍ଟତର ।[୨]
ବ୍ୟବହାର
ସମ୍ପାଦନାସ୍ୱାସ୍ଥ୍ୟକର୍ମୀ
ସମ୍ପାଦନାସର୍ଜିକାଲ ମାସ୍କ ଚିକିତ୍ସକମାନଙ୍କଦ୍ୱାରା ଶଲ୍ୟ ଏବଂ ଅନ୍ୟ ଚିକିତ୍ସାଜନିତ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।[୩] ଏହା ରୋଗୀ ନାକ ଓ ପାଟିରୁ ନିର୍ଗତ ତରଳ ପଦାର୍ଥ ଓ ଏରୋସଲରୁ ରକ୍ଷା କରେ ଯଦିଓ ସର୍ଜରୀ ପରେ ହେଉଥିବା ସଂକ୍ରମଣରୁ ଏହି ମାସ୍କ ରକ୍ଷା କରିବାର କୌଣସି ସଠିକ ପ୍ରମାଣ ନାହିଁ ।[୪]
ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ସର୍ଜିକାଲ ମାସ୍କକୁ ପିନ୍ଧିବା ଏବଂ ପ୍ରତ୍ୟେକ ବ୍ୟବହାର ପରେ ନଷ୍ଟ କରିବାର ଅଭ୍ୟାସ କରାଯାଏ । ଠିକଭାବେ ଫିଟ ହେଉଥିବା ଏବଂ ପରୀକ୍ଷଣ କରାଯାଇଥିବା ଏନ୯୫ ବା ଏଫଏଫଏଫ୩ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ ଯାହାଦ୍ୱାରା ସଂକ୍ରମଣରୁ ନିଜକୁ ସୁରକ୍ଷା ମିଳିଥାଏ ।
ଜନସାଧାରଣ
ସମ୍ପାଦନାସାଧାରଣତଃ ଘର ବାହାରରେ ଏପରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଏନାହିଁ ।[୫] ପୂର୍ବ-ଏସୀୟ ଦେଶମାନଙ୍କରେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ସାଧାରଣ କଥା ଅଟେ । ଚୀନ, ଦକ୍ଷିଣ କୋରିଆ ଏବଂ ତାଇୱାନ ପରି ଦେଶରେ ବାୟୁଦ୍ୱାରା ସଂକ୍ରମିତ ରୋଗମାନଙ୍କଠାରୁ ନିଜକୁ ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାୟ ଲୋକମାନେ ମାସ୍କ ପିନ୍ଧନ୍ତି । ଏହାଦ୍ୱାରା ବାୟୁ ପ୍ରଦୂଷଣ କାରଣରୁ ଉତ୍ପନ୍ନ ଧୂଳିଧୂଆଁରୁ ବଞ୍ଚିବା ସହ ସହଜରେ ନିଶ୍ୱାସ ନେବା ସମ୍ଭବ ହୁଏ ।[୬]
ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଧୂଆଁ ଏବଂ ପ୍ରଦୂଷଣର ବୃଦ୍ଧି ହେତୁ ଭାରତ, ନେପାଳ, ଥାଇଲାଣ୍ଡର ପ୍ରମୁଖ ସହରରେ ମଧ୍ୟ ଏହି ମାସ୍କର ବ୍ୟବହାର କରାଯାଉଛି ।[୭][୮] ଏହାବ୍ୟତୀତ ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁରରେ ଦକ୍ଷିଣ-ପୂର୍ବ ଏସିଆ ଗ୍ରୀଷ୍ମଋତୁରେ ଏହାର ବ୍ୟବହାର ଦେଖିବାକୁ ମିଳେ । ନିଶ୍ୱାସବାୟୁରୁ ପରିଷ୍କୃତ କରୁଥିବା ସର୍ଜିକାଲ ମାସ୍କର ବ୍ୟବହାରର ଚାହିଦା ଏସିଆରେ ବହୁତ ଅଧିକ ହୋଇଥିବାରୁ କମ୍ପାନୀମାନେ ସାଧା ମାସ୍କ ସହ ସୁନ୍ଦର ଡିଜାଇନ ଥିବା ମାସ୍କ ପ୍ରସ୍ତୁତ କରି ବିକିଥାନ୍ତି ।[୯]
ଆଧାର
ସମ୍ପାଦନା- ↑ "Transmission-Based Precautions". U.S. National Institute for Occupational Safety and Health.
- ↑ "Effectiveness of N95 respirators versus surgical masks in protecting health care workers from acute respiratory infection: a systematic review and meta-analysis". National Center for Biotechnology Information.
- ↑ "Interim Guidance on Planning for the Use of Surgical Masks and Respirators in Health Care Settings during an Influenza Pandemic" (PDF). United States Department of Health and Human Services. Archived from the original (PDF) on 2016-03-04. Retrieved 2021-05-06.
- ↑ "Disposable surgical face masks for preventing surgical wound infection in clean surgery". Cochrane.
- ↑ "The surgical mask is a bad fit for risk reduction". National Center for Biotechnology Information.
- ↑ "A quick history of why Asians wear surgical masks in public". Quartz.
- ↑ "In photos: Anti-pollution masks are now an essential accessory in Delhi". Quartz India.
- ↑ "Traffic police get high-tech masks". Nepali Times.
- ↑ "How surgical masks became a fashion statement". Dazed.