ସରୋଜ ଖାନ

ଭାରତୀୟ ନର୍ତ୍ତକୀ ଓ ନୃତ୍ୟ ନିର୍ଦ୍ଦେଶିକା

ସରୋଜ ଖାନ (୨୨ ନଭେମ୍ବର ୧୯୪୮ - ୩ ଜୁଲାଇ ୨୦୨୦), ହିନ୍ଦୀ ସିନେମା ଜଗତର ଜଣେ ନୃତ୍ୟ ନିର୍ଦ୍ଦେଶିକା ଭାବେ ଜଣାଶୁଣା ଥିଲେ । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ସେ କିଷନ‌ଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।

ସରୋଜ୍ ଖାନ୍
ଜନ୍ମ
ନିର୍ମଳା ନାଗପାଲ୍

(1948-11-22)୨୨ ନଭେମ୍ବର ୧୯୪୮
ମୃତ୍ୟୁ୩ ଜୁଲାଇ ୨୦୨୦(2020-07-03) (ବୟସ ୭୧)
ମୁମ୍ବାଇ
ବୃତ୍ତିନୃତ୍ୟ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୫୮- ୨୦୨୦

ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ୱୀକାରୋକ୍ତି ଅନୁଯାୟୀ, ବିବାହ ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ୟ ସେ ମୁସଲ୍‌ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍‌ଲାଲ୍‌ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍‌ଲାଲ‌ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍‌ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।

୧୯୬୫ରେ ସେ ସୋହନ୍‌ଲାଲ୍‌ଙ୍କଠାରୁ ବିଚ୍ଛେଦ ହୋଇଥିଲେ ମଧ୍ୟ ତାଙ୍କ ସ‌ହ କାମ କରୁଥିଲେ । ସୋହନ୍‌ଲାଲ୍‌ଙ୍କ ହୃଦ‌୍‌ଘାତ ପରେ ସେମାନେ ପୁଣିଥରେ ଏକାଠି ହୋଇଥିଲେ । ସୋହନ୍‌ଲାଲ୍‌ଙ୍କଠାରୁ ସରୋଜ୍ ଖାନ୍‌ଙ୍କର ହୀନା ଖାନ୍ (କୁକୁ) ନାମରେ ଆଉ ଏକ ସନ୍ତାନ ଥିଲା । ପରେ ସୋହନ୍‌ଲାଲ୍ ସରୋଜ୍ ଓ ଦୁଇ ପିଲାଙ୍କୁ ଛାଡି ମୁମ୍ବାଇ ଚାଲିଯାଇଥିଲେ । ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍‌ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।

ବୃତ୍ତି

ସମ୍ପାଦନା

ନିର୍ମଳା ଜନ୍ମ ହେବା ପରେ ତାଙ୍କର ବାପା, ମା' ଭାରତ ବିଭାଜନ ପରେ ଭାରତ ଚାଲି ଆସିଥିଲେ । ସେ ନ‌ଜ୍‌ରାନା ଚଳଚ୍ଚିତ୍ରରେ ୩ ବର୍ଷ ବୟସରେ ଶ୍ୟାମ ନାମକ ଶିଶୁ ଚରିତ୍ରରେ ଅଭିନୟ କରି[] ଓ ୧୯୫୦ ମସିହାରେ ଏକ ପ୍ରଛ୍ଛଦପଟ ନର୍ତ୍ତକୀ ଭାବେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ ବି ସୋହନ୍‌ଲାଲ୍‌ଙ୍କ ଅଧୀନରେ କାମ କଲାବେଳେ ସେ ନୃତ୍ୟ ଶିଖିଥିଲେ । ପରେ ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଯାଇଥିଲେ, ପ୍ରଥମା ସ‌ହ ନିର୍ଦ୍ଦେଶକ ଓ ପରେ ସ୍ୱାଧୀନ ଭାବେ ଗୀତା ମେରା ନାମ୍ (୧୯୭୪)ରେ ନିର୍ଦ୍ଦେଶନା ଦେଇଥିଲେ । ତ‌ଥାପି ଜଣାଶୁଣା ହେବା ପାଇଁ ତାଙ୍କୁ ବ‌ହୁତ ବର୍ଷ ଅପେକ୍ଷା କରିବାକୁ ପଡିଥିଲା, ଯାହାକୁ ସେ ଶ୍ରୀଦେବୀଙ୍କ ସ‌ହ ମିଷ୍ଟର ଇଣ୍ଡିଆରେ ହୱା ହୱାଇ (୧୯୮୭), ନାଗୀନା (୧୯୮୬) ଓ ଚାନ୍ଦିନୀ (୧୯୮୯) ଓ ପରେ ମାଧୁରୀଙ୍କ ସ‌ହ [[ତେଜାବଏକ୍, ଦୋ, ତିନ୍ ଓ ୧୯୯୦ରେ ଥାନେଦାରତମା ତମା ଲୋଗେରେ[]ବେଟା (୧୯୯୨)ରେ ଧକ୍ ଧକ୍ କର୍‌ନେ ଲଗାରେ କାମ କରି ପାଇଥିଲେ । ଏହାପରେ ସେ ବଲିଉଡ୍‌ର ସବୁଠାରୁ ସଫଳ ନିର୍ଦ୍ଦାଶକର ମାନ୍ୟତା ପାଇଥିଲେ[][]

୨୦୧୪ ମସିହାରେ, ସେ ଗୁଲାବ୍ ଗ୍ୟାନ୍ଗରେ ମାଧୁରୀ ଦୀକ୍ଷିତଙ୍କ ସ‌ହ ପୁଣିଥରେ କାମ କରିଥିଲେ ।[]

  1. ୧.୦ ୧.୧ Gulzar; Govind Nihalani; Saibal Chatterjee (2003). Encyclopaedia Of Hindi Cinema. Popular Prakashan. p. 573. ISBN 978-81-7991-066-5. Retrieved 13 June 2013.
  2. "'Tamma tamma loge' got okayed in the 48th take: Saroj Khan". Times Of India. 23 May 2013. Archived from the original on 23 September 2013. Retrieved 13 June 2013.
  3. Shoma A. Chatterji (28 October 2012). "Diva of Dance". The Tribune. Retrieved 13 June 2013.
  4. "Madhuri is still superb: Saroj Khan". The Times of India. 22 May 2013. Archived from the original on 11 June 2013. Retrieved 13 June 2013.

ଅଧିଅ ତଥ୍ୟ

ସମ୍ପାଦନା