ସମ୍ବିତ ବଳ

ଓଡ଼ିଆ କ୍ରୀଡା ସାମ୍ବାଦିକ ଓ ସମ୍ପାଦକ

ସମ୍ବିତ ବଳ ଜଣେ ଓଡ଼ିଆ କ୍ରୀଡ଼ା ସାମ୍ବାଦିକ ଓ ସମ୍ପାଦକ ।[୧] ଖେଳ ସମ୍ବନ୍ଧୀୟ ୱେବସାଇଟ ଇଏସପିନେକ୍ରିକଇନଫୋ.କମର ମୁଖ୍ୟସମ୍ପାଦକ ଭାବରେ ସେ ପରିଚିତ ।[୨]

ସମ୍ବିତ ବଳ
ଜାତୀୟତା ଭାରତୀୟ
ପ୍ରସିଦ୍ଧିସାମ୍ବାଦିକ
ବୈବାହିକ-ସାଥୀସୀମା
ସନ୍ତାନସାର୍ଥକ, ଶ୍ରେୟା
ପିତାମାତାପ୍ରଦ୍ୟୁମ୍ନ କିଶୋର ବଳ

ଜୀବନୀ ସମ୍ପାଦନା

ସମ୍ବିତ ଜଣେ ସାମ୍ବାଦିକ ଭାବରେ ଜେଣ୍ଟଲମେନ, ଉଇଜିଡେନ ଓ କ୍ରିକଇନଫୋ ଭଳି ଭାରତର ବହୁ ପତ୍ରିକା ଓ ସମ୍ବାଦସଂସ୍ଥା ସହିତ ଜଡ଼ିତ ରହିଆସିଛନ୍ତି । ସେ ୨୦୦୧ମସିହାରେ "ଉଇଜିଡେନ" ପତ୍ରିକା ସହ ଜଡ଼ିତ ହୋଇଥିଲେ । ୨୦୦୩ମସିହାରେ ଉଇଜିଡେନ କ୍ରିକଇନଫୋ ପତ୍ରିକାକୁ ଅଧିଗ୍ରହଣ କରିଥିଲା । ୨୦୦୪ମସିହାରୁ ସମ୍ବିତ କ୍ରିକଇନଫୋର ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ । ୨୦୦୭ମସିହାରେ କ୍ରିକଇନଫୋକୁ ଇଏସପିନେ ଅଧିଗ୍ରହଣ କରିଥିଲା । କ୍ରିକଇନଫୋ ପତ୍ରିକାଟି ସମ୍ବିତଙ୍କର ମାନସ ସନ୍ତାନ ଅଟେ । କ୍ରୀଡା ସାମ୍ବାଦିକତା କ୍ଷେତ୍ରରେ ସମ୍ବିତ ଜଣେ ପରିଚିତ ନାମ ଓ ସେ ଏହି ଧାରାରେ ଅନେକ ନୂତନ ସାମ୍ବାଦିକଙ୍କୁ ପରିଚିତି ପ୍ରଦାନ କରିପାରିଛନ୍ତି ।[୨]

ପରିବାର ସମ୍ପାଦନା

ସମ୍ବିତଙ୍କ ପିତା ପ୍ରଦ୍ୟୁମ୍ନ କିଶୋର ବଳ ଜଣେ ସାମ୍ବାଦିକ ଓ ରାଜନେତା ଥିଲେ । ସେ ଦୈନିକ ଓଡ଼ିଆ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ଥିଲେ ।[୩] ସମ୍ବିତଙ୍କ ଭାଇ 'ସମାହିତ ବଳ' ଏବେ ପ୍ରଗତିବାଦୀର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ପତ୍ନୀ ସୀମା, ପୁଅ ସାର୍ଥକ ଓ ଝିଅ ଶ୍ରେୟାଙ୍କ ସହ ସମ୍ବିତ ବେଙ୍ଗାଳୁରୁଠାରେ ରହନ୍ତି ।

ଆଧାର ସମ୍ପାଦନା

  1. http://www.thehindu.com/books/sambit-bal/article4344202.ece
  2. ୨.୦ ୨.୧ S. Giridhar; V. J. Raghunath (26 June 2014). Mid-Wicket Tales: From Trumper to Tendulkar. SAGE Publications. pp. 12–. ISBN 978-93-5150-090-2.
  3. "ଆର୍କାଇଭ୍ କପି". Archived from the original on 2016-07-12. Retrieved 2017-03-06. {{cite web}}: Cite has empty unknown parameter: |1= (help)