ସମୀକ୍ଷା ଭଟନାଗର
ସମୀକ୍ଷା ଭଟନାଗର (ଜନ୍ମ: ୧୨ ଜାନୁଆରୀ ୧୯୮୮)[୨] ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ ପାଇଁ ଜଣାଶୁଣା । ସେ ୨୦୧୪ ମସିହା ଯାଏଁ ଷ୍ଟାର୍ ପ୍ଲସ୍ ଓ ଜୀ ଟିଭିରେ ବିଭିନ୍ନ ଧାରାବାହିକରେ ମୁଖ୍ୟ ତଥା ସହାୟକ ଚରିତ୍ରରେ କାମ କରୁଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମଧୁର ଭଣ୍ଡାରକରଙ୍କ କଥାଚିତ୍ର କ୍ୟାଲେଣ୍ଡର ଗାର୍ଲରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ।[୩] ୨୦୧୭ ମସିହାରେ, ସେ ଶ୍ରେୟାସ ତଲପଡ଼େଙ୍କ ନିର୍ଦ୍ଦେଶିତ କଥାଚିତ୍ର ପୋଷ୍ଟର୍ ବଏଜ୍ରେ କାମ କରିଥିଲେ ।[୪][୫]
Samikssha Batnagar | |
---|---|
ଜନ୍ମ | [୧] Dehradun, Uttarakhand, India | ୧୨ ଜାନୁଆରୀ ୧୯୮୮
ଜାତୀୟତା | India |
ବୃତ୍ତି | Actress |
ସକ୍ରିୟ ବର୍ଷ | 2011–present |
ଅଭିନୟ ଜୀବନ
ସମ୍ପାଦନାଦୂରଦର୍ଶନରେ ଅଭିନୟ
ସମ୍ପାଦନାଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ଏକ୍ ବୀର୍ କି ଆଦର୍ଶ... ବୀରା ଜରିଆରେ ତାଙ୍କୁ ସଫଳତା ମିଳିଥିଲା । ଏହାପରେ ସେ, ସେ ଉତ୍ତରାନ୍ (ଷ୍ଟାର୍ ପ୍ଲସ୍),[୬] ଦେବୋଁ କା ଦେବ... ମହାଦେବ (ଲାଇଫ୍ ଓକେ), ବାଲ୍ ବୀର୍ (ସବ୍ ଟିଭି), କୁମ୍କୁମ୍ ଭାଗ୍ୟ (ଜୀ ଟିଭି)[୭] ଏବଂ କିଛି ଜଣାଶୁଣା ଧାରାବାହିକ କାମ କରିଥିଲେ ।
କଥାଚିତ୍ରରେ ଅଭିନୟ
ସମ୍ପାଦନା୨୦୧୫ ମସିହାରେ, ସେ କ୍ୟାଲେଣ୍ଡର ଗାର୍ଲରେ ଏକ ଛୋଟ ଭୂମିକାରେ ଅଭିନୟ କରି ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୭ ମସିହାରେ, ବବି ଦେଓଲଙ୍କ ନାୟିକା ଭାବରେ ପୋଷ୍ଟର୍ ବଏଜ୍ରେ କାମ କରିଥିଲେ ।[୮] ଏହାପରେ, ସେ ବ୍ଲାକ୍ ରୋଜ୍, ଧୂପ୍ ଛାଓଁ,[୯] ଅନ୍ତ ଦି ଏଣ୍ଡ୍ ଭଳି କଥାଚିତ୍ରରେ କାମ କରିଛନ୍ତି ।[୧୦]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଚରିତ୍ର |
---|---|---|
୨୦୧୫ | କ୍ୟାଲେଣ୍ଡର ଗାର୍ଲ | ବ୍ୟବସାୟୀ ମହିଳା |
୨୦୧୭ | ପୋଷ୍ଟର୍ ବଏଜ୍ | ସୂରଜମୁଖୀ |
୨୦୧୮ | ହମ୍ନେ ଗାନ୍ଧୀ କୋ ମାର୍ ଦିୟା | ସୁଧା ସିଂହ |
୨୦୨୧ | ବ୍ଲାକ୍ ରୋଜ୍ | ଏସିପି ତାରା |
୨୦୨୨ | ଧୂପ ଛାୟୋଁ | ମେଘନା |
୨୦୨୨ | ଅନ୍ତ ଦି ଏଣ୍ଡ୍ |
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ |
---|---|
୨୦୧୧–୧୨ | ବାଲ୍ ବୀର୍ |
୨୦୧୧–୧୩ | ଏକ୍ ବୀର୍ କି ଆଦର୍ଶ... ବୀରା |
୨୦୧୩–୧୪ | ଦେବୋଁ କା ଦେବ... ମହାଦେବ |
ଉତ୍ତରାନ୍ | |
୨୦୧୪ | କୁମ୍କୁମ୍ ଭାଗ୍ୟ |
ସାବଧାନ ଇଣ୍ଡିଆ | |
୨୦୧୪–୧୫ | ୟମ୍ ହେଁ ହମ୍ |
ପିଟର୍ସନ୍ ହିଲ୍ | |
ସ୍ତ୍ରୀ ଶକ୍ତି | |
ନୀଲି ଛତ୍ରୀ ୱାଲେ | |
୨୦୧୫–୧୬ | ଜାନେ କ୍ୟା ହୋଗା ରାମା ରେ |
୨୦୧୬ | ଗୁପ୍ ଚୁପ୍ |
୨୦୨୧–୨୨ | ତେରା ଛଲାୱା |
୨୦୨୨ | ଧାରାବୀ ବ୍ୟାଙ୍କ୍ |
ଥିଏଟର
ସମ୍ପାଦନାନାଟକ | ବର୍ଷ | ଭୂମିକ |
---|---|---|
ରଶୋମୋନ ବ୍ଲୁଜ୍ | ୨୦୧୪–୧୫ | ସାମ୍ବାଦିକ |
ଜୟ ଶ୍ରୀ ରାମ ରାମାୟଣ | ୨୦୨୨–୨୩ | ଦେବୀ ସୀତା |
ଆଧାର
ସମ୍ପାଦନା- ↑ Gifting Myself Good Health: https://timesofindia.indiatimes.com/tv/news/hindi/samiksha-bhatnagar-i-am-gifting-myself-good-health-and-wealth/articleshow/45854248.cms
- ↑ "Samiksha Bhatnagar is now Samikssha Batnagar". Tribune India. 25 April 2021.
- ↑ "Samiksha Bhatnagar & Madhur Bhandarkar. Sets of Calendar Girls". Mid Day.
- ↑ "Samiksha Bhatnagar Poster Boys". Bollywood Hungama.
- ↑ "Samiksha Bhatnagar & Bobby Deol. Sets of Poster Boys". Mid-Day.
- ↑ "Samiksha Bhatnagar Uttaran". PINKVILLA. Archived from the original on 20 March 2020. Retrieved 4 September 2017.
- ↑ "Samiksha Kum Kum Bhagya". The Times of India.
- ↑ "Poster Boys". Hindustan Times.
- ↑ "Dhoop Chhaon Movie Review : An over-the-top hodgepodge of subplots". The Times of India. Archived from the original on 4 November 2022.
- ↑ "Anth The End". Bollywoodlife.
ବାହାର ଲିଙ୍କ୍
ସମ୍ପାଦନା- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ସମୀକ୍ଷା ଭଟନାଗର