ସଦ୍ଦାମ ହୁସେନ
ସଦ୍ଦାମ ହୁସେନ ଅବଦ ଅଲ-ମାଜିଦ୍ ଅଲ-ଟିକ୍ରିଟି (ଆରବୀ: صد حسين عبد المجيد التكريتي) (ଜୁଲାଇ ୧୬, ୧୯୭୯ରୁ ଏପ୍ରିଲ ୯, ୨୦୦୩) ଦୁଇ ଦଶନ୍ଧି ଧରି ଇରାକର ରାଷ୍ଟ୍ରପତି ରହିଆସିଛନ୍ତି । ତାଙ୍କୁ ଉତ୍ତର ବାଗଦାଦରେ ଡିସେମ୍ବର ୩୦, ୨୦୦୬ରେ ସ୍ଥାନୀୟ ସମୟ ଭୋର ୪ଟା ସମୟରେ ଫାଶୀ ଦିଆଯାଇଥିଲା ।
୩୧ ବର୍ଷ ବୟସରେ ସଦ୍ଦାମ ହୁସେନ୍ ଜେନେରାଲ ଅହମ୍ମଦ ଅଲ ବକରଙ୍କ ସହ ଇରାକରେ କ୍ଷମତା ହାସଲ କରିଥିଲେ । ୧୯୭୯ରେ ସେ ନିଜେ ଇରାକର ରାଷ୍ଟ୍ରପତି ହୋଇଥିଲେ । ୧୯୮୨ ମସିହାରେ ୧୪୮ ଇରାକୀ ଶିୟାଙ୍କର ହତ୍ୟା ସହ ଜଡ଼ିତ ଅପରାଧ ମାମଲାରେ ସଦ୍ଦାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା । ତାଙ୍କୁ ୩୦ ଡିସେମ୍ବର ୨୦୦୬ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।[୧]
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସଦ୍ଦାମ ହୁସେନ୍ ୨୮ ଏପ୍ରିଲ ୧୯୩୭ରେ ବାଗଦାଦର ଉତ୍ତରରେ ଥିବା ଟିକ୍ରିଟ୍ ନିକଟ ଅଲ-ଓଜା ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶ୍ରମିକ ପିତାଙ୍କର ତାଙ୍କ ଜନ୍ମ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ତାଙ୍କ ମା ତାଙ୍କ ଦିଅରକୁ ଦ୍ୱୀତିୟ ବିବାହ କରିଥିଲେ, କିନ୍ତୁ ପିଲାଟିକୁ ସଠିକ ଲାଲନପାଲନ ପୂର୍ବକ ବଂଚାଇବା ପାଇଁ ଶୀଘ୍ର ତାଙ୍କୁ ତୃତୀୟ ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡିଲା । ସେହି ଯୁଗର ଟିକ୍ରିଟ୍ ଏଠାକାର ବିଭତ୍ସତା ପାଇଁ କୁଖ୍ୟାତ ଥିଲା । ବାଲ୍ୟ ଜୀବନରେ ସାମନା କରିଥିବା ଏହିଭଳି ଅମାନବୀୟ ପରିସ୍ଥିତି ସଦ୍ଦାମଙ୍କୁ ତାଙ୍କ ପିଲାଦିନରେ ଭୟଙ୍କର ସନ୍ଦେହୀ ଓ ନିର୍ଦ୍ଦୟ କରିଦେଇଥିଲା [୨]। ଏପରିକି ପିଲାମାନେ ମାଡ଼ ମାରିବା ଭୟରେ ଶିଶୁ ସଦ୍ଦାମ ସବୁବେଳେ ତାଙ୍କ ନିକଟରେ ଏକ ଲୁହା ରଡ ରଖିଥିଲେ ଏବଂ ଅନେକ ସମୟରେ ସେ ବାରମ୍ବାର ପଶୁମାନଙ୍କୁ ନିର୍ଦ୍ଦୟଭାବେ ପିଟୁଥିଲେ ।
କିଶୋର ଅବସ୍ଥାରେ ସେ ଜଣେ ବିଦ୍ରୋହୀ ହୋଇ ବ୍ରିଟିଶ ନିୟନ୍ତ୍ରିତ ରାଜତନ୍ତ୍ରକୁ ଧ୍ୱଂସ କରିବାକୁ ଚାଲିଥିବା ଜାତୀୟତାବାଦୀ ଆନ୍ଦୋଳନକୁ ଡେଇଁପ଼ଡିଲେ । ଅବଶ୍ୟ, ପାଶ୍ଚାତ୍ୟର ଖବରକାଗଜମାନେ ଏହି ଆନ୍ଦୋଳନକୁ ଗୁଣ୍ଡ ଗ୍ୟାଙ୍ଗ ବୋଲି କହିଛନ୍ତି । ୧୯୫୬ ମସିହାରେ ସେ ବାଥ୍ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ବାଥ ପାର୍ଟି ଆରବ ଜଗତରେ କମ୍ୟୁନିଷ୍ଟ ଚିନ୍ତାଧାରାର ବାହକ ଥିଲା । ଆଦର୍ଶଗତ ପ୍ରତିବଦ୍ଧତା ହେତୁ ନୁହେଁ, ସଦ୍ଦାମ ତାଙ୍କର ଦୀର୍ଘମିଆଦୀ ରଣନୀତିର ଏକ ଅଂଶ ଭାବରେ ଏଥିରେ ଯୋଗ ଦେଇଥିଲେ ।
ରାଜନୈତିକ କ୍ଷମତା କନ୍ଦଳ
ସମ୍ପାଦନା୧୯୫୮ ମସିହାରେ ଇରାକରେ ବ୍ରିଟିଶ ସମର୍ଥିତ ସରକାର ବିରୁଦ୍ଧରେ ଏକ ବିଦ୍ରୋହ ଆରମ୍ଭ ହୋଇଥିଲା ଏବଂ ବ୍ରିଗେଡିୟର୍ ଅବଦୁଲ କରିମ କାସୀମ ରାଜତନ୍ତ୍ର ହଟାଇ କ୍ଷମତା ଅକ୍ତିଆର କରିଥିଲେ । ସେତେବେଳକୁ ସଦ୍ଦାମ ବାଗଦାଦରେ ଅଧ୍ୟୟନ କରୁଥିଲେ । ସେତେବେଳେ ଯେତେବେଳେ ସେ ତାଙ୍କ ଦଳ(ଗ୍ୟାଙ୍ଗ) ସାହାଯ୍ୟରେ ୧୯୫୯ରେ କାସୀମଙ୍କୁ ହତ୍ୟା କରିବାକୁ ଏକ ଉଦ୍ୟମ କରି ସେଥିରେ ସେ ଅସଫଳ ହୋଇଥିଲେ । ଫଳରେ ସେ ଦେଶ ଛାଡି ମିଶର ଚଲିଗଲେ । ଚାରି ବର୍ଷ ପରେ, ଅର୍ଥାତ ୧୯୬୩ ମସିହାରେ, ବାଥ ପାର୍ଟିରେ କାସୀମଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । ବାଥ ପାର୍ଟିର କର୍ଣ୍ଣେଲ ଅବଦାଲ ସଲାମ ମହମ୍ମଦ ଆରିଫ କ୍ଷମତା ଅକ୍ତିଆର କରି ଶାସନାସୀନ ହେବା ଫଳରେ ସଦ୍ଦାମ ଘରକୁ ଫେରିଥିଲେ । ଏହି ସମୟରେ ସଦ୍ଦାମ ସାଜିଦାଙ୍କୁ ବିବାହ କରିଥିଲେ ଏବଂ ତାଙ୍କୁ ଦୁଇ ପୁଅ ଏବଂ ତିନି ଝିଅ ଲାଭ କରିଥିଲେ ।[୩]
ସଦ୍ଦାମ ଅଧିକ ସମୟ ବିଶ୍ରାମ ନେଇପାରିଲେ ନାହିଁ । ପୁଣିଥରେ ବାଥ ପାର୍ଟିରେ ବିଦ୍ରୋହ ହୋଇଥିଲା ଏବଂ ସଦ୍ଦାମ ନୂତନ ଶାସନଦ୍ୱାରା ବନ୍ଦୀ ହୋଇଥିଲେ । ୧୯୬୮ ମସିହାରେ ବାଥ ପାର୍ଟିର ମେଜର ଜେନେରାଲ ଅହମ୍ମଦ ହାସନ ଅଲ-ୱାକରଙ୍କୁ ପରାସ୍ତ କରି କ୍ଷମତା ଦଖଲ କରିବା ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ ଜୀବନ କଟାଇବାକୁ ପଡିଥିଲା । ଅଲ ୱାକର ବାସ୍ତବରେ ତାଙ୍କ ସମ୍ପର୍କୀୟ ଥିଲେ । ସେ ଅଲ ବକରଙ୍କ ବିପ୍ଳବୀ କମାଣ୍ଡ କାଉନସିଲର ଏକ ପ୍ରମୁଖ ସଦସ୍ୟ ହୋଇଥିଲେ । ସତକଥା ହେଲା, ଅଲ ୱକରଙ୍କ ସରକାରରେ ତାଙ୍କର ହିଁ ପତିଆରା ଚଳୁଥିଲା ଓ ସେ ହିଁ ପ୍ରକୃତ କ୍ଷମତା ଉପଭଗ କରୁଥିଲେ । ପ୍ରାରମ୍ଭରେ, ସେ ବହୁତ ଉଦାର ଥିଲେ କିନ୍ତୁ ଧୀରେ ଧୀରେ ତାଙ୍କର ପ୍ରକୃତ ରୂପକୁ ଫେରି ଆସିଲେ । ବକର ଅସୁସ୍ଥ ଥିଲେ ଏବଂ ଫଳରେ ସେ ହିଁ କ୍ଷମତାର ବ୍ୟବହାର କରୁଥିଲେ । ତାଙ୍କର କାର୍ଯ୍ୟପ୍ରଣାଳିଦ୍ୱାରା ସେ ସୁନ୍ନି ଦୁନିଆରେ ନିଜର ଏକ ଉତ୍ତମ ଛବି ସୃଷ୍ଟି କରିପାରିଥିଲେ ଏବଂ ପରଦା ପଛରେ ନିଜର ଗୋଷ୍ଠୀ ସୃଷ୍ଟି କରିବାରେ ଲାଗିଲେ । ୧୬ ଜୁଲାଇ ୧୯୭୯ରେ, ସେ ଅଲ ବକରକୁ କ୍ଷମତାରୁ ହଟାଇ ଇରାକର ସିଂହାସନରେ ବସିଥିଲେ । ଯଦି ସେ ଚାହିଁଥାନ୍ତେ ସେ କ୍ଷମତାର ଏହି ପରିବର୍ତ୍ତନକୁ ଏକ ପ୍ରାକୃତିକ ହିଂସା ମୁକ୍ତ କ୍ଷମତା ପରିବର୍ତ୍ତନର ରୂପ ଦେଇଥାନ୍ତେ କିନ୍ତୁ ବିଦ୍ରୋହୀମାନଙ୍କୁ ତାଙ୍କୁ ବାର୍ତ୍ତା ଦେବାକୁ ପଡିବ ଯେ ବର୍ତ୍ତମାନ ସଦ୍ଦାମ କ୍ଷମତାକୁ ଆସିଛନ୍ତି, ତେଣୁ ବିଦ୍ରୋହୀମାନେ ସତର୍କ ହେବା ଉଚିତ୍ । ଏହିକ୍ରମରେ ସେ ଗୋଟିଏ ପରେ ଗୋଟିଏ ୬୬ ଦେଶଦ୍ରୋହୀଙ୍କୁ ହତ୍ୟା କରିଥିଲେ । ତାଙ୍କ ଶାସନର ପ୍ରାରମ୍ଭ ବର୍ଷରେ, ସଦ୍ଦାମ ହୁସେନ୍ ଆମେରିକାର ପ୍ରିୟ ଥିଲେ । ସେ ଇରାନ ସହିତ ଯୁଦ୍ଧ ବୁଝାମଣା କରିଥିଲେ ଏବଂ ଆମେରିକାର ସାହାଯ୍ୟ ନେଇଥିଲେ । ଆମେରିକାର ତତକାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ତାଙ୍କୁ ସାହାଯ୍ୟ କରିଥିଲେ ।
ଅଭିଯୋଗ ଅନୁସାରେ ସଦ୍ଦାମ ହୁସେନ୍ ଶିୟାଙ୍କ ପ୍ରତି ଭେଦଭାବ କରୁଥିଲେ । ୧୯୮୨ ମସିହାରେ ଡୁଜେଲ ଗ୍ରାମରେ ତାଙ୍କୁ ଥରେ ଆକ୍ରମଣ କରାଯାଇଥିଲା । ଏହାର ଜବାବରେ ସେ ସେଠାରେ ୧୪୮ ଶିଆଙ୍କୁ ହତ୍ୟା କରିଥିଲେ । ସେହି ଅପରାଧରେ ହିଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେହିଭଳି, କୁର୍ଦ୍ଦମାନଙ୍କ ଉପରେ ସେମାନଙ୍କ ଅତ୍ୟାଚାରର କାହାଣୀ କମ୍ ଯନ୍ତ୍ରଣାଦାୟକ ନୁହେଁ | ଯଦିଓ ସେ ଦଶ ବର୍ଷ ଧରି ଇରାନ ସହିତ ଲଢେଇ ଜାରି ରଖିଥିଲେ, କିନ୍ତୁ ତାଙ୍କର ପ୍ରତିଛବି ଏକ ଯୁଦ୍ଧଖୋର ରାଜାର ରୂପ ନେଇଥିଲା । କିନ୍ତୁ ୧୯୯୦ରେ ଯେତେବେଳେ ସେ କୁଏତକୁ କବଜା କରିଥିଲେ ସେତେବେଳେ ତାଙ୍କର ଅବଗଣନା ଆରମ୍ଭ ହୋଇଥିଲା । ଏହା ସହିତ ସେ ଆମେରିକାର ବିଷ ଦୃଷ୍ଟିକୁ ଆସିଲେ ଏବଂ ଶୀଘ୍ର ଗଲ୍ଫ ଯୁଦ୍ଧ ଆରମ୍ଭ ହେଲା । ୪୨ଦିନ ଯୁଦ୍ଧ ପରେ ଇରାକ ଆମେରିକାର ମିଳିତ ବାହିନୀଦ୍ୱାରା ପରାସ୍ତ ହୋଇଥିଲା, କିନ୍ତୁ ସଦ୍ଦାମ ହୁସେନ୍ ହାର ମାନି ନ ଥିଲେ । ଏହି କାରଣରୁ, ଆମେରିକା ବାରମ୍ବାର ଅନୁଭବ କରିଛି ଯେ ଏହା ପୁଣି ଏକ ଚ୍ୟାଲେଞ୍ଜ ହୋଇପାରେ । ତେଣୁ ୨୦୦୩ରେ ପୁନର୍ବାର ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ହୋଇଥିଲା ଏବଂ ଏହାର ପରିଣାମ ସ୍ୱରୂପ ସେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲେ | ସେ ଜଣେ ଶାସକ ଥିଲେ କିନ୍ତୁ ଯେଉଁଭଳି ଭାବେ ସେ ନିଜକୁ ଆନ୍ତର୍ଜାତୀୟ ସ୍ତରରେ ଉପସ୍ଥାପିତ କରିଥିଲେ ଏବଂ ଆମେରିକାର ଆଧିପତ୍ୟ ସ୍ୱୀକାର କଲେ ନାହିଁ, ଫଳରେ ସେ ଆରବ ଜଗତର ହିରୋ ବନିଯାଇଥିଲେ ।
ଆଧାର
ସମ୍ପାଦନା- ↑ "Saddam Begged: 'I Want To Be Shot' |Sky News|Home". web.archive.org. 11 October 2007. Archived from the original on 11 October 2007. Retrieved 4 November 2020.
{{cite web}}
: CS1 maint: bot: original URL status unknown (link) - ↑ Bumiller, Elisabeth (15 May 2004). "Was a Tyrant Prefigured by Baby Saddam? (Published 2004)". The New York Times. Retrieved 4 November 2020.
- ↑ Ph. D., Religion and Society; M. A., Humanities; B. A., Liberal Arts. "An Overview of Horrific War Crimes of Iraqi President Saddam Hussein". ThoughtCo (in ଇଂରାଜୀ). Retrieved 4 November 2020.