ସଦା କୌର

ଶିଖ୍ ନେତା

ରାଣୀ ସଦା କୌର (ପଞ୍ଜାବୀ:ਸਦਾ ਕੌਰ; ୧୭୬୨ – ୧୮୩୨) ଜଣେ ଶିଖ୍ ନେତା ଥିଲେ । ସେ ୧୭୮୯ ମସିହାରୁ ୧୮୨୧ ମସିହା ପର୍ଯ୍ୟନ୍ତ କହ୍ନାଇୟା ମିସଲର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ, ତାଙ୍କ ସ୍ୱାମୀ ଗୁରୁବାକ୍ଷ ସିଂ କହ୍ନାଇୟାଙ୍କ ମୃତ୍ୟୁ ପରେ, କହ୍ନାଇୟା ମିସଲର ନେତା ଜୟ ସିଂ କହ୍ନାଇୟାଙ୍କ ଉତ୍ତରାଧିକାରୀ ହୋଇଥିଲେ । ତାଙ୍କୁ ବେଳେବେଳେ ସର୍ଦ୍ଦାର ସଦା କୌର ବୋଲି ମଧ୍ୟ କୁହାଯାଏ ।[]

ସଦା କୌର
ସରକାର-ଇ-ଖାଲସର ରାଣୀ
କାନହାଇୟସର ମୁଖ୍ୟ

ଜୀବନସାଥୀ ଗୁରୁବାକ୍ଷ ସିଂ କହ୍ନାଇୟା (୧୭୬୮- ୧୭୮୫ ତାଙ୍କ ମୃତ୍ୟୁ)
ସନ୍ତାନସନ୍ତତିଗଣ
ମହତାବ କୌର
ବାପା ଦାଶବନ୍ଧ ସିଂ ଧାଲିୱାଲ
ଜନ୍ମ ୧୭୬୨
ମୃତ୍ୟ 1832 (aged 69–70)
ଲାହୋର, ପଞ୍ଜାବ, ଶିଖ ସାମ୍ରାଜ୍ୟ
ଧର୍ମ ଶିଖ୍ ଧର୍ମ

ବୁଦ୍ଧିମାନ ଏବଂ ଉଚ୍ଚାଭିଳାଷୀ ଭାବରେ ବର୍ଣ୍ଣିତ ରାଣୀ ସଦା କୌର, ରଣଜିତ ସିଂଙ୍କୁ ଶିଖ ସାମ୍ରାଜ୍ୟ ଖୋଜିବା ପାଇଁ ମାର୍ଗଦର୍ଶନ କରିବାରେ ଏବଂ ପଞ୍ଜାବର ସିଂହାସନରେ ରଣଜିତ ସିଂଙ୍କ ଯୋଗଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପଞ୍ଜାବରେ ଶିଖ୍ ଶକ୍ତି ବୃଦ୍ଧି ଏବଂ ଏକୀକରଣରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[]

ବାଲ୍ୟ ଜୀବନ ଏବଂ ବିବାହ

ସମ୍ପାଦନା

ସଦା କୌର ୧୭୬୨ ମସିହାରେ ଧାଲିୱାଲ ଜାଟ ଶିଖ ପରିବାରରେ ସର୍ଦ୍ଦାର ଦାସବନ୍ଧା ସିଂ ଧାଲିୱାଲଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[] ସେ କହ୍ନାଇୟା ମିସଲର ସନ୍ଧୁ ଜାଟ ଶାସକ ଜୟ ସିଂଙ୍କ ଜ୍ୟେଷ୍ଠ ପୁତ୍ର ତଥା ଉତ୍ତରାଧିକାରୀ ୭ ବର୍ଷିୟ ଗୁରୁବାକ୍ଷ ସିଂ କହ୍ନାଇୟାଙ୍କୁ ୧୭୬୮ ମସିହାରେ ବିବାହ କରିଥିଲେ ଏବଂ ୧୭୮୨ ମସିହାରେ ସେ ମେହତାବ କୌର ନାମକ ଜଣେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।[][]

କହ୍ନାଇୟା ମିସାଲର ନେତୃତ୍ୱ

ସମ୍ପାଦନା

ଗୁରୁବାକ୍ଷ ସିଂ ବଟାଲା ଯୁଦ୍ଧରେ ସୁକରଚକିୟା ମିସଲ, ରାମଗଡଢ଼ିୟା ମିସଲ ଏବଂ ସଂସାର ଚନ୍ଦ କାଟୋଚ ବିରୋଧରେ ଲଢେଇ କରି ମୃତ୍ୟୁବରଣ କରିଥିଲେ । ୧୭୮୫ ମସିହାରେ ସଦା କୌର, ଜୟ ସିଂ କହ୍ନାଇୟାଙ୍କ ସହ ମିଶି ନିଜ ଝିଅଙ୍କୁ ସୁକରଚକିୟା ମିସଲର ମୁଖ୍ୟ ରଣଜିତ ସିଂଙ୍କ ସହିତ ବିବାହ ପ୍ରସ୍ତାବ ରଖି ୧୭୮୬ ମସିହାରେ ସେମାନଙ୍କ ବିବାହ କରେଇଥିଲେ ।[] ୧୭୮୯ ମସିହାରେ ତାଙ୍କ ଶ୍ୱଶୁର ଜୟ ସିଂ କହ୍ନାଇୟାଙ୍କର ମୃତ୍ୟୁ ହୋଇଥିଲା । ତା’ପରେ ସଦା କୌର କହ୍ନାଇୟା ମିସଲର ନେତୃତ୍ୱ ନେବା ସହିତ ଏହାର ୮,୦୦୦ ଅଶ୍ୱାରୋହୀଙ୍କ ବିଶ୍ୱସ୍ତତା ମଧ୍ୟ ଗ୍ରହଣ କରିଥିଲେ । ମହାନ ସିଂଙ୍କ ମୃତ୍ୟୁ ପରେ, ୧୭୯୨ ମସିହାରେ, ରଣଜିତ ସିଂଙ୍କୁ ସୁକରଚକିୟା ମିସଲ ମୁଖ୍ୟ କରାଯାଇଥିଲା ଏବଂ ସଦା କୌର ତାଙ୍କର ସଂରକ୍ଷକ ହୋଇଗଲେ । ରଣଜିତଙ୍କୁ ସମର୍ଥନ କରିବା ପାଇଁ ସଦା କୌର ଉଭୟ କହ୍ନାଇୟା ଏବଂ ସୁକରଚକିୟା ମିସଲର ବ୍ୟବହାର କରିଥିଲେ ।

ଭଙ୍ଗି ମିସଲର ଶାସନରେ କ୍ଳାନ୍ତ ହୋଇଥିବା ଲାହୋରର ଲୋକମାନେ ସଦା କୌର ଏବଂ ରଣଜିତ ସିଂଙ୍କୁ ଲାହୋର ଦଖଲ କରିବାକୁ ଅନୁରୋଧ କରିଥିଲେ । ସଦା କୌର, ରଣଜିତଙ୍କୁ ପରାମର୍ଶ ଦେଇଥିଲେ ଯେ, ଲାହୋର ଯିଏ ନିୟନ୍ତ୍ରଣ କରେ ସେ ହିଁ ପଞ୍ଜାବକୁ ନିୟନ୍ତ୍ରଣ କରିଥାଏ । ୭ ଜୁଲାଇ ୧୭୯୯ ମସିହାରେ ରଣଜିତ ସିଂ ଏବଂ ସଦା କୌର ୨୫,୦୦୦ ସୈନ୍ୟମାନଙ୍କ ସହିତ ଲାହୋର ଉପରେ ଆକ୍ରମଣ କରିଥିଲେ । ଲାହୋରର ଲୋକମାନେ ସେମାନଙ୍କ ପାଇଁ ନଗର ଫାଟକ ଖୋଲିଥିଲେ । ରଣଜିତ ଲାହୋର ଗେଟ ଦେଇ ସହରକୁ ପ୍ରବେଶ କରିଥିଲେ ଏବଂ ସଦା କୌର ଦିଲ୍ଲୀ ଗେଟ ଦେଇ ପ୍ରବେଶ କରିଥିଲେ । ପରେ ସଦା କୌର ୧୮୦୧ ମସିହାରେ ରଣଜିତ ସିଂଙ୍କୁ ଲାହୋରର ରାଜା କରିଥିଲେ ।

ସେ ୧୮୨୦ ମସିହା ପର୍ଯ୍ୟନ୍ତ ନିଜର ଅଧିକାଂଶ ସମ୍ପତ୍ତି ବଜାୟ ରଖିଥିଲେ । ପରେ ସଦା ୧୮୩୨ ମସିହାରେ ଲାହୋରରେ ମୃତ୍ୟୁ ବରଣ କରିଥିଲେ ।

  1. Singha, H.S. (2000). The encyclopedia of Sikhism (over 1000 entries). New Delhi: Hemkunt Publishers. p. 137. ISBN 9788170103011.
  2. Singh, Ranveer (2021). Warrior Queen Rani Sada Kaur. United Kingdom: Khalis House Publishing. ISBN 978-1838143725.
  3. Chilana, Rajwant Singh (2005). International bibliography of Sikh studies. Dordrecht: Springer. p. 408. ISBN 9781402030444.
  4. Kakshi, S.R.; Pathak, Rashmi; Pathak, S.R.Bakshi R. (1 January 2007). Punjab Through the Ages. Sarup & Sons. pp. 272–274. ISBN 978-81-7625-738-1. Retrieved 12 June 2010.
  5. Noor, Harbans Singh (2004). Connecting the dots in Sikh history. Chandigarh: Institute of Sikh Studies. p. 67. ISBN 9788185815237.
  6. Griffin, Sir Lepel Henry; Massy, Charles Francis (1890). The Panjab chiefs: historical and biographical notices of the principal families in the Lahore and Rawalpindi divisions of the Punjab. Civil and Military Gazette press. pp. 161–162. Retrieved 13 June 2010.