ସଦାଶିବ ନାୟକ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ସଦାଶିବ ନାୟକ (ଜନ୍ମ: ୭ ଅଗଷ୍ଟ ୧୯୩୭) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ଅନୁବାଦକ । ସେ ଜଣେ ପରିବେଶବିତ୍ ଭାବେ ମଧ୍ୟ ସୁପରିଚିତ ।
ସଦାଶିବ ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଓଳଗ, ଆରଡ଼ି, ଭଦ୍ରକ | ୭ ଅଗଷ୍ଟ ୧୯୩୭
ବୃତ୍ତି | ଲେଖକ, ଶିକ୍ଷକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମହାତ୍ମାଙ୍କ ପ୍ରତୀକ୍ଷାରେ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସଦାଶିବ ଭଦ୍ରକ ଜିଲ୍ଲାର ଆରଡ଼ି ଅନ୍ତର୍ଗତ ଓଳଗ ଗ୍ରାମରେ ୧୯୩୭ ଅଗଷ୍ଟ ୭ରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ନାଗପୁର ବିଶ୍ବବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ଶିକ୍ଷକତା ଆରମ୍ଭ କରିଥିଲେ । ସେ ଶିକ୍ଷା ମଣ୍ତଳାଧୀଶ, ଜିଲ୍ଲା ଶିକ୍ଷାଧିକାରୀ ଓ ଅଧ୍ୟକ୍ଷ ଭାବେ କାମ କରି ଅବସର ନେଇଥିଲେ । ସେ ମୁଖ୍ୟତଃ ପ୍ରବନ୍ଧ, ଜୀବନୀ, ଭ୍ରମଣ କାହାଣୀ, ଅନୁବାଦ, ଆଧ୍ୟାତ୍ମିକ ଲେଖା ରଚନା କରିଛନ୍ତି । ସେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଓ ଅନ୍ୟ ଅନେକ ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ ।[୧]
ରଚନାବଳୀ
ସମ୍ପାଦନାପ୍ରବନ୍ଧ
ସମ୍ପାଦନା- ପ୍ରଜ୍ଞା ବୈଭବ
- ବିଶ୍ୱବୀକ୍ଷା
- ଜିଜ୍ଞାସାର ସ୍ବର
- ଆମେରିକାର ପଥପ୍ରାନ୍ତେ (ଭ୍ରମଣକାହାଣୀ)
- ପରିବେଶ ଅଧ୍ୟୟନ (ପାଠ୍ୟପୁସ୍ତକ)
ଅନୁବାଦ
ସମ୍ପାଦନା- କେନେଥ ଆଣ୍ଡରସନ, ଅରଣ୍ୟର ପରିଚୟ
- ଆର.କେ. ନାରାୟଣନ, ମହାତ୍ମାଙ୍କ ପ୍ରତୀକ୍ଷାରେ
- ବଟବୃକ୍ଷର ତଳେ ଓ ଅନ୍ୟାନ୍ୟ ଗଳ୍ପ
- ଆର.କେ. ନାରାୟଣନ, ମାଲଗୁଡି ପାଇଁ ବାଘଟିଏ
ଅନ୍ୟାନ୍ୟ
ସମ୍ପାଦନା- Incident of Absence
ଆଧାର
ସମ୍ପାଦନା- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୬୭.