ସତ୍ରାଜିତ୍
ସତ୍ରାଜିତ୍ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଶ୍ୱଶୁର; ଶ୍ରୀକୃଷ୍ଣଙ୍କ ଅଷ୍ଟ ମହିଷୀଙ୍କ ମଧ୍ୟରୁ ଅନ୍ୟତମା ସତ୍ୟଭାମାଙ୍କ ପିତା । ହିନ୍ଦୁ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ ସତ୍ରାଜିତ୍ ଜଣେ ଯାଦବ ରାଜା ଏବଂ ସୂର୍ଯ୍ୟ ଦେବତାଙ୍କ ଜଣେ ମହାନ ଭକ୍ତ । ସ୍ୟମନ୍ତକ ମଣିର କାହାଣୀରେ ତାଙ୍କର ଭୂମିକା ପାଇଁ ସେ ଜଣାଶୁଣା ।[୧][୨]
ସ୍ୟମନ୍ତକ ମଣିଲାଭ
ସମ୍ପାଦନାସତ୍ୟାଜିତ୍ ସୂର୍ଯ୍ୟ ଦେବତାଙ୍କର ଜଣେ ମହାନ ଭକ୍ତ ଥିଲେ । ସେ ଭକ୍ତି ସହକାରେ ସୂର୍ଯ୍ୟଙ୍କର ଅନେକ ପୂଜା ଅର୍ଚ୍ଚନା କଲେ । ଦିନେ ସତ୍ୟାଜିତ୍ ସମୁଦ୍ର କୂଳରେ ବୁଲୁଥିବା ବେଲେ ହଠାତ୍ ସୂର୍ଯ୍ୟ ଦେବ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ତାଙ୍କୁ କହିଥିଲେ ଯେ ସେ ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ଉପହାର ଦେଉଛନ୍ତି । ଏହି ଉପହାରଟି ସ୍ୟମନ୍ୟକ ନାମକ ଏକ ବହୁମୂଲ୍ୟ ମଣି ଥିଲା । ସେ ତାଙ୍କୁ କହିଥିଲେ ଯେ ମଣି ତାଙ୍କ ରାଜ୍ୟକୁ ଉତ୍ତମ ଭାଗ୍ୟ ଏବଂ ନିରାପତ୍ତା ଆଣିବ ଏବଂ ଏହି ମଣି ତାଙ୍କୁ ଧନବାନ କରାଇବ । ସତ୍ୟାଜିତ୍ ଆନନ୍ଦିତ ହୋଇ ବେକରେ ମଣି ଧାରଣ କରି ତାଙ୍କ ରାଜ୍ୟକୁ ଗଲେ । ମଣିଟି ପିନ୍ଧିବା ପରେ ସେ ନିଜେ ସୂର୍ଯ୍ୟ ଦେବତା ପରି ଝଲସି ଉଠୁଥିଲେ । ଏକଦା କୃଷ୍ଣ ଆଗ୍ରହ କଲେ ଯେ ସତ୍ୟାଜିତ୍ ସେହି ମଣିଟିକୁ କିଛିଦିନ ପାଇଁ ଉଗ୍ରସେନଙ୍କୁ ଧାରଣ କରିବାକୁ ଦିଅନ୍ତୁ । କାରଣ ସେହି ସମୟରେ ତାଙ୍କ ରାଜ୍ୟ ବିପର୍ଯ୍ୟୟ ଏବଂ ଅଭାବ ଅନାଟନରେ ବୁଡି ରହିଥିଲା । ସତ୍ୟଜିତ୍ କିନ୍ତୁ ମନା କରି ନିଜ ପ୍ରାସାଦକୁ ଫେରିଗଲେ ।[୩]
ଦିନେ ସତ୍ରାଜିତଙ୍କ ଭାଇ ପ୍ରସେନଜିତ ସତ୍ୟାଜିତଙ୍କଠାରୁ ସ୍ୟମନ୍ତକ ମଣିଟିକୁ ମାଗି ନେଇ ପିନ୍ଧି ଶିକାର ପାଇଁ ଜଙ୍ଗଲକୁ ଗଲେ । ତେବେ ଶିକାର ସମୟରେ ବନରେ ଏକ ସିଂହ ତାଙ୍କୁ ହତ୍ୟା କରି ମଣିଟିକୁ ପାଟିରେ ନେଇ ଏକ ଗୁମ୍ଫା ଭିତରକୁ ଗଲା । ଗୁମ୍ଫାଟି ରାମାୟଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଲୁମାନଙ୍କର ଅମର ରାଜା ଜାମ୍ବବାନର ଥିଲା । ଜାମ୍ବବାନ ସିଂହକୁ ହତ୍ୟା କରି ମଣିଟିକୁ ଲାଭ କଲେ । ଅନେକ ଦିନ ବିତିଗଲା, ସତ୍ରାଜିତ୍ ସନ୍ଦେହ କଲେ ଯେ ତାଙ୍କ ଭାଇ ସେହି ସ୍ୟମନ୍ତକ ମଣି ପାଇଁ ହିଁ ନିହତ ହୋଇଥିବେ । କୃଷ୍ଣ ମାଗିବା ସେତ୍ତ୍ୱେ ଏହି ମଣିଟି ତାଙ୍କୁ ଦେଇ ନ ଥିବା ମନେ ପକାଇ ସେ କୃଷ୍ଣଙ୍କୁ ହିଁ ଚୋର ବୋଲି ସନ୍ଦେହ କରିଥିଲେ । ଏହି ଗୁଜବ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା । ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଚାହୁଁଥିବା କୃଷ୍ଣ ଏହି ମଣିର ବୃତ୍ତାନ୍ତ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କଲେ ।[୪]
ମଣି ଫେରିପାଇବା
ସମ୍ପାଦନାଅନୁସନ୍ଧାନ ବେଳେ କୃଷ୍ଣ ସତ୍ରାଜିତଙ୍କ ଭାଇଙ୍କ ମୃତଦେହ ପାଇଥିଲେ । ପରେ ସେ ଜାମ୍ବବାନଙ୍କ ଗୁମ୍ଫାରେ ପହଞ୍ଚିଥିଲେ । କୃଷ୍ଣ ଜାମ୍ବବାନଙ୍କୁ ମଣିଟି ଫେରାଇବାକୁ କହିଥିଲେ କିନ୍ତୁ ଜାମ୍ବାବାନ ମନା କରି ପ୍ରଭୁଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଯୁଦ୍ଧ ଚାଲିଥିଲା, ଜାମ୍ବବାନ୍ ଶେଷରେ ଅନୁଭବ କଲେ ଯେ କୃଷ୍ଣ ହେଉଛନ୍ତି ରାମଙ୍କ ପୁନର୍ଜନ୍ମ । ସେ କୃଷ୍ଣଙ୍କଠାରୁ କ୍ଷମା ମାଗିଥିଲେ ଏବଂ ତାଙ୍କ ସୁନ୍ଦରୀ କନ୍ୟା ଜାମ୍ବବତୀଙ୍କ ସହ ସ୍ୟମନ୍ତକ ମଣି କୃଷ୍ନଙ୍କୁ ଅର୍ପଣ କରିଥିଲେ । କୃଷ୍ଣ ସେସବୁ ଗ୍ରହଣ କରି ସତ୍ରାଜିତଙ୍କ ନିକଟକୁ ଗଲେ । ତାଙ୍କ ଅଭିଯୋଗକୁ ଭୁଲ ପ୍ରମାଣ କରି କୃଷ୍ଣ ରତ୍ନଭଣ୍ଡାରକୁ ମଣିଟି ଫେରାଇ ଦେଇଥିଲେ । କୃଷ୍ଣ ଚାଲିଯିବା ପରେ ସତ୍ରାଜିତ୍ ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜିତ ହୋଇ କୃଷ୍ଣଙ୍କଠାରୁ କ୍ଷମା ମାଗିବା ଅବସରରେ ତାଙ୍କର ସୁନ୍ଦରୀ କନ୍ୟା ସତ୍ୟଭାମାଙ୍କ ସହ ସ୍ୟମନ୍ତକ ମଣିକୁ କୃଷ୍ଣଙ୍କୁ ଅର୍ପଣ କଲେ । କୃଷ୍ଣ ଜାଣିଥିଲେ ଯେ ଭବିଷ୍ୟତରେ ସତ୍ୟଭାମା ନାରକାସୁରର ବଦ୍ଧର କାରନ ହେବେ । ତେଣୁ ସେ ସତ୍ୟଭାମାଙ୍କୁ ଗ୍ରହଣ କରିଥିଲେ କିନ୍ତୁ ସେ ସ୍ୟମନ୍ତକ ମଣି ନେବାକୁ ମନା କରି ସତ୍ୟଭାମାଙ୍କ ସହ ଦ୍ୱାରକା ଗମନ କରିଥିଲେ ।[୫]
ମୃତ୍ୟୁ
ସମ୍ପାଦନାକୃତବର୍ମା, ଅକୃର ଏବଂ ଶତଧନ୍ୱା ତିନି ଯାଦବ ଯୋଦ୍ଧା ଥିଲେ । ସ୍ୟମନ୍ତକ ମଣିର ଅପୂର୍ବ ଜ୍ୟୋତିରେ ଆକର୍ଷିତ ହୋଇ ତିନିହେଁ ଏହା ନିଜ ପାଇଁ ଚାହୁଁଥିଲେ । ଦିନେ ରାତିରେ ସତ୍ରାଜିତ୍ ଶୋଇଥିବା ବେଳେ ସେମାନେ ତାଙ୍କୁ ହତ୍ୟା କରି ମଣିଟି ନେଇଗଲେ । ପରେ କୃଷ୍ଣ ଏବଂ ବଳରାମ ଶତଧନ୍ୱାଙ୍କୁ ହତ୍ୟା କରି ସତ୍ରାଜିତଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ ।[୬]
ଆଧାର
ସମ୍ପାଦନା- ↑ The Syamantaka gem. Amar Chitra Katha Private Limited. April 1971. ISBN 8189999648.
- ↑ Mani, Vettam (1975). Puranic encyclopaedia : a comprehensive dictionary with special reference to the epic and Puranic literature. Robarts - University of Toronto. Delhi : Motilal Banarsidass. p. 701.
- ↑ "Krishna and the Syamantaka Gem". Indiaparenting.com (in ଇଂରାଜୀ). Retrieved 17 January 2021.
- ↑ "Jambavan and the Story of the Syamantaka Jewel". www.harekrsna.de. Retrieved 17 January 2021.
- ↑ "The Jewel Syamantaka". www.wisdomlib.org. 25 May 2013. Retrieved 17 January 2021.
- ↑ "PrabhupadaBooks.com Srila Prabhupada's Original Books". prabhupadabooks.com. Retrieved 17 January 2021.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |