ସକ୍ରେଟିସ

ଗ୍ରୀକ ଦାର୍ଶନିକ

ସକ୍ରେଟିସ (୪୭୦/୪୬୯-୩୯୯ ଖ୍ରୀଷ୍ଟପୂର୍ବ) ଶାସ୍ତ୍ରୀୟ ଗ୍ରୀକ୍ ଦାର୍ଶନିକ ମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ପ୍ରତିଷ୍ଠାତା ଅଟନ୍ତି।ତାଙ୍କ ଛାତ୍ର ପ୍ଲାଟୋ ଓ ଜେନୋଫେନ୍ ଏବଂ ତାଙ୍କ ସମକାଳୀକ ଆରିଷ୍ଟୋଫେନଙ୍କ ଲେଖାଦ୍ୱାରା ସେ ଜଣେ ରହସ୍ୟମୟ ବ୍ୟକ୍ତିତ୍ୱ ରୂପେ ଜଣାଶୁଣା ଅଟନ୍ତି । ଜ୍ଞାନତତ୍ୱ କ୍ଷେତ୍ରରେ ସକ୍ରେଟିସ ବି ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘସ୍ଥାୟୀ ସହଯୋଗ ଗଠନ କରିଥିଲେ ଓ ତାଙ୍କ ବିଚାରଧାରା ଗୁଡ଼ିକ ଅନୁକରଣ କରାଯାଇଥିବା ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ଶକ୍ତ ମୂଳଦୁଆ ରୂପେ ପ୍ରମାଣିତ ହୋଇଛି ।

ସକ୍ରେଟିସ୍
A bust of Socrates
A bust of Socrates in the Louvre
ଜନ୍ମ୪୭୦/୪୬୯ ଖ୍ରୀଷ୍ଟପୂର୍ବ[୧]
ଡେମେ ଆଲୋପେସ, ଏଥେନ୍ସ
ଦେହାନ୍ତ୩୯୯ ଖ୍ରୀଷ୍ଟପୂର୍ବ (ପ୍ରାୟ ୭୧ ବର୍ଷ)
ଏଥେନ୍ସ
ଦଶନ୍ଧିAncient philosophy
ଅଞ୍ଚଳପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ର
ବିଦ୍ୟାଳୟClassical Greek
ମୂଳ ଲକ୍ଷEpistemology, ethics
ଜଣାଶୁଣା ଚିନ୍ତାଧାରାସକ୍ରେଟିସ୍ ପଦ୍ଧତି,ସକ୍ରେଟିସ୍ ବିଡ଼ମ୍ବନା,ଦିଗବାରେଣି ମେନୁ

ସକ୍ରେଟିସଙ୍କ ସମସ୍ୟାସମ୍ପାଦନ କରନ୍ତୁ

ସକ୍ରେଟିସ ଯାହା ଲେଖିଥିଲେ ସେଗୁଡ଼ିକ କିଛି ବି ପ୍ରଚଳିତ ହେଲା ନାହିଁ । ଯାହା ଫଳରେ ତାଙ୍କ ବିଷୟରେ ପ୍ରତ୍ୟେକ୍ଷ ସୂଚନା ଓ ତାଙ୍କ ଦର୍ଶନ ଶାସ୍ତ୍ର ଗୁଡ଼ିକ ମାଧ୍ୟମିକ ଉତ୍ସ ଉପରେ ନିର୍ଭର କରେ । ଅଧିକନ୍ତୁ; ଏହି ବିଷୟ ଗୁଡ଼ିକ ପ୍ରକଟ କରୁଥିବା ଉତ୍ସ ମାନଙ୍କ ମଧ୍ୟରେ ସମୀପସ୍ଥ ତୁଳନା ଗୁଡ଼ିକ, ଏହିପରି ତିଆରି ହୋଇଥିବା ବିଷୟବସ୍ତୁ ଗୁଡ଼ିକ ସକ୍ରେଟସଙ୍କ ଗଭୀରତାର ସମ୍ଭାବନାକୁ ଜାଣିବାରେ ଖଣ୍ଡନ କରେ । ଏହାକୁ ସକ୍ରେଟିକ୍ ସମସ୍ୟା ବା ସକ୍ରେଟିକ୍ ପ୍ରଶ୍ନ କୁହାଯାଏ ।

ସକ୍ରେଟିସ ଓ ତାଙ୍କ ଚିନ୍ତାଧାରାକୁ ବୁଝିବା, ପ୍ଲାଟୋଙ୍କ କାର୍ଯ୍ୟକୁ ଏକ ନିଶ୍ଚିତ ପ୍ରାରମ୍ଭିକ ଦିଗ ଥିଲା, ଯାହାର କଥୋପକଥୋନ ଗୁଡ଼ିକ ବହୁଳ ମାତ୍ରାରେ ସକ୍ରେଟିସଙ୍କ ଜୀବନ ଓ ଦର୍ଶନ ଶାସ୍ତ୍ର ଓ Xenophonଙ୍କ ଉପରେ ମଧ୍ୟ ତଥ୍ୟ ପ୍ରଦାୟକ ହୋଇ ଚିନ୍ତାକରୁଥିଲା । ଏହି ଲେଖା ଗୁଡ଼ିକ ହେଉଛି sakratikoi logoi କିମ୍ବା socratic dialogues, ଯାହାର ପ୍ରତିବେଦନାର ଆଳାପ ଗୁଡ଼ିକ ସକ୍ରେଟିସ ଧର୍ମନୈତିକ ବିଶ୍ୱାସ ପରିତ୍ୟାଗ କରିବାର ଦୋଷରେ ଜଡ଼ିତ ଥିଲା ।

ସକ୍ରେଟିସ ବାସ୍ତବ-ଜୀବନ ଆବିଷ୍କାର ହେତୁ, ଆଦିମ ଉତ୍ସ ଗୁଡ଼ିକର ଦାର୍ଶନିକ ଓ ନାଟକ ସମ୍ବନ୍ଧୀୟ ଲେଖା ଗୁଡ଼ିକ ବହୁଳ ମାତ୍ରାରେ Xenophonଙ୍କ ଠାରୁ ଅଲଗା ହେବାର ଅସୁବିଧାଟି ଉପୁଜିଲା । ସେତେବେଳେ ସକ୍ରେଟିସଙ୍କ କେହି ସତ୍ୟଶୀଳ,ଐତିହାସିକ,ସମକାଳୀକ ନଥିଲେ, ଯିଏକି ତାଙ୍କ ସମୟ ଓ ସ୍ଥାନକୁ ମାନୁଥିଲେ । ଏହାର ଏକ ଅନୁସିଦ୍ଧାନ୍ତ ଏହା ହେଲାକି, ସକ୍ରେଟିସଙ୍କ ଲେଖାକୁ ଐତିହାସିକ ସଠିକ୍ ମାନିବାର ଦାବି କଲାନି ଓ ଏହା ଅନେକ ସମୟରେ ଦଳଭୁକ୍ତ ହୋଇ ରହିଲା । ଦୃଷ୍ଟାନ୍ତ ପାଇଁ ସକ୍ରେଟିସ୍, ତାଙ୍କୁ ଉପଯୋଜନ କରିଥିବା, ଦୋଷୀ ସିଦ୍ଧ କରିଥିବା ଲୋକଙ୍କୁ ଓ testamentକୁ ପରିତ୍ୟାଗ କରିଥିଲେ । ଏଥିପାଇଁ ଐତିହାସିକମାନେ ସକ୍ରେଟିସଙ୍କ ଜୀବନ ଓ କାର୍ଯ୍ୟ ଓ ତାଙ୍କ ପ୍ରଚଳିତ ଲେଖାର ନିର୍ଭୁଲତାର ବିଭିନ୍ନ ପ୍ରମାଣକୁ ବର୍ତ୍ତମାନ ପାଠରେ ମିଳେଇବାର ବାଜି ପକେଇଛନ୍ତି । ଏହି ପରି ଏକ ପ୍ରଚେଷ୍ଟାର ପରିଣାମ ବାସ୍ତବିକ୍ ହେବା ଜରୁରୀ ନୁହେଁ ଯଦିଓ ଏହା ସୁସଙ୍ଗତ ଅଟେ । ଉତ୍ସମାନଙ୍କ ମଧ୍ୟରେ ମତଭେଦରୁ ସମସ୍ତଙ୍କର ଅସହମତି ମଧ୍ୟରେ, ଦୁଇଟି ମୌଳିକ ଉତ୍ପାଦକ ସକ୍ରେଟିସଙ୍କ ସହ ସମ୍ବଦ୍ଧିତ ସମସ୍ତ ସୂତ୍ରରୁ ବାହାରି ଆସେ । ତେଣୁ ଏଥିରୁ ପ୍ରତୀତ ହୁଏ ଯେ,ସକ୍ରେଟିସଙ୍କ ବିଚକ୍ଷଣ ବୁଦ୍ଧି ଥିଲା।

ଆଧାରସମ୍ପାଦନ କରନ୍ତୁ

  1.   Chisholm, Hugh, ed. (1911). "Socrates". Encyclopædia Britannica (Eleventh ed.). Cambridge University Press.