ସକାଳ ଧୂପ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ଶଙ୍ଖୁଡ଼ି ଭୋଗ ବା ଅନ୍ନ ଭୋଗ । ଏହି ଧୂପ ପାଇଁ ସୁଆରବଡୁ ଅନବସର ପିଣ୍ଡି ଓ ଭିତର ବେଢ଼ା ସଫା କରିଥାନ୍ତି । ତା’ପରେ ପୂଜାପଣ୍ଡା ମୁରୁଜ ପକାନ୍ତି । ‘ପାଣିଆପଟ' ସେବକ ଏହି ଭୋଗରେ ଦରକାର ହେଉଥବା ଚାରିଟି ଥାଳି ଓ ଦୁଇଟି ପିତ୍ତଳ ପରଖ ପରିଷ୍କାର କରି ରଖୁଥାନ୍ତି । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର । ପ୍ରତ୍ୟେକଙ୍କ ପାଖରେ ଗୋଟିଏ ଗୋଟିଏ ଥାଳି ଓ ପରଖ ଏବଂ ଯୋଗମାୟା ସୁଭଦ୍ରା ଓ ସୁଦର୍ଶନଙ୍କ ପାଖରେ କେବଳ ଗୋଟିଏ ଗୋଟିଏ ଥାଳି , ରଖାଯାଏ । ପ୍ରମାଦ ନୈବେଦ୍ୟ ସମୟରେ ଦ୍ୱାରରେ ଗୋଟିଏ ଲୁଗା ବନ୍ଧଯାଏ। ତାକୁ ‘ଟେରା’ ବୋଲି କୁହାଯାଏ । t ଟେରା ପଡ଼ିବା ପରେ ‘ପନ୍ତଶବଡୁ' ଓ 'ବିଜୁଆ' ନାମକ ସେବକ ଖେଚେଡ଼ି ଅନ୍ନ ଦିଅଁଙ୍କ ଆଗରେ ରଖାଯାଇଥବା ଥାଳିରେ ବାଢ଼ନ୍ତି । ‘ମହାସୁଆର' ଏ ଭୋଗରେ ଏଣ୍ଡୁରି, କାନ୍ତି, ଝିଲ୍ଲି, ଅଦା ପାଟେଡ଼ି, ହଂସକେଳି, ମଠପୁଳି, କାକତୁଆ, ବୁନ୍ଦିଆ, କ୍ଷୀରି ପ୍ରଭୃତି ବାଢ଼ିଥାନ୍ତି । ପୂଜା ସମୟରେ ‘ସୁଆରବଡୁ' ପୂଜାପଣ୍ଡାଙ୍କ ନିକଟରେ ଦର୍ପଣ ଏଭଳି ଧରି ରଖନ୍ତି, ଯାହାଦ୍ୱାରା ଦର୍ପଣରେ ଠାକୁରଙ୍କର ପ୍ରତିବିମ୍ବ ପୂଜାପଣ୍ଡାଙ୍କୁ ଦୃଶ୍ୟ ହେବ । ସେହି ପ୍ରତିବିମ୍ବକୁ ଧାନ କରି ପୂଜାପଣ୍ଡା ପ୍ରସାଦ ନୈବେଦ୍ୟ କରିଥାନ୍ତି । ପୂଜା ପରେ ବିଡ଼ିଆ ପାନ ଠାକୁରଙ୍କୁ ମଣେହି କରାଯାଏ । ଭୋଗ ପରେ ଆଳତି ହୋଇଥାଏ । ସକାଳ ଧୂପ ଶେଷ ହେବା ପରେ ଠାକୁରମାନଙ୍କର ‘ମଇଲମ' ବା ବେଶ ଓଲାଗି ବା ବଦଳାଯାଏ ।