ସଂକ୍ରାମକ ଟେନୋସାଇନୋଭାଇଟିସ

ଏହା ଏକ ରୋଗ ଯେଉଁଥିରେ ଟେଣ୍ଡନ ଖୋଳ ମଧ୍ୟରେ ଜୀବାଣୁ ସଂକ୍ରମଣ ହୋଇ ପ୍ରଦାହ ହୋଇଥାଏ ।

ସଂକ୍ରାମକ ଟେନୋସାଇନୋଭାଇଟିସ (ଇଂରାଜୀ ଭାଷାରେ Infectious tenosynovitis) ହେଉଛି ଏକ ରୋଗ ଯେଉଁଥିରେ ଟେଣ୍ଡନ ଖୋଳ ମଧ୍ୟରେ ଜୀବାଣୁ ସଂକ୍ରମଣ ହୋଇ ପ୍ରଦାହ ହୋଇଥାଏ ।[] ସାଧାରଣ ଲକ୍ଷଣ ମଧ୍ୟରେ ଏକ ଆଙ୍ଗୁଠିର ଫ୍ଲେକ୍ସର ଟେଣ୍ଡନ ପ୍ରଭାବିତ ହୁଏ, ସେହି ଅଞ୍ଚଳରରେ ଦରଜ ଲାଗେ, ଆଙ୍ଗୁଠି ସାମାନ୍ୟ ବଙ୍କା ରହେ, ସିଧା କରିବା ସହିତ ଯନ୍ତ୍ରଣା ହୁଏ ଏବଂ ସମଗ୍ର ଆଙ୍ଗୁଠି ଫୁଲା ହୋଇପାରେ ।[] ପ୍ରାୟ ୨୦% କ୍ଷେତ୍ରରେ ଜ୍ୱର ହୁଏ ।[] ଅନ୍ୟାନ୍ୟ ଅପେକ୍ଷାକୃତ କମ୍ ପ୍ରଭାବିତ ଅଞ୍ଚଳ ମଧ୍ୟରେ କଚଟି ଏବଂ ପାଦ ଅନ୍ତର୍ଭୁକ୍ତ ହୋଇପାରେ ।[]

ସଂକ୍ରାମକ ଟେନୋସାଇନୋଭାଇଟିସ
Pyogenic tenosynovitis, suppurative tenosynovitis,[] septic tenosynovitis[]
Infectious flexor tenosynovitis of the middle finger
ବିଭାଗHand surgery (orthopedics or plastic surgery)
ଲକ୍ଷଣTenderness, slightly flexed finger, pain with straightening, swelling[]
ବିପଦ କାରକDiabetes, intravenous drug use[]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination[]
ସଠିକ ରୋଗ ନିର୍ଣ୍ଣୟFelon, joint infection, herpetic whitlow, cellulitis[]
ଚିକିତ୍ସାAntibiotics, splinting, surgery[]
ପୁନଃପୌନିକRare[]

ଆଘାତ ପରେ ସଂକ୍ରମଣ ହୋଇପାରେ ଯେପରିକି କଟିଗଲେ କିମ୍ବା କିଛି କାମୁଡ଼ିଲେ କିମ୍ବା ଶରୀରର ଅନ୍ୟ ।ସ୍ଥାନରୁ ବିସ୍ତାର ଯୋଗୁ ହୋଇପାରେ ।[] ବିପଦ କାରକ ମଧ୍ୟରେ ମଧୁମେହ ଏବଂ ଶିରାଭ୍ୟନ୍ତର ଔଷଧ ବ୍ୟବହାର ଉଲ୍ଲେଖନୀୟ ।[] ଷ୍ଟାଫାଇଲୋକୋକସ ଅରିଅସ, ସୁଡୋମୋନାସ ଏରୁଜିନୋସା ସିଉଡୋମାନାସ୍ ଏରୁଗିନୋସା, ପାସ୍ଚୁରିଲା ମଲ୍ଟୋସାଇଡ ଏବଂ ଗୋନୋକୋକସ ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ।[] ରୋଗ ନିର୍ଣ୍ଣୟ ସାଧାରଣତ ପରୀକ୍ଷା ଉପରେ ଆଧାରିତ ହୁଏ ।[] ମେଡିକାଲ୍ ଇମେଜିଙ୍ଗ୍ ରୋଗ ନିର୍ଣ୍ଣୟକୁ ସମର୍ଥନ କରିପାରେ ଏବଂ ଅନ୍ୟାନ୍ୟ ଜଟିଳତାକୁ ଏଡ଼ାଇ ଦେଇପାରେ ।[]

ହାତରେ ଥିବା ଫ୍ଲେକ୍ସର ଟେଣ୍ଡନର ସଂକ୍ରମଣ ଶୀଘ୍ର ଚିକିତ୍ସା ଆବଶ୍ୟକ କରେ ।[] ରୋଗ ସାମାନ୍ୟ ଥିଲେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ୍ ଏବଂ ସ୍ପ୍ଲିଣ୍ଟିଙ୍ଗ ସହିତ ପରିଚାଳନ କରାଯାଇପାରେ । ରୋଗ ଅଧିକ ଗୁରୁତର ଥିଲେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[] ବେଳେବେଳେ ଅଙ୍ଗଛେଦନ ଆବଶ୍ୟକ ହୁଏ ।[] ପ୍ରାୟ ୧୦%ରୁ ୨୫% ଲୋକଙ୍କର କିଛି ସ୍ଥାୟୀ କ୍ଷତି ହୋଇଥାଏ ।[] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଟେଣ୍ଡନ ଛିଣ୍ଡିବା ଏବଂ ଟ୍ରିଗର ଆଙ୍ଗୁଠି ହୋଇପାରେ ।[] []

ସଂକ୍ରାମକ ଟେନୋସାଇନୋଭାଇଟିସ ଏକ ବିରଳ ରୋଗ, ପ୍ରାୟ ୨.୫%ରୁ ୯.୫% ହାତ ସଂକ୍ରମଣରେ ଦେଖାଯାଏ ।[] [] ଏହି ରୋଗର ଉପସ୍ଥାପନା ପ୍ରଥମେ ୧୯୧୨ ମସିହାରେ ଆଲେନ୍ କାନାଭେଲଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[] ପରିଚାଳନାର ଏକ ପ୍ରମୁଖ ଅଂଶ ଭାବରେ ସେ ଅସ୍ତ୍ରୋପଚାର ଓ ନିଷ୍କାସନ‌କୁ ଗୁରୁତ୍ୱ ଦେଇଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Hermena, S; Tiwari, V (January 2022). "Pyogenic Flexor Tenosynovitis". StatPearls. PMID 35015439.
  2. ୨.୦ ୨.୧ Feger, Joachim. "Infectious tenosynovitis | Radiology Reference Article | Radiopaedia.org". Radiopaedia. Archived from the original on 30 April 2022. Retrieved 22 June 2022.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; OB2022 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ Joshi, Jayant; Kotwal, Prakash P. (28 October 2016). Essentials of Orthopaedics & Applied Physiotherapy - E-Book (in ଇଂରାଜୀ). Elsevier Health Sciences. p. 549. ISBN 978-81-312-4030-4. Archived from the original on 10 July 2022. Retrieved 22 June 2022.
  5. Ray, G; Sandean, DP; Tall, MA (January 2022). "Tenosynovitis". StatPearls. PMID 31335044.
  6. "Pyogenic Flexor Tenosynovitis - Hand - Orthobullets". www.orthobullets.com. Archived from the original on 29 December 2021. Retrieved 22 June 2022.
  7. Chang, James; Neligan, Peter C. (9 August 2017). Plastic Surgery E-Book: Volume 6: Hand and Upper Limb (in ଇଂରାଜୀ). Elsevier Health Sciences. p. PA355-IA3. ISBN 978-0-323-35713-5. Archived from the original on 10 July 2022. Retrieved 22 June 2022.