ସଂକ୍ରମଣପର କାଶ

ଏହି କାଶ ଯାହା ଏକ ଶ୍ୱାସକ୍ରିୟା ସଂକ୍ରମଣ ପରବର୍ତ୍ତୀ ୩ରୁ ୮ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।

ସଂକ୍ରମଣପର କାଶ (ଇଂରାଜୀ ଭାଷାରେ Postinfectious cough/ PIC ) ହେଉଛି ଏକ କାଶ ଯାହା ଏକ ଶ୍ୱାସକ୍ରିୟା ସଂକ୍ରମଣ ପରବର୍ତ୍ତୀ ୩ରୁ ୮ ସପ୍ତାହ ପର୍ଯ୍ୟନ୍ତ ରହିଥାଏ, ଯେପରିକି ସାଧାରଣ ଥଣ୍ଡା କିମ୍ବା ଫ୍ଲୁ[] ଏହି କାଶରେ ସାଧାରଣତଃ ମ୍ୟୁକସ ଉତ୍ପାଦନ ହୁଏ ନାହିଁ ।[] ଲହରା କାଶ ପରେ ହେଉଥିବା କାଶ ବିଶେଷ ଭାବରେ ଭୟଙ୍କର ହୋଇପାରେ ଯେଉଁଥିରେ ବାନ୍ତି କିମ୍ବା ଏକ ଏପିସୋଡ୍ ପରେ ହୁପ୍ ବା କୁକୁର ଶବ୍ଦ ଭଳି ଶବ୍ଦ ହୋଇପାରେ ।[] ଜଟିଳତା ମଧ୍ୟରେ ଶୋଇବାରେ ଅସୁବିଧା କିମ୍ବା ଚାପ ଜନିତ ମୂତ୍ର ଅସଂଜମତା ଅନ୍ତର୍ଭୁକ୍ତ ହୋଇପାରେ ।| []

ସଂକ୍ରମଣପର କାଶ
Post viral cough
Boy coughing due to whooping cough due to pertussis.
ବିଭାଗFamily medicine
ଲକ୍ଷଣProlonged cough[]
ଅବଧି3 to 8 weeks[]
କାରଣRespiratory tract infection[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other causes[]
ସଠିକ ରୋଗ ନିର୍ଣ୍ଣୟAsthma, GERD, COPD, pneumonia, tuberculosis[][]
ପ୍ରତିକାରVaccination[]
ଚିକିତ୍ସାTime, inhaled corticosteroids, ipratropium/salbutamol[]
ପୁନଃପୌନିକUp to 25% of respiratory infections[]

ଏହାର ଅନ୍ତର୍ନିହିତ କାର୍ଯ୍ୟବିଧିରେ ଶ୍ୱାସକ୍ରିୟାର ଉଚ୍ଚତର ସମ୍ବେଦନଶୀଳତା, ଅଧିକ ମ୍ୟୁକସ ଉତ୍ପାଦନ, ନାକରୁ ପାଣି ବୋହିବା ଏବଂ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ସମେତ ଅନେକ କାରଣ ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[] ଏହାକୁ ସବଆକ୍ୟୁଟ୍ ଶ୍ରେଣୀଭୁକ୍ତ କରାଯାଇଛି ।[]

ପରବର୍ତ୍ତୀ ୩ ସପ୍ତାହ ପରେ ଅଧିକାଂଶ ରୋଗୀ ଭଲ ହୋଇଯାଆନ୍ତି; କର୍ଟିକୋଷ୍ଟେରଏଡ୍ ଆଘ୍ରାଣ କିମ୍ବା ଇପ୍ରାଟ୍ରୋପିଅମ/ସାଲବୁଟାମୋଲ ଔଷଧ ସାହାଯ୍ୟ କରିପାରେ ।[] ଯେଉଁମାନଙ୍କର ନାକରୁ ପାଣି ବୋହିବା ବନ୍ଦ ହୁଏ ନାହିଁ ତାଙ୍କର ଷ୍ଟେରଏଡ୍ ନାକ ସ୍ପ୍ରେ ବ୍ୟବହାର କରାଯାଇପାରେ ।[] ଆଣ୍ଟିବାୟୋଟିକ୍ ବ୍ୟବହାର କରିବାକୁ ସାଧାରଣତଃ ସୂଚିତ କରାଯାଏ ନାହିଁ ।[] ଡେକ୍ସଟ୍ରୋମେଥୋରଫାନ ଏକ ବିକଳ୍ପ ହୋଇପାରେ ।[]

ସଂକ୍ରମଣ ପର କାଶ ୨୫% ଶ୍ୱାସକ୍ରିୟା ସଂକ୍ରମଣରେ ଏବଂ ୫୦% ପେର୍ଟୁସିସ୍ ରୋଗ ପରେ ହୋଇଥାଏ। [] କୋଭିଡ-୧୯ କାଶ ପ୍ରାୟ ୫ରୁ ୧୦% ଲୋକଙ୍କ ମଧ୍ୟରେ ୪ କିମ୍ବା ୫ ସପ୍ତାହରୁ ଅଧିକ ସମୟ ଧରି ରହିଥାଏ ।[] ପିଲାମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହା ଶୀତଦିନେ ସାଧାରଣତଃ ଦେଖାଯାଏ ।[]

  1. ୧.୦ ୧.୧ ୧.୨ ୧.୩ Ton, Joey (11 December 2022). "#329 Coughing up the evidence: Bronchodilators or inhaled steroids for post-infectious cough". CFPCLearn. Archived from the original on 28 March 2023. Retrieved 14 June 2023. Archived 28 March 2023 at the Wayback Machine.
  2. ୨.୦ ୨.୧ ୨.୨ ୨.୩ Moe, Samantha S.; Braschi, Emélie; Allan, G. Michael (March 2023). "Bronchodilators or inhaled corticosteroids for postinfectious cough". Canadian Family Physician. 69 (3): 180–180. doi:10.46747/cfp.6903180.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Braman, Sidney S. (January 2006). "Postinfectious Cough". Chest. 129 (1): 138S–146S. doi:10.1378/chest.129.1_suppl.138S. PMID 16428703.
  4. Feteih, Abeer; Fein, Michael; Tardio, Natacha (27 December 2021). The Manual of Allergy and Clinical Immunology (in ଇଂରାଜୀ). CRC Press. p. 60. ISBN 978-1-000-47935-5. Archived from the original on 3 July 2023. Retrieved 2 July 2023. Archived 3 July 2023 at the Wayback Machine.
  5. Sydney, Elana; Weinstein, Eleanor; Rucker, Lisa M. (1 January 2023). Handbook of Outpatient Medicine (in ଇଂରାଜୀ). Springer Nature. p. 241. ISBN 978-3-031-15353-2. Archived from the original on 3 July 2023. Retrieved 2 July 2023. Archived 3 July 2023 at the Wayback Machine.
  6. Song, Woo-Jung; Hui, Christopher K M; Hull, James H; Birring, Surinder S; McGarvey, Lorcan; Mazzone, Stuart B; Chung, Kian Fan (May 2021). "Confronting COVID-19-associated cough and the post-COVID syndrome: role of viral neurotropism, neuroinflammation, and neuroimmune responses". The Lancet Respiratory Medicine. 9 (5): 533–544. doi:10.1016/S2213-2600(21)00125-9.