ଶ୍ୱେତା ଚୌଧୁରୀ
ଶ୍ୱେତା ଚୌଧୁରୀ (ଜନ୍ମ ୩ ଜୁଲାଇ ୧୯୮୬) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି ଯେ,୧୦ ମଟର୍ ଏୟାର୍ ପିସ୍ତଲ୍ ଓ ୨୫ ମିଟର୍ ପିସ୍ତଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରନ୍ତି ।[୨]
ଇଞ୍ଚିଅନ୍ଠାରେ ଅନୁଷ୍ଠିତ ୨୦୧୪ ଏସୀୟ କ୍ରୀଡାରେ ଚୌଧୁରୀ, ୧୭୬.୪ ପଏଣ୍ଟ୍ ସହ ମହିଳା ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ, ଯାହା ଭାରତ ପାଇଁ ପ୍ରଥମ ପଦକ ଥିଲା ।[୩]
୨୦୦୯ରେ ଦୋହାଠାରେ ଅନୁଷ୍ଠିତ ୨୦୦୯ ଏସୀୟ ଏୟାର୍ ଗନ୍ ପ୍ରତିଯୋଗିତାରେ ଶ୍ୱେତା ୩୮୧ ପଏଣ୍ଟ୍ ସହ ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ ।I[୪]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଶ୍ୱେତା ଫରିଦାବାଦରେ ଜନ୍ମ ଓ ବଢ଼ିଥିଲେ । ସେ ଫରିଦାବାଦ ମଡ଼େଲ୍ ବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ଓ ୨୦୦୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଲେଡ଼ି ଶ୍ରୀରାମ ମହିଳା ମହାବିଦ୍ୟାଳୟରେ ସ୍ନାତ୍ତକ ଶିକ୍ଷା ଅର୍ଜନ କରିଥିଲେ । ସେ ପ୍ରଥମଥର ପାଇଁ ନଅ ବର୍ଷ ବୟସରେ କର୍ଣ୍ଣୀ ସିଂ ବନ୍ଧୁକଚାଳନା କ୍ଷେତ୍ରରେ ବନ୍ଧୁକ ଚଳାଇ ଆଘାତପ୍ରାପ୍ତ ହୋଇଥିଲେ, ଯାହାଫଳରେ ତାଙ୍କ ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଥିଲା । ସେ ୧୧ ବର୍ଷ ବୟସରେ ପୁଣିଥରେ ବନ୍ଧୁଚାଳନା ଆରମ୍ଭ କରିଥିଲେ ଓ ୨୦୦୨ରେ ମାଞ୍ଚେଷ୍ଟର୍ଠାରେ ୧୭ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ରୌପ୍ୟ ପଦକ ଜିତିବା ପରେ ବନ୍ଧୁକଚାଳନାକୁ ପେଶା ଭାବେ ଗ୍ରହଣ କରିଥିଲେ । ତାଙ୍କ ବାପା ଜାତୀୟସ୍ତରର ବନ୍ଧୁକଚଳାଳି ରମେଶ ଚୌଧୁରୀ ଏଥିରେ ସମର୍ଥନ ଦେଇଥିଲେ । ତାଙ୍କ ବାପାଙ୍କ ସହ ଭାଇ ତୋଷିନ୍ଦର୍ ସିଂ ମଧ୍ୟ ପିସ୍ତଲ୍ ଚାଳନାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ମା´ ବିମଳା ଚୌଧୁରୀ ମଧ୍ୟ ବନ୍ଧୁକଚାଳନାରେ ଜଣେ ରାଜ୍ୟସ୍ତରୀୟ ପଦକ ବିଜେତା ।
୨୦୧୩ରେ ଚୌଧୁରୀ, ପ୍ରଶାନ୍ତ ସିଂକୁ ବିବାହ କରିଥିଲେ । ସେ ବର୍ତ୍ତମାନ ଉତ୍ତର ପ୍ରଦେଶର ମଥୁରାରେ ରହୁଛନ୍ତି ।
ପେଶାଗତ ଜୀବନ
ସମ୍ପାଦନାଚୌଧୁରୀ ୧୯୯୭ରୁ ୫ମ ଶ୍ରେଣୀରୁ ବନ୍ଧୁକଚାଳନା ଅଭ୍ୟାସ କରିଆସୁଛନ୍ତି । ବର୍ଷକ ମଧ୍ୟରେ ସେ ବରିଷ୍ଠ ବିଭାଗରେ ଜାତୀୟ ସ୍ତରରେ ନିଜକୁ ପ୍ରବେଶ କରାଇଥିଲେ । ୨୦୦୦ରେ, ୧୪ ବର୍ଷ ବୟସରେ ସେ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ରେକର୍ଡ ଭାଙ୍ଗିଥିଲେ । ସେ ୨୦୦୬ରେ ଓଏନ୍ଜିସିଦ୍ୱାରା ସମର୍ଥିତ ହେବା ପର୍ଯ୍ୟନ୍ତ ହରିୟାଣା ତରଫରୁ ଖେଳୁଥିଲେ । ଶ୍ୱେତା, ଶୀଲା କାନୁନ୍ଗୋଙ୍କ ସହ ମଞ୍ଚେଷ୍ଟର୍ଠାରେ ଅନୁଷ୍ଠିତ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ।
ସେ ୨୦୦୬ରେ ୧୫ତମ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ । ୨୦୧୪ ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ଭାବେ କାଂସ୍ୟ ପଦକ ଜିତିଥିଲେ ।[୫] ସେ ୨୦୧୫ରେ ଦି୍ଲ୍ୀଠାରେ ଅନୁଷ୍ଠିତ ଏସୀୟ ଏୟାର୍ ଗନ୍ ବନ୍ଧୁକଚାଳନା ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ ଜିତିଥିଲେ ।
ସେ ଏୟାର୍ ପିସ୍ତଲ୍ରେ ୬ ଥର ଜାତୀୟ ବିଜେତା ଓ ୧୧୭ ଜାତୀୟ ଓ ୪୩ ଆନ୍ତର୍ଜାତୀୟ ପଦକ ଜିତିଛନ୍ତି, ଯେଉଁଥିରେ ୨୦୦୪ରେ ପାକିସ୍ତାନରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ ପଦକ ଓ ୨୦୧୦ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନା ପ୍ରତିଯୋଗିତାରେ ୩ଟି ସ୍ର୍ୱର୍ଣ୍ଣ ପଦକ ଅନ୍ତର୍ଭୁକ୍ତ ଅଛି । ସେ ୨୦୧୬ରେ ଗୌହାଟୀରେ ଅନୁଷ୍ଠିତ ୧୨ତମ ସାଫ୍ କ୍ରୀଡ଼ାରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଭାବେ ୨ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଅଲିମ୍ପିକ୍ସ ଗୋଲ୍ଡ୍ କ୍ୱେଷ୍ଟ୍ଦ୍ୱାରା ସମର୍ଥିତ ହେଉଛନ୍ତି ।
ସମ୍ମାନ
ସମ୍ପାଦନା୨୦୦୪ରେ ହରିୟାଣା ସରକାର ପିସ୍ତଲ୍ ଚାଳନାରେ ଦକ୍ଷତା ପାଇଁ ଭୀମ ପୁରସ୍କାର ଦେଇଛନ୍ତି ।
ଆଧାର
ସମ୍ପାଦନା- ↑ "बेटी को एशियाड में मिला मेडल तो घर में छाई खुशी की खुमारी, देखें जश्न की तस्वीरें" [Shweta Chaudhary Won Bronze Medal In Asiad Games, Faridabad Haryana]. bhaskar.com (in Hindi). 21 September 2014.
{{cite web}}
: CS1 maint: unrecognized language (link) - ↑ "Shweta Chaudhary". OlympicGoldQuest.in. Archived from the original on 22 ସେପ୍ଟେମ୍ବର 2014. Retrieved 20 ସେପ୍ଟେମ୍ବର 2014.
- ↑ "Asian Games: Shooter Shweta Chaudhry Bags India's First Medal". NDTV.com. 20 September 2014. Retrieved 20 September 2014.
- ↑ "Indian Women Win Bronze at Asian Air Gun Meet". Rediff.com. 21 December 2009. Retrieved 21 Dec 2009.
- ↑ "Asian Games: Shooter Jitu Rai Bags Gold, Shweta Chaudhary Wins Bronze". Deccan Chronicle. 20 September 2014. Retrieved 23 February 2016.