ଶ୍ୱାସକ୍ରିୟା ସିନ୍ସିଟିଆଲ୍ ଭୂତାଣୁ

ଶ୍ୱାସକ୍ରିୟା ସିନ୍ସିଟିଆଲ୍ ଭୂତାଣୁ ( RSV ) ହେଉଛି ଏକ ପ୍ରକାର ଭୂତାଣୁ ଯାହା ଶ୍ୱାସକ୍ରିୟାରେ ସଂକ୍ରମଣ ସୃଷ୍ଟି କରିଥାଏ ।[] ଯେତେବେଳେ ଏହା ସାମାନ୍ୟ ସାଧାରଣ ଥଣ୍ଡା ଲକ୍ଷଣ ଭଳି ଦେଖାଏ; ଶିଶୁମାନଙ୍କଠାରେ କିନ୍ତୁ ବ୍ରୋଙ୍କିଓଲାଇଟିସ କିମ୍ବା ନିମୋନିଆ ମଧ୍ୟ ହୋଇପାରେ ।[] ଲକ୍ଷଣଗୁଡିକ ଭୂତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୮ ଦିନ ପରେ ଆରମ୍ଭ ହୁଏ । [] ବୟସ୍କ ଏବଂ ଇମ୍ମ୍ୟୁନୋକମ୍ପ୍ରମାଇଜଡ କ୍ଷେତ୍ରରେ ମଧ୍ୟ ଗୁରୁତର ରୋଗ ହୋଇପାରେ ।[] ଦୀର୍ଘକାଳୀନ ଜଟିଳତା ମଧ୍ୟରେ ସଁ ସଁ ଶ୍ୱାସ ଚାଲିବା ଦେଖାଯାଏ ।[]

Respiratory syncytial virus
Human respiratory syncytial virus (hRSV), human orthopneumovirus
ବିଭାଗInfectious disease, pediatrics
ଲକ୍ଷଣCommon cold symptoms, bronchiolitis, pneumonia[]
ଆକ୍ରାନ୍ତ ସମୟ2 to 8 days after exposure[]
ଅବଧିUsually 1 to 2 weeks[]
କାରଣRespiratory syncytial virus spread by droplets[]
ରୋଗ ନିର୍ଣ୍ଣୟ ପଦ୍ଧତିReal time PCR, antigen testing, viral culture[]
ପ୍ରତିକାରHand washing, face masks, avoiding infected individuals, vaccine, palivizumab, nirsevimab[][][][]
ଚିକିତ୍ସାSupportive care[]
ପୁନଃପୌନିକCommon[]
ମୃତ୍ୟୁ ସାନ୍ଦ୍ରତା120,000 children/year[]

ଏହା ସାଧାରଣତ ବାୟୁରେ କିମ୍ବା ବସ୍ତୁ ମାଧ୍ୟମରେ ଦୂଷିତ ବୁନ୍ଦା ଆକାରରେ ବିସ୍ତାର ହୁଏ ।[] ଏହା ସମ୍ଭବତଃ ବାୟୁବାହୀ ହୋଇପାରେ ।[୧୦] ଆଖି କିମ୍ବା ନାକ ଦ୍ୱାରା ସଂକ୍ରମଣ ପରେ ଭୂତାଣୁ ଉପର ଏବଂ ତଳ ବାୟୁପଥର ଏପିଥେଲିଆଲ୍ ଜୀବକୋଷକୁ ସଂକ୍ରମିତ କରି ପ୍ରଦାହ କରେ, କୋଷ ନଷ୍ଟ କରେ ଏବଂ ବାୟୁପଥରେ ବାଧା ସୃଷ୍ଟି କରିଥାଏ ।[] ଏହା ଏକ ନକାରାତ୍ମକ-ଅର୍ଥ, ଏକକ-ଷ୍ଟ୍ରାଣ୍ଡେଡ ଆରଏନଏ ଭୂତାଣୁ ଅଟେ ।[୧୧] ରୋଗ ନିର୍ଣ୍ଣୟ ପ୍ରକୃତ ସମୟ ପିସିଆର, ଆଣ୍ଟିଜେନ୍ ପରୀକ୍ଷା କିମ୍ବା ଭୂତାଣୁ କଲଚର ଉପରେ ଆଧାରିତ ହୋଇପାରେ ।[]

ପ୍ରତିରୋଧରେ ହାତ ଧୋଇବା, ମୁହଁରେ ମାସ୍କ ଲଗେଇବା, ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କକୁ ଏଡ଼ାଇବା ଏବଂ ଉଚ୍ଚ ପଲିଭିଜୁମାବ କିମ୍ବା ନିରସେଭିମାବ ଥିବା ବିପଦପୂର୍ଣ୍ଣ ଶିଶୁମାନଙ୍କଠାରୁ ଦୂରରେ ରହିବା ଆବାଶ୍ୟକ । [] [] [] ୬୦ବର୍ଷ ବୟସ୍କ ଲୋକଙ୍କ ପାଇଁ ଯୁକ୍ତରାଷ୍ଟ୍ରରେ ଆରଏସ‌ଭି ବିରୋଧରେ ଏକ ଟିକା ଅନୁମୋଦିତ ହୋଇଛି ।[] ଚିକିତ୍ସା ମୁଖ୍ୟତ ସହାୟକ ହୋଇଥାଏ ଏବଂ ଏଥିରେ ଅମ୍ଳଜାନ, ସିପିଏପି, କିମ୍ବା ନାକରେ ଉଚ୍ଚ ପ୍ରବାହ ଅମ୍ଳଜାନ ଅନ୍ତର୍ଭୁକ୍ତ ହୋଇପାରେ ।[୧୨] [୧୩] [] ଶ୍ୱସକ୍ରିୟା ବିଫଳତା କ୍ଷେତ୍ରରେ ଇନଟ୍ୟୁବେସନ ଏବଂ ଯାନ୍ତ୍ରିକ ଭେଣ୍ଟିଲେସନ୍ ଆବଶ୍ୟକ ହୋଇପାରେ ।[] ପିଲାମାନଙ୍କଠାରେ ରିବାଭିରିନ୍ ବ୍ୟବହୃତ ହୋଇପାରେ ଯଦିଓ ଏହାର ବ୍ୟବହାର ବିବାଦୀୟ ଅଟେ ।[୧୪] ଅଧିକାଂଶ ଲୋକ ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହୁଅନ୍ତି ।[]

ଆରଏସଭି ଏକ ସାଧାରଣ ରୋଗ ଅଟେ ।[] ପ୍ରାୟତ ଏହା ସମ୍ପ୍ରଦାୟରେ ଆକ୍ରାନ୍ତ ଭାବରେ ଘଟେ ।[] ଶ୍ୱାସକ୍ରିୟା ସମସ୍ୟା ପାଇଁ ଶିଶୁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଏହା ହେଉଛି ସାଧାରଣ କାରଣ, ଏବଂ ପରବର୍ତ୍ତୀ ଜୀବନରେ ପୁନଃ ସଂକ୍ରମଣ ସାଧାରଣ ଅଟେ ।[] ନିମୋନିଆରୁ ଏହା ମୃତ୍ୟୁର ଦ୍ୱିତୀୟ ସାଧାରଣ କାରଣ ।[] ଆରଏସଭି ରୁ ପ୍ରାୟ ୧୨୦,୦୦୦ ଶିଶୁ ମୃତ୍ୟୁବରଣ କରିଥିବାବେଳେ ବିକଶିତ ଦେଶରେ ମୃତ୍ୟୁ ବିରଳ ଅଟେ ।[] ଯୁକ୍ତରାଜ୍ୟରେ ବର୍ଷକୁ ପ୍ରାୟ ୮୫୦୦ ବୟସ୍କ ବ୍ୟକ୍ତି ମୃତ୍ୟୁ ବରଣ କର ନ୍ତି ।[] ଏହା ସାଧାରଣତଃ ଶୀତ ମାସରେ ଦେଖାଯାଏ ।[] ଏହି ଭୂତାଣୁ ୧୯୫୬ ଆବିଷ୍କୃତ ହୋଇଥିଲା ।[]


  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Learn about Respiratory Syncytial Virus Infection (RSV)". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 16 March 2023. Archived from the original on 13 July 2012. Retrieved 5 May 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Jha A, Jarvis H, Fraser C, Openshaw PJ (2016). Hui DS, Rossi GA, Johnston SL (eds.). Respiratory Syncytial Virus. Wellcome Trust–Funded Monographs and Book Chapters. Sheffield (UK): European Respiratory Society. ISBN 978-1-84984-070-5. PMID 28742304. Archived from the original on 2020-12-28. Retrieved 2020-10-29. {{cite book}}: |work= ignored (help)
  3. ୩.୦ ୩.୧ "RSV Transmission". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 26 April 2023. Archived from the original on 29 October 2020. Retrieved 5 May 2023.
  4. ୪.୦ ୪.୧ Dee, Jane E. "From flu to RSV, masks offer everyday protection from respiratory illnesses". ysph.yale.edu (in ଇଂରାଜୀ). Archived from the original on 22 March 2023. Retrieved 6 May 2023.
  5. ୫.୦ ୫.୧ "RSV Prevention". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 31 October 2022. Archived from the original on 23 April 2023. Retrieved 5 May 2023.
  6. ୬.୦ ୬.୧ Commissioner, Office of the (4 May 2023). "FDA Approves First Respiratory Syncytial Virus (RSV) Vaccine". FDA (in ଇଂରାଜୀ). Archived from the original on 4 May 2023. Retrieved 5 May 2023.
  7. ୭.୦ ୭.୧ Moe, Samantha. "#361 Preventing RSV Infections in Infants – CFPCLearn". Archived from the original on 28 March 2024. Retrieved 24 March 2024.
  8. ୮.୦ ୮.୧ ୮.୨ "RSV information for healthcare providers". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 26 April 2023. Archived from the original on 22 March 2023. Retrieved 5 May 2023.
  9. ୯.୦ ୯.୧ ୯.୨ ୯.୩ ୯.୪ ୯.୫ ୯.୬ Coultas JA, Smyth R, Openshaw PJ (October 2019). "Respiratory syncytial virus (RSV): a scourge from infancy to old age". Thorax. 74 (10): 986–993. doi:10.1136/thoraxjnl-2018-212212. PMID 31383776.
  10. "Respiratory syncytial virus". www.culturecollections.org.uk. Archived from the original on 22 May 2022. Retrieved 6 May 2023.
  11. Griffiths C, Drews SJ, Marchant DJ (January 2017). "Respiratory Syncytial Virus: Infection, Detection, and New Options for Prevention and Treatment". Clinical Microbiology Reviews. 30 (1): 277–319. doi:10.1128/CMR.00010-16. PMC 5217795. PMID 27903593.
  12. Society, Canadian Paediatric. "Use of high-flow nasal cannula oxygen therapy in infants and children | Canadian Paediatric Society". cps.ca (in ଇଂରାଜୀ). Archived from the original on 30 January 2022. Retrieved 5 May 2023.
  13. Jat, KR; Dsouza, JM; Mathew, JL (4 April 2022). "Continuous positive airway pressure (CPAP) for acute bronchiolitis in children". The Cochrane database of systematic reviews. 4 (4): CD010473. doi:10.1002/14651858.CD010473.pub4. PMID 35377462.
  14. Simões EA, DeVincenzo JP, Boeckh M, Bont L, Crowe JE, Griffiths P, Hayden FG, Hodinka RL, Smyth RL, Spencer K, Thirstrup S, Walsh EE, Whitley RJ (March 2015). "Challenges and opportunities in developing respiratory syncytial virus therapeutics". The Journal of Infectious Diseases. 211 Suppl 1 (suppl 1): S1–S20. doi:10.1093/infdis/jiu828. PMC 4345819. PMID 25713060. {{cite journal}}: Unknown parameter |displayauthors= ignored (|display-authors= suggested) (help)