ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର, ମୁମ୍ବାଇ

ଭାରତର ଏକ ହିନ୍ଦୁ ମନ୍ଦିର

ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର, ମୁମ୍ବାଇ (ମରାଠୀ: श्री स्वामीनारायण मंदिर, मुंबई) ଏକ ହିନ୍ଦୁ ମନ୍ଦିର ଓ ଶ୍ରୀ ସ୍ୱାମୀ ନାରାୟଣ ସମ୍ପ୍ରଦାୟର ଏକ ଅଂଶ । ମୁମ୍ବାଇର ଭୁଲେଶ୍ୱରରେ (Bhuleshwar) ଅବସ୍ଥିତ ଏହି ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର ସବୁଠାରୁ ପୁରାତନ ମନ୍ଦିର, ପ୍ରାୟ ୧୦୦୦ ବର୍ଷର ପୁରୁଣା ।[୧][୨]

ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର
श्री स्वामीनारायण मंदिर
The Three Spires and dome of the Sabha Mandap atop the temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictMumbai City
ଦେବାଦେବୀLaxminarayan Dev, Radha Krishna Dev
Location
ସ୍ଥାନMumbai
StateMaharashtra
CountryIndia
ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର, ମୁମ୍ବାଇ is located in Mumbai
ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର, ମୁମ୍ବାଇ
Location within Mumbai
ଭୌଗଳିକ ଅବସ୍ଥିତି18°57′14.31″N 72°49′48.78″E / 18.9539750°N 72.8302167°E / 18.9539750; 72.8302167
Architecture
Swaminarayan Sampraday
Completed1868

ବର୍ତ୍ତମାନର ମନ୍ଦିର ଏକ ତିନି ଶୀର୍ଷ ବିଶିଷ୍ଟ ମନ୍ଦିର ଓ ସେଠାରେ ଲକ୍ଷ୍ମୀନାରାୟଣ ଦେବଙ୍କ ସହିତ ଘନଶ୍ୟାମ ମହାରାଜ ଓ ରାଧାକୁଶ୍ନା ଦେବଙ୍କ ସହିତ ହରି କୃଷ୍ଣ ମହାରାଜଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି । ମନ୍ଦିରରେ ଗୋଲୋକର ବାସିନ୍ଦା ଭାବରେ ରାଧା କୃଷ୍ଣଙ୍କୁ ଗୋଲୋକର ରାଧା ଗୋଳକବିହାରୀ କୃଷ୍ଣ (Golokvihari) ଭାବରେ ପୂଜା କରାଯାଏ । ଏହା ଏକ ଶିଖରବନ୍ଦ ମନ୍ଦିର (Shikharband Mandir) ଯାହା ବଦତଲର ଲକ୍ଷ୍ମୀ ନାରାୟଣ ଦେବ (Laxminarayan Dev Gadi (Vadtal)) ଗାଦି ଅଧିନରେ ଅଛି ।[୩] ଭୁଲେଶ୍ୱରରେ ଥିବା ଅନେକ ମନ୍ଦିରମାନଙ୍କ ମଧ୍ୟରୁ ଏହା ଅନ୍ୟତମ ଓ ଏହି ମନ୍ଦିରମାନଙ୍କରେ ଫୁଲ ଚାହିଦା ବହୁତ ଥିବାରୁ ଅନେକ ଫୁଲ ଦୋକାନ ବିଶିଷ୍ଟ ଏହି ସ୍ଥାନକୁ ଫୁଲ ଗଳି କୁହାଯାଏ ।[୪]

ଇତିହାସ ସମ୍ପାଦନା

୧୮୬୮ ମସିହା ବୈଶାଖ ଶୁକ୍ଳ ଏକାଦଶୀ ଦିନ ରଣଛୋଡ଼ଦାସ ପରଞ୍ଜିବନଦାସ ନିଜ ବାସଗୃହକୁ ଭାଙ୍ଗି ତା ଉପରେ ମୁମ୍ବାଇର ଏହି ପ୍ରଥମ ସ୍ୱାମୀ ନାରାୟଣ ମନ୍ଦିର ତୋଳେଇଥିଲେ [୫] ହରି କୃଷ୍ଣ ମହାରାଜ, ଗୋକୁଳବିହାରୀ ଓ ରାଧିକାଙ୍କର ମୂର୍ତ୍ତି ଆଚାର୍ଯ୍ୟ ମହାରାଜ ଭାଗବତପ୍ରସାଦଜି ତିଆରି କରେଇଥିଲେ ।[୫]

ତିନି ଶିଖର ବିଶିଷ୍ଟ ମନ୍ଦିର ସମ୍ପାଦନା

ଏବେକାର ତିନି ଶିକ୍ଷାର ବିଶିଷ୍ଟ ମନ୍ଦିର ଓ ଘନଶ୍ୟାମ ମହାରାଜ ଓ ଲକ୍ଷ୍ମୀନାରାୟଣ ଦେବଙ୍କ ମୂର୍ତ୍ତି ୧୯୦୩ ମସିହା ବୈଶାଖ ଶୁକ୍ଳ ଏକାଦଶୀ ଦିନ ଆଚାର୍ଯ୍ୟ ଲକ୍ଷ୍ମୀପ୍ରସାଦଜି ତିଆରି କରେଇଥିଲେ ।[୫] ସ୍ୱାମୀ ନାରାୟଣଙ୍କ ଭକ୍ତ ରାୟ ବାହାଦୁର ସେଠ କୁରୁମଶେ ଦାମଜୀ (Rao Bahadur Sheth Curumsey Damjee) ଉକ୍ତ ମନ୍ଦିର ନିର୍ମାଣର ସମସ୍ତ ଜିନିଷପତ୍ର, ଶାରୀରିକ ଓ ବୌଦ୍ଧିକ ଦାନ ଦେଇଥିଲେ ।[୫]

ଗଠନ ସମ୍ପାଦନା

ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର କାରୁକାର୍ଯ୍ୟ ପୂର୍ଣ୍ଣ ବାହ୍ୟ ଦୃଶ୍ୟ ଅତି ଅନୁପମ ଓ ଦୃଷ୍ଟି ସଂଭାର ବିଶିଷ୍ଟ ଯେଉଁଠାରେ ପରିବେଶ ଅତି ମଇଳା ପୂର୍ଣ୍ଣ । ସଭାମଣ୍ଡକୁ ଯିବା ପାଇଁ ୨୫ଟି ପାବଛ ଅଛି । ସଭା ମଣ୍ଡପର ବାମ ପାଖର ଗଣେଶ ଓ ଡାହାଣ ପାଖରେ ହନୁମାନଙ୍କ ମନ୍ଦିର ଅଛି । ଏହାର ତିନୋଟି ମୂଖ୍ୟ ମନ୍ଦିର ମଧ୍ୟରୁ ପୂର୍ବ ପାଖରେ ହରି କୃଷ୍ଣ ମହାରାଜ, ଗୋକୁଳବିହାରୀ, ଓ ରାଧିକା; କେନ୍ଦ୍ରରେ ଘନଶ୍ୟାମ ମହାରାଜ, ବିଷ୍ଣୁ ଓ ଲକ୍ଷ୍ମୀ; ପଶ୍ଚିମ ପାଖରେ ଠାକୁରଙ୍କ ବିଶ୍ରାମ ସ୍ଥଳୀ ଅଛି । ଶୋଭା ମଣ୍ଡପର ଗମ୍ବୁଜରେ କୃଷ୍ଣ ଲୀଳା ଚିତ୍ର ଅଙ୍କିତ ହୋଇଛି । ଗମ୍ବୁଜଗୁଡ଼ିକ ୫୪ ଖୁଣ୍ଟି ସାହାଯ୍ୟରେ ରହିଛନ୍ତି ।[୩] ନିୟମିତ ଧାର୍ମିକ ଚର୍ଚ୍ଚା ଦ୍ୱିତୀୟ ମହଲାରେ ଥିବା ସଭା ଗୃହରେ ସମ୍ପନ୍ନ ହୁଏ ।

ପର୍ବପର୍ବାଣି ସମ୍ପାଦନା

ରାମ ନବମୀ, ସ୍ୱାମୀନାରାୟଣ ଜୟନ୍ତୀ, ଜନ୍ମାଷ୍ଟମୀ, ବାମନ ଜୟନ୍ତୀ ନୃସିଂହ ଜୟନ୍ତୀ, ମହାଶିବରାତ୍ରି ଓ ଗଣେଶ ଚତୁର୍ଥି ଆଦି ପର୍ବ ସେଠାରେ ପାଳନ କରାଯାଏ ।[୩] ଶ୍ରାବଣ ମାସରେ ହିନ୍ଦୋଳା ପର୍ବ ପାଳନ କରାଯାଏ ।[୬]

ପ୍ରତିମା ସମ୍ପାଦନା

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Shri Swaminarayan Mandirs - Mumbai". Archived from the original on 2012-02-11. Retrieved 2022-09-08.
  2. James Mackenzie Maclean (1889). Guide to Bombay. "Bombay gazette" steam press. p. 301.
  3. ୩.୦ ୩.୧ ୩.୨ "Maharashtra State Gazettes, Greater Bombay District: Swaminarayan Temple Bhuleshwar".
  4. "Flower therapy". Indian Express. 2006-06-11. Retrieved 2009-09-05.
  5. ୫.୦ ୫.୧ ୫.୨ ୫.୩ "Shri Swaminarayan Mandir, Mumbai". Archived from the original on 2007-07-04.
  6. "Mumbai Notes: Shravan festival celebrations". Indian Express. 1998-07-25. Retrieved 2008-10-12.