ଶ୍ରୀ ବିଶ୍ଵନାଥ ମନ୍ଦିର
ଶ୍ରୀ ବିଶ୍ୱନାଥ ମନ୍ଦିର, ଅନ୍ୟ ନାମ ବିଶ୍ୱନାଥ ମନ୍ଦିର, ବିଶ୍ୱନାଥ ଟେମ୍ପଲ, ନୂଆ ବିଶ୍ୱନାଥ ଟେମ୍ପଲ ଓ ବିରଳା ଟେମ୍ପଲ, ଏକ ବିଖ୍ୟାତ ହିନ୍ଦୁ ମନ୍ଦିର ଓ ବାରାଣଶୀର ସର୍ବାଧିକ ପର୍ଯ୍ୟଟକ ଆକର୍ଷଣ ସ୍ଥଳ । ଶିବଙ୍କୁ ସମର୍ପିତ ଏହି ମନ୍ଦିର ବାରାଣଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ । ୨୫୦ ଫୁଟ ଉଚ୍ଚତାର ଏହି ମନ୍ଦିର ପୃଥିବୀର ସବୁଠାରୁ ଉଚ୍ଚ ମନ୍ଦିର ।[୧][୨][୩][୪][୫][୬] ଏହି ମନ୍ଦିରକୁ ଲୋକ ଭାଷାରେ ବିଶ୍ୱନାଥ ମନ୍ଦିରକୁ ଭିଟି କହନ୍ତି ।[୭]
ଶ୍ରୀ ବିଶ୍ୱନାଥ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ବାରାଣଶୀ |
ଦେବାଦେବୀ | ଶିବ |
Festivals | Mahashivratri Nag Panchami Shravan Navratri Makar Sankranti |
Location | |
ସ୍ଥାନ | ବିରଳା ହିନ୍ଦୁ ବିଶ୍ୱବିଦ୍ୟାଳୟ (Benaras Hindu University), Varanasi |
State | ଉତ୍ତର ପ୍ରଦେଶ |
Country | India |
ଭୌଗଳିକ ଅବସ୍ଥିତି | BHU 25°15′58″N 82°59′16″E / 25.266034°N 82.987847°E |
Architecture | |
ବିରଳା ପରିବାର (Birla family) | |
Completed | ୧୯୬୬ |
Specifications | |
Temple(s) | ସାତ |
Elevation | 77 m (253 ft) |
Website | |
https://www.bhu.ac.in/VT/ |
ଇତିହାସ
ସମ୍ପାଦନା୧୧୯୪ରେ କୁତବ-ଉଦ-ଦିନ, ୧୪୪୭ରୁ ୧୫୪୮ ମଧ୍ୟରେ ହୁସେନ ଶାହ ଶରକି ଓ ୧୬୬୯ ମସିହାରେ ଔରଙ୍ଗଜେବ ଏହି କାଶୀ ବିଶ୍ୱନାଥ ମନ୍ଦିରକୁ ଧ୍ୱଂସ କରିଦେଇଥିଲେ । ପଣ୍ଡିତ ମଦନ ମୋହନ ମାଲବ୍ୟ ୧୯୩୦ ମସିହାରେ କାଶୀ ବିଶ୍ୱନାଥ ମନ୍ଦିରକୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ନବୀକରଣ କରିବାକୁ ଯୋଜନା କରିଥିଲେ ।[୮] ବିରଳା ପରିବାର ଏହି ମନ୍ଦିର ଗଠନ କରିବାର ଦାୟୀତ୍ୱ ନେଇ ୧୯୩୧ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଅବଶେଷରେ ୧୯୬୬ ମସିହାରେ ମନ୍ଦିର ତିଆରି ସମାପ୍ତ ହୋଇଥିଲା ।[୧][୨][୩][୪][୫][୬]
ଗଠନ
ସମ୍ପାଦନାଶ୍ରୀ ବିଶ୍ୱନାଥ ମନ୍ଦିର ଗଠନ ସମ୍ପୂର୍ଣ୍ଣ କରିବା ନିମନ୍ତେ ୩୫ ବର୍ଷ (୧୯୩୧ରୁ ୧୯୬୬) ଲାଗିଥିଲା । ଭାରତର ଉଚ୍ଚ ମନ୍ଦିରମାନଙ୍କ ମଧ୍ୟରୁ ଏହା ଗୋଟିଏ । ମନ୍ଦିର ଉଚ୍ଚତା ପ୍ରାୟ ୭୭ ମିଟର । କାଶୀ ବିଶ୍ୱନାଥ ମନ୍ଦିର ଶୈଳୀରେ ଏହା ଗଠିତ ହୋଇଛି ଓ ଅଧିକାଂଶ ଶଙ୍ଖ ମର୍ମର ପ୍ରସ୍ତରରେ ତିଆରି ହୋଇଛି । ଶ୍ରୀ ବିଶ୍ୱନାଥ ମନ୍ଦିର ପ୍ରାଥମିକ ଭାବରେ ଶିବଙ୍କୁ ସମର୍ପିତ ହୋଇଥିଲେ ମଧ୍ୟ ଏହାର ବେଢାରେ ୯ଟି ମନ୍ଦିର ଅଛି ଓ ଏହା ମଧ୍ୟକୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ମନ୍ଦିର ଖୋଲା ରହେ । ଲକ୍ଷ୍ମୀ ନାରାୟଣ ମନ୍ଦିରର ପ୍ରଥମ ମହଲାରେ ଶିବ ବିଗ୍ରହ ଥିବା ବେଳେ ଦ୍ୱିତୀୟ ମହଲାରେ ଲକ୍ଷ୍ମୀନାରାୟଣ ଓ ଦୂର୍ଗାଙ୍କ ବିଗ୍ରହ ଅଛି । ଏହା ବ୍ୟତୀତ ନଟରାଜ, ପାର୍ବତୀ, ଗଣେଶ, ପଞ୍ଚମୂଖୀ ମହାଦେବ, ହନୁମାନ, ସରସ୍ୱତୀ ଓ ନଂଦିଙ୍କ ବିଗ୍ରବ ଅଛି । ମନ୍ଦିର ଭିତର କାନ୍ଥର ସମୁଦାୟ ଗୀତା ଓ ହିନ୍ଦୁ ପୁରାଣରୁ ଛବି ସହିତ ଅନେକ ଲେଖା ଅଙ୍କିତ ହୋଇଛି ।[୧][୨][୩][୪][୫][୬]
ସ୍ଥାନ
ସମ୍ପାଦନାବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ମୁଖ୍ୟ ଫାଟକଠାରୁ ୧.୭ କିମି ଦୂରରେ ଶ୍ରୀ ବିଶ୍ୱନାଥ ମନ୍ଦିର ଅବସ୍ଥିତ । ଦୁର୍ଗା ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ୩.୩ କିମି ଦୂରରେ, କାଶୀ ବିଶ୍ୱନାଥ ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ୭ କିମି ଦୂରରେ ଓ ବାରାନଦୀ ଷ୍ଟେସନଠାରୁ ଦକ୍ଷିଣ ଦିଗରେ ୯ କିମି ଦୂଆରେ ଏହା ଅବସ୍ଥିତ ।
ଗ୍ୟାଲେରି
ସମ୍ପାଦନା-
ପୂର୍ବ ଦିଗରେ ଥିବା ମୂଖ୍ୟ ପ୍ରବେଶ ଦ୍ୱାର ପାଖରୁ ଦୃଶ୍ୟ
-
ପୂର୍ବ କାନ୍ଥରେ ଥିବା ମୂଖ୍ୟ ପ୍ରବେଶ ଦ୍ୱାର
-
ଉତ୍ତର ଦିଗରେ ଥିବା ନନ୍ଦୀ ବିଗ୍ରହ
-
ମନ୍ଦିର ପରିସରରେ ଥବା ହୋମ କୁଣ୍ଡ
-
ମନ୍ଦିରର ଉତ୍ତର ପାଖ
-
ମନ୍ଦିର ଶିଖର
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Brief description". Benaras Hindu University website. Archived from the original on 26 May 2018. Retrieved 7 March 2015.
- ↑ ୨.୦ ୨.୧ ୨.୨ "The temples". Benaras Hindu University website. Archived from the original on 23 September 2015. Retrieved 7 March 2015.
- ↑ ୩.୦ ୩.୧ ୩.୨ "Vishwanath Temple". Wikinapia. Archived from the original on 2 April 2015. Retrieved 7 March 2015.
- ↑ ୪.୦ ୪.୧ ୪.୨ "New Vishwanath Temple". Varanasi city website. Archived from the original on 14 March 2015. Retrieved 7 March 2015.
- ↑ ୫.୦ ୫.୧ ୫.୨ "Birla Temple". varanasi.org.in. Archived from the original on 15 March 2015. Retrieved 7 March 2015.
- ↑ ୬.୦ ୬.୧ ୬.୨ "History". Eastern U.P. Tourism website. Archived from the original on 2 ଅପ୍ରେଲ 2015. Retrieved 7 ମାର୍ଚ୍ଚ 2015.
- ↑ "Vishwanath Temple (VT) opened in "New Normal"". BHU Express (in ଆମେରିକୀୟ ଇଂରାଜୀ). 2020-09-23. Archived from the original on 24 January 2022. Retrieved 2022-01-24.
- ↑ Karkar, S.C. (2009). The Top Ten Temple Towns of India. Kolkota: Mark Age Publication. p. 12. ISBN 978-81-87952-12-1.