ଶ୍ରୀ ଦେବ ରାମେଶ୍ଵର ମନ୍ଦିର

ଷୋଡଶ ଶତାବ୍ଦୀରେ ନିର୍ମିତ ଏହା ଏକ ଐତିହାସିକ ମନ୍ଦିର ଓ ଘନ ରୂପାରେ ନିର୍ମିତ ଶିବ ଚତୁର୍ଭୁଜ ରୂପରେ ବୃଷଭ ଉପରେ

ଶ୍ରୀ ଦେବ ରାମେଶ୍ୱର ମନ୍ଦିର ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ସିନ୍ଧୁଦୂର୍ଗ ତାଲୁକାର ରାମେଶ୍ୱର ୱାଡ଼ି ଗ୍ରାମରେ ଅବସ୍ଥିତ । ହିନ୍ଦୁ ଦେବତା ଶିବଙ୍କୁ ଏହି ମନ୍ଦିର ସମର୍ପିତ ହୋଇଛି ।[୧] ଷୋଡଶ ଶତାବ୍ଦୀରେ ନିର୍ମିତ ଏହା ଏକ ଐତିହାସିକ ମନ୍ଦିର । ମନ୍ଦିରକୁ ଯିବା ପାଇଁ ୨୫୦ ଗଜ ଲମ୍ବା ଓ ୫୦ ଫୁଟ ଗଭୀର ରାସ୍ତାରେ ଯିବାକୁ ପଡେ । ଘନ ରୂପାରେ ନିର୍ମିତ ଶିବ ଚତୁର୍ଭୁଜ ରୂପରେ ବୃଷଭ ଉପରେ ଉପବେଶନ କରିଛନ୍ତି ।[୨]

Shri Dev Rameshwar Temple
श्री देव रामेश्वर मंदिर
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSindhudurg
ଦେବାଦେବୀLord Rameshwar (Lord Shiva)
FestivalsMahashivratri
Location
ସ୍ଥାନRameshwar Wadi
StateMaharashtra
CountryIndia
Architecture
Completed16th Century
Temple(s)1
Website
www.shridevrameshwar.org
Temple Ghati (Eastern Gate)
Gabhara (Inner Sanctum)

ମନ୍ଦିରର ସ୍ଥାପତ୍ୟ ଶୈଳୀ ଦେଖିଲେ ଏହା ତିନି ଥର ପରିବର୍ଦ୍ଧିତ କରାଯାଇଥିବା ଜଣାଯାଏ । ଅଷ୍ଟାଦଶ ଶତାବ୍ଦୀରେ ସରଖେଲ କନହୋଜି ଅଙ୍ଗରେଜ (Sarkhel Kanhoji Angre) ଏକ ଚତୁର୍ଭୁଜ ଆକୃତିର ମନ୍ଦିର ତୋଳିଥିଲେ ଯାହା ଶିବଙ୍କ ପିଣ୍ଡି ଚାରିପାଖରେ ଥିଲା ଓ ଅତି ଭଲ ପଥରରେ ତିଆରି ହୋଇଥିଲା ଯାହାକୁ “ଗଭର” କୁହାଯାଏ । ଏହା ମୂଖ୍ୟ କୋଠରୀ ଥିଲା ଯେଉଁଠାରେ କେନ୍ଦ୍ରରେ ଶିବଲିଙ୍ଗ ଥିଲା । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ସରଦାର ଶମ୍ଭାଜି ଅଙ୍ଗରେ ଓ ସନଖୋଜି ଅଙ୍ଗ୍ରେ ଗଭର ସାମନାରେ ଏକ ମଣ୍ଡପ ତିଆରି କରେଇଥିଲେ । ଏହି ମଣ୍ଡପ ବିରାଟ କାଷ୍ଠରେ ତିଆରି ହୋଇଥିଲା ଓ ତା ଉପରେ କାରୁକାର୍ଯ୍ୟ ହୋଇଥିଲା । ଗଭର ଚାରି ପାଖରେ ଏକ ପ୍ରଦକ୍ଷିଣ ମାର୍ଗ କରାଯାଇଥିଲା। ଏହା ଚାରି ପାଖରେ କାନ୍ଥ ଦିଆଯାଇ ଏକ ଛୋଟ ମନ୍ଦିର ଆକୃତି କରାଯାଇଥିଲା । ସମୁଦାୟ ମନ୍ଦିର ୪,୦୨୫ ବର୍ଗ ଫୁଟ ସ୍ଥାନରେ ଥିଲା । ମନ୍ଦିର ବାହାରେ ୧୫୦୦ ବର୍ଗ ଫୁଟର ପଥର ଟାଇଲ ବିଛାଯାଇଥିଲା । ପଶ୍ଚିମ ଓ ଦକ୍ଷିଣ ଦ୍ୱାରରେ ଦୁଇଟି ଫାଟକ ଥିଲା ।

ଶ୍ରୀ ଦେବ ରାମେଶ୍ୱର ମନ୍ଦିର – ମୂଖ୍ୟ କୋଠା (Main Building)

ମହା ଶିବରାତ୍ରି ମେଳା ସମ୍ପାଦନା

ପ୍ରତି ବର୍ଷ ମାଘ ମାସରେ ଛଅ ଦିନ ଧରି ସେଠାରେ ଏକ ମେଳା ଲାଗେ ଯାହାକୁ ପ୍ରାୟ ୫୦୦୦ ଲୋକ ନିକଟବର୍ତ୍ତୀ ଗ୍ରାମ ଓ ସହରରୁ ଆସି ଯୋଗ ଦିଅନ୍ତି ।[୨] ଚାରି ଦିନ ମେଳା ପରେ ପୂଜା ହୁଏ । ମହାଶିବରାତ୍ରି ରାତିରେ ଶିବ ତାଣ୍ଡବ ନୃତ୍ୟ କରିଥିଲେ । ଏହି ଦିନ ପାର୍ବତୀ ମାତାଙ୍କୁ ଶିବ ବିବାହ କରିଥିଲେ । ଭକ୍ତମାନେ ଏହି ଦିନ ଉପବାସ କରି ଶିବ ଲିଙ୍ଗ ଉପରେ ଫୁଲ ଫଳ ଚଢାନ୍ତି ।[୩]

ଗ୍ୟାଲେରି

Images showing wall paintings on the temple building
 
Wall Painting Vedic
Wall Painting Vedic 
 
Wall Painting Ramayana
Wall Painting Ramayana 
 
Wall Painting Mahabharata
Wall Painting Mahabharata 

ଅନୁଶାସନ ସମ୍ପାଦନା

ମନ୍ଦିରର ଶାସନ ଭାର ୧୯୧୪ ମସିହାରେ ସିଭିଲ କୋର୍ଟ ଏକ ପାଞ୍ଚ ଟିକିଆ ଟ୍ରଷ୍ଟି ଉପରେ ନ୍ୟସ୍ତ କରିଛନ୍ତି । ମୁମ୍ବାଇର ଶ୍ରୀ ରାମେଶ୍ୱର ଦେବସ୍ଥାନ ବିଶ୍ୱସ୍ତ ମଣ୍ଡଳ ଓ ରାମେଶ୍ୱର ବିକାଶ ମଣ୍ଡଳ ଏହାର ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦେଖରେଖ କରନ୍ତି ।[୪] ସରକାରଙ୍କ ତରଫରୁ ଦେବସ୍ଥାନ ଏକ ଇନାମ ସ୍ଥାନ ଓ ବାର୍ଷିକ ୩୩୪ ଟଙ୍କା ପାଆନ୍ତି ।[୫] ସନ ୧୯୧୪ ମସିହାଠାରୁ ଟ୍ରଷ୍ଟି ଏହାର ରକ୍ଷଣାବେକ୍ଷଣ କରିଆସୁଛନ୍ତି । ମନ୍ଦିର ଏବେ ଭଲ ଅବସ୍ଥାରେ ଅଛି ଓ ମଝିରେ ମଝିରେ ନବୀକରଣ କରାଯାଉଛି । [୧]

ସରଖେଲ ଶମ୍ଭାଜି ଅଙ୍ଗ୍ରେ ସମାଧି ସମ୍ପାଦନା

ମନ୍ଦିରର ଦକ୍ଷିଣ ଫାଟକ ବାହାର ପାଖରେ ଅଛି । ପ୍ରାୟ ୨୦୦-୨୫୦ ବର୍ଷର ପୁରୁଣା ପଥରରେ ଏହା ତିଆରି ହୋଇଛି । ତାଙ୍କ ପାଖରେ ୭ଟି ପ୍ରସ୍ତର ରଖାଯାଇଛି ଯାହା ତାଙ୍କ ପତ୍ନୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିଛି ।

Sarkhel Sambhaji Angre Samadhi
 
Sambhaji Angre Samadhi
Sambhaji Angre Samadhi 
 
Sambhaji Angre Samadhi (Side View)
Sambhaji Angre Samadhi (Side View) 

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା