ଶ୍ରୀନିବାସ ମଲ୍ଲ (ନେପାଳୀ: श्रीनिवास मल्ल) ଜଣେ ମଲ୍ଲ ରାଜବଂଶର ରାଜା ଏବଂ ପାଟଣର ରାଜା ଥିଲେ । ସେ ସିଦ୍ଧ ନରସିଂହ ମଲ୍ଲଙ୍କ ପୁତ୍ର ଥିଲେ ଏବଂ ୧୬୬୧ ରୁ ୧୬୮୫ ମସିହାରେ ଅପହରଣ ପର୍ଯ୍ୟନ୍ତ ପାଟଣରେ ରାଜତ୍ୱ କରିଥିଲେ ।[]

ଶ୍ରୀନିବାସ ମଲ୍ଲ
Miniature of Srinivasa Malla on his throne
ପାଟଣର ରାଜା
ଶାସନକାଳ 1661–1685
ପୂର୍ବାଧିକାରୀ Siddhi Narasimha Malla
Yoga Narendra Malla
ଜୀବନସାଥୀ Mrigavati
ସନ୍ତାନସନ୍ତତିଗଣ
ବାପା Siddhi Narasimha Malla
ମାଆ Bhanumati
ଜନ୍ମ c. 1627
in what is now Nepal
ମୃତ୍ୟ 1687

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ଶ୍ରୀନିବାସ ମଲ୍ଲ ପିଲାଦିନରୁ ତାଙ୍କ ପିତା ସିଦ୍ଧ ନରସିଂହ ମଲ୍ଲଙ୍କ ସହିତ ପ୍ରଶାସନିକ କାର୍ଯ୍ୟରେ ଜଡିତ ଥିଲେ । ୧୬୪୧ ସୁଦ୍ଧା ଶ୍ରୀନିବାସ ତାଙ୍କ ପିତାଙ୍କ ସହ ଶାସନ ଦାୟୀତ୍ଵ ମିଳିତ ଭାବରେ ଚଳାଇବାରେ ପାରଙ୍ଗମ ହୋଇଗଲେ । ଏପରିକି ୧୬୪୯ ମସିହା ବେଳକୁ ସେ ତାଙ୍କ ପିତାଙ୍କ ସହ ରାଜ୍ୟ ମିଳିତ ଶାସକ ଭାବରେ ମଧ୍ୟ ମାନ୍ୟତା ପାଇଥିଲେ |[]

୧୬୫୭ ମସିହାରେ ଶ୍ରୀନିବାସଙ୍କ ପିତା ସିଦ୍ଧିନରସିଂହା ଏକ ଧାର୍ମିକ ପରମ୍ପରା କାରଣରୁ ରାଜକାର୍ଯ୍ୟରୁ ଦୂରେଇଯାଇଥିଲେ । ସେହି ସମୟରେ ଶ୍ରୀନିବାସଙ୍କୁ ରାଜ୍ୟର ରାଜା ଭାବରେ ମାନ୍ୟତା ଦିଆଯାଇଥିଲା । ସେ ୧୬୬୧ ମସିହାରେ ଆନୁଷ୍ଠାନିକ ଭାବେ ପାଟଣର ରାଜା ମୁକୁଟ ପିନ୍ଧିଥିଲେ । ତାଙ୍କ ଶାସନ କାଳରେ ପାଟଣର ପଶ୍ଚିମ ସୀମା ଗୋରଖା ଏବଂ ତାନାହୁନ୍ ରାଜ୍ୟ ପର୍ଯ୍ୟନ୍ତ ଏବଂ ଉତ୍ତର-ପଶ୍ଚିମରେ ଗାଜୁରିପେଡା ପର୍ଯ୍ୟନ୍ତ ଲମ୍ବିଥିଲା ।[]

ପଡୋଶୀ ରାଜ୍ୟ ସହ ଯୁଦ୍ଧ

ସମ୍ପାଦନା

ପ୍ରାୟ ୧୬୫୮ ମସିହାରେ, ସେ କାନ୍ତିପୁର ପ୍ରତାପ ମଲ୍ଲଙ୍କ ସହ ବିବାଦର ସୂତ୍ରପାତ ହୋଇଥିଲା ଏବଂ ସେଥିପାଇଁ ସେ ଓ ଭଡଗାଓଁର ଜଗତ ପ୍ରକାଶ ମଲ୍ଲ ମିଳିତ ଭାବରେ କାନ୍ତିପୁର ଉପରେ ଆକ୍ରମଣ କରିଥିଲେ । ଏହାଦ୍ଵାର ପୂର୍ବରୁ ଅବରୋଧିତ ହୋଇଥିବା ବାଣିଜ୍ୟ ମାର୍ଗ ପୁନଃ ଖୋଲା ହୋଇଯିବାରୁ ଏହା ଭଦଗାଓଁକୁ ସହାୟକ ହେଲା । ସେହି ବର୍ଷ କାନ୍ତିପୁର ଏବଂ ପାଟଣ ଏକ ଚୁକ୍ତିନାମା ସ୍ୱାକ୍ଷର କରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥିଲେ ।[]

୧୬୬୦ ମସିହାରେ, ଭଦଗାଓଁର ଜଗତ ପ୍ରକାଶ ମଲ୍ଲ କାନ୍ତିପୁର ଅଧୀନରେ ଥିବା ଚାଙ୍ଗୁ ନିକଟ ଏକ ଛୋଟ ସାମରିକ ଆଉଟପୋଷ୍ଟରେ ନିଆଁ ଲଗାଇ ଦେଇଥିଲେ । ଜଗତ ପ୍ରକାଶ ମଧ୍ୟ ଆଠ ଜଣଙ୍କ ମୁଣ୍ଡ କାଟି କିଛି ଲୋକଙ୍କୁ ମୁଣ୍ଡ ଜାମିନ ଭାବେ ବନ୍ଦୀ କରି ନେଇଥିଲେ । ଏହାର ଜବାବରେ ପାଟଣ ଏବଂ କାନ୍ତିପୁର ମିଳିତ ଭାବେ ଭଦଗାଓଁଙ୍କ ବିରୋଧରେ ଆକ୍ରମଣ ଆରମ୍ଭ କରି ତାହାକୁ ପରାସ୍ତ କରିଥିଲେ । ୧୬୬୨ ମସିହାରେ ଶ୍ରୀନିବାସ ମଲ୍ଲ କାନ୍ତିପୁର ଏବଂ ଭଦଗାଓଁ ମଧ୍ୟରେ ମଧ୍ୟସ୍ଥତା କରିବା ଦ୍ଵାରା ବିବାଦର ସମାଧାନ କରି ଶାନ୍ତି ଫେରାଇ ଆଣିଥିଲେ |[]

ଉତ୍ତରାଧୀକାରୀ

ସମ୍ପାଦନା

ଶ୍ରୀନିବାସ ମଲ୍ଲ ତାଙ୍କ ପୁତ୍ର ଯୋଗନରେନ୍ଦ୍ର ମଲ୍ଲଙ୍କୁ ପିଲାଟିଦିନରୁ ରାଜ୍ୟର ପ୍ରଶାସନିକ କାର୍ଯ୍ୟ ଚଳାଇବାର ତାଲିମ ଦେବା ଆରମ୍ଭ କରିଥିଲେ । ଶ୍ରୀନିବାସ ମଲ୍ଲଙ୍କ ମା ୧୬୭୯ ମସିହାରେ ମୃତ୍ୟୁ ବରଣ କରିଥିଲେ, ଏବଂ ଏହାର ଦୁଇ ବର୍ଷ ପରେ ତାଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଯୋଗନରେନ୍ଦ୍ର ପ୍ରଜା ଉତ୍ପୀଡନ କାର୍ଯ୍ୟକଳାପରେ ଜଡିତ ଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ପୁଅଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଉଥିଲା । ଏହି ସମସ୍ତ ଘଟଣା ତାଙ୍କୁ ପାଇଁ ବହୁତ କଷ୍ଟ ଦେଇଥିଲା ଏବଂ ୧୬୮୫ ମସିହାରେ ଶ୍ରୀନିବାସ ତାଙ୍କ ପୁଅ ପାଇଁ ସିଂହାସନ ଛାଡିଥିଲେ ।[]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଶ୍ରୀନିବାସ ମଲ୍ଲ, ତାଙ୍କ ପିତାଙ୍କ ପରି, ଜଣେ ଧାର୍ମିକ ଭକ୍ତି ସ୍ଵଭାବର ନୈଷ୍ଠିକ ରାଜା ଥିଲେ । ସେ ଜଣେ ହିନ୍ଦୁ ଥିଲେ କିନ୍ତୁ ବୌଦ୍ଧ ଧର୍ମ ପାଇଁ ସେ ଉଦାର ଭାବ ପୋଷଣ କରିଥିଲେ । ସେ ଅନେକ ମନ୍ଦିର ନିର୍ମାଣ କରିଥିଲେ, ଅନେକ ମନ୍ଦିରର ନବୀକରଣ କରିଥିଲେ ଏବଂ ଧାର୍ମିକ ସ୍ଥାନ ତଥା ଅନୁଷ୍ଠାନକୁ ଜମି ଅନୁଦାନ ଦେଇଥିଲେ । ସେ ସାହିତ୍ୟ ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ ଏବଂ ନାଟକ ରଚନା କରିଥିଲେ । ସେ ୧୬୮୭ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିଲେ ।[]

  1. ୧.୦ ୧.୧ ୧.୨ "Ancient and medieval Nepal" (PDF). www.himalaya. Retrieved 30 November 2024.
  2. "The history of ancient and medieval nepal" (PDF). www.himalaya. Retrieved 30 November 2024.
  3. ୩.୦ ୩.୧ "Regmi_05". studylib.net (in ଇଂରାଜୀ). Retrieved 2024-11-30.
  4. "History of Nepal" (PDF). ia601701.us. Retrieved 30 November 2024.
Preceded by
ସିଦ୍ଧି ନରସିଂହ ମଲ୍ଲ
King of Patan
1661–1685
Succeeded by
ଯୋଗ ନରେନ୍ଦ୍ର ମଲ୍ଲ