ଶ୍ରୀଦେବ

ଓଡ଼ିଆ କବି

ଶ୍ରୀଦେବ (ଜନ୍ମ: ୨୫ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ କବି, ପତ୍ରିକା ସମ୍ପାଦକ ଓ ଖବରକାଗଜ ସ୍ତମ୍ଭକାର । ସେ ବାଲେଶ୍ୱରରୁ ପ୍ରକାଶିତ ଚନ୍ଦ୍ରଭାଗା ପତ୍ରିକାର ସମ୍ପାଦକ ଅଟନ୍ତି ।

ଶ୍ରୀଦେବ
ଜନ୍ମ (1958-02-25) ୨୫ ଫେବୃଆରୀ ୧୯୫୮ (ବୟସ ୬୬)
ବୃତ୍ତି(ସମୂହ)କବି, ସମ୍ପାଦକ

୧୯୫୮ ମସିହାରେ ଶ୍ରୀଦେବ ବାଲେଶ୍ୱର ଜିଲ୍ଲାର ରସାଳପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆକାଶବାଣୀ କଟକର ଯୁବବାଣୀ କାର୍ଯକ୍ରମରେ ପ୍ରଥମେ ତାଙ୍କର ମୋ ନଷ୍ଟ ନାୟିକା ନାମକ ଏକ କବିତା ପରିବେଷଣ କରାଯାଇଥିଲା । କଲିକତାରୁ ପ୍ରକାଶିତ ଆସନ୍ତାକାଲି ତାଙ୍କର କବିତା ସୃଷ୍ଟି: ଶୃଙ୍ଗାର ପ୍ରଥମେ ପ୍ରକାଶ କରିଥିଲା । ଏହା ପରେ ତାଙ୍କ କବିତା ଓ ଲେଖା ଅନବରତ ଭାବରେ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇଛି ।

ରଚନାବଳୀ ସମ୍ପାଦନା

  • ତୋ ପାଇଁ
  • ଅଭାବଦାସର ଦେଶ
  • ସ୍ମିତାଦାସ ଓ ଆଉ କେତେ ଜଣ
  • ଭୂଇଁନଅଁଣ
  • ଖସିପଡୁଥିବା ଆକାଶ
  • ଭୋକ ଭଉଁରୀ
  • ଫାଶୀ ସ୍ୱପ୍ନ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ନେହେରୁ ଯୁବ ପୁରସ୍କାର
  • ଜାତୀୟସ୍ଥରର ବହୁଭାଷୀ ନାଟକ ପ୍ରତିଯୋଗିତା ପୁରସ୍କାର
  • ନାଟ୍ୟ ପୁରସ୍କାର, କଟକ
  • 'ଅଖିଳଚକ୍ର' କବିତା ସମ୍ମାନ
  • ନିହାରକନ୍ୟା କବିତା ପୁରସ୍କାର
  • ପଞ୍ଚାନନ ଦାଶ ସ୍ମୃତି ସମ୍ମାନ (ଫକୀରମୋହନ ସାହିତ୍ୟ ପରିଷଦଦ୍ୱାରା ପ୍ରଦତ୍ତ)
  • ଧ୍ୱନିପ୍ରତିଧ୍ୱନୀ କବିତା ପୁରସ୍କାର
  • ଜାତୀୟ କବି ବାଞ୍ଚାନିଧି କବିତା ପୁରସ୍କାର[୧]

ଆଧାର ସମ୍ପାଦନା

  1. "ଅଳ୍ପ ଆଳାପ". No. ସମ୍ବାଦ ୧୯ ଜୁଲାଇ ୨୦୨୦ ପୃଷ୍ଠା ୬. ସମ୍ବାଦ. Archived from the original on 19 July 2020. Retrieved 19 July 2020.