ଶ୍ରୀଜା ଅକୁଲା
ଶ୍ରୀଜା ଅକୁଲା (ଜନ୍ମ : ୩୧ ଜୁଲାଇ ୧୯୯୮), ଜଣେ ଭାରତୀୟ ଟେବୁଲ ଟେନିସ ଖେଳାଳି । ସେ ଦୁଇଥର ଜାତୀୟ ଚାମ୍ପିୟାନ ହୋଇସାରିଛନ୍ତି । ବର୍ତ୍ତମାନ ସେ ଭାରତର ଏକ ନମ୍ବର ମହିଳା ଏକକ ଖେଳାଳି ।[୧] ୨୦୨୨ ମସିହାରେ ସେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ ।
ଶ୍ରୀଜା ଅକୁଲା | |
---|---|
ଜନ୍ମ | ହାଇଦ୍ରାବାଦ, ଭାରତ | ୩୧ ଜୁଲାଇ ୧୯୯୮
ଜାତୀୟତା | ଭାରତୀୟ |
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଶରତ କମଳଙ୍କ ସହ ଯୁଗଳ ଖେଳାଳି ଭାବରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୪ ମସିହା ଜୁନ ମାସରେ ସେ ପ୍ରଥମ ଭାରତୀୟ ଖେଳାଳି ଭାବରେ ଡବ୍ଲୁଟିଟି କଣ୍ଟେଣ୍ଡର ଏକଳ ପ୍ରତିଯୋଗିତା ଜିତିଥିଲେ ।
ପ୍ରାରମ୍ବିକ ଜୀବନ ଓ ଶିକ୍ଷା
ସମ୍ପାଦନାଶ୍ରୀଜା, ହାଇଦ୍ରାବାଦର ଅଧିବାସୀ । ତାଙ୍କ ପିତା ପ୍ରବୀଣ କୁମାର ଓ ବଡ଼ ଭଉଣୀ ରାଭାଲୀ ଉଭୟ ଟେବୁଲ ଟେନିସ ଖେଳାଳି ଅଟନ୍ତି । ରାଭାଲୀ, ବିଶ୍ୱବିଦ୍ୟାଳୟ ସ୍ତରରେ ଟେବୁଲ ଟେନିସ ଖେଳିଛନ୍ତି ।[୨] ଶ୍ରୀଜା ୯ ବର୍ଷ ବୟସରେ ପ୍ରଥମେ ବସିରବାଗଠାରେ ଥିବା ପଲ୍ସ ଏକାଡେମୀରୁ ଟେବୁଲ ଟେନିସ ଖେଳ ଶିଖିଥିଲେ । ତାପରେ ସେ ନାରାୟଣଗୁଡ୍ଡାଠାରେ ଥିବା ୱାଇଏମସିଏଠାରେ ଖେଳୁଥିଲେ । ସେ ସୋମନାଥ ଘୋଷଙ୍କଠାରୁ ତାଙ୍କ କୁକଟ୍ଟପଲ୍ଲୀଠାରେ ଥିବା କେନ୍ଦ୍ରରେ ମଧ୍ୟ ଟେବୁଲ ଟେନିସ ପ୍ରଶିକ୍ଷଣ ନେଇଥିଲେ ।[୩] ସେ ନଗେନ୍ଦ୍ର ରେଡ଼ିଙ୍କଠାରୁ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ଶ୍ରୀଜା +୨ରେ ୯୮.୭ ପ୍ରତିଶତ ନମ୍ବର ରଖି ପାସ କରିଥିଲେ । ପରେ ସେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ ।
ଖେଳ ଜୀବନ
ସମ୍ପାଦନା୨୦୧୯ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଶ୍ରୀଜା ଉଭୟ ମହିଳା ଯୁଗଳ ଓ ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୪] ୨୦୨୨ ମସିହାରେ ଅନୁଷ୍ଠିତ ୮୩ତମ ଜାତୀୟ ସିନିୟର ଟେବୁଲ ଟେନିସ ଓ ଆନ୍ତଃରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତାରେ ମଧ୍ୟ ଶ୍ରୀଜା ଚାମ୍ପିୟନ ହୋଇଥିଲେ ।[୫] ୮୨ତମ ସିନିୟର ଜାତୀୟ ପ୍ରତିଯୋଗିତାରେ ସେ ମନିକା ବାତ୍ରାଙ୍କଠାରୁ ହାରି ରନର୍ସ ଅପ ହୋଇଥିଲେ । ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସେ ଶରତ କମଳଙ୍କ ସହ ମିଶି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୬]
୨୦୨୪ ମସିହା ଜାନୁଆରୀ ମାସରେ ଶ୍ରୀଜା ନିଜ ଜୀବନର ପ୍ରଥମ ଡବ୍ଲୁଟିଟି ଏକଳ ଟାଇଟେଲ ଜିତିଥିଲେ । ସେହି ବର୍ଷ ମାର୍ଚ୍ଚ ମାସରେ ସେ ସାରା ଡେ ନଟଲଙ୍କୁ ହରାଇ ନିଜର ଦ୍ୱିତୀୟ ଟାଇଟେଲ ଜିତିଥିଲେ ।[୭] ୨୦୨୪ ମସିହା ଜୁନ ମାସରେ ସେ ଚିନର ଡିଂ ଜିଜେଙ୍କୁ ହରାଇ ପ୍ରଥମ ଭାରତୀୟ ଖେଳାଳି ଭାବରେ ଡବ୍ଲୁଟିଟି କଣ୍ଟେଣ୍ଡର ଏକଳ ପ୍ରତିଯୋଗିତା ଜିତିଥିଲେ । ସେହି ପ୍ରତିଯୋଗିତାରେ ସେ ଅର୍ଚ୍ଚନା କାମଥଙ୍କ ସହ ଖେଳି ଯୁଗଳ ଟାଇଟେଲ ମଧ୍ୟ ଜିତିଥିଲେ ।[୮]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Subrahmanyam, V. V. (2024-01-02). "Sreeja shifts focus to Paris Olympics after ranking first in women's singles for the fourth consecutive year". Sportstar (in ଇଂରାଜୀ). Retrieved 2024-03-05.
- ↑ ୨.୦ ୨.୧ Tomar, Ajay (2024-02-18). "Telangana paddler Sreeja Akula has her eyes set on Paris Olympics after beating World No 2". The South First (in ଇଂରାଜୀ). Retrieved 2024-03-05.
- ↑ Subrahmanyam, V. V. (2024-01-02). "Sreeja shifts focus to Paris Olympics after ranking first in women's singles for the fourth consecutive year". Sportstar (in ଇଂରାଜୀ). Retrieved 2024-03-05.
- ↑ Today, Telangana (2022-04-25). "Akula Sreeja, the new queen of Indian table tennis". Telangana Today (in ଆମେରିକୀୟ ଇଂରାଜୀ). Retrieved 2022-07-29.
- ↑ "Senior TT Championships: Sharath Kamal wins 10th national title, Sreeja Akula her first". 25 April 2022.
- ↑ "Mental strength, variations and forearm conditioning on national TT champion Sreeja Akula's mind as she aims for Olympic qualification". The Indian Express (in ଇଂରାଜୀ). 2024-01-23. Retrieved 2024-03-05.
- ↑ Nag, Utathya (24 March 2024). "WTT Feeder Beirut II 2024: Sreeja Akula wins singles title". Olympics. Retrieved 24 June 2024.
- ↑ "Table Tennis: Sreeja Akula does the double: Wins singles and doubles WTT titles in Lagos". The Indian Express (in ଇଂରାଜୀ). 2024-06-23. Retrieved 2024-06-24.
- ↑ Today, Telangana (2022-11-16). "Arjuna Award a big motivation, says Hyderabad paddler Sreeja". Telangana Today (in ଇଂରାଜୀ). Retrieved 2024-03-06.
- ↑ "Birmingham CWG star Sreeja Akula excited to be honoured with Arjuna award". The Times of India. 2022-11-30. ISSN 0971-8257. Retrieved 2024-03-06.