ଶ୍ରବଣତା ମାପୀ ଯନ୍ତ୍ର

ଶ୍ରବଣତା ମାପୀ ଯନ୍ତ୍ର (ଇଂରାଜୀ:Audiometer) ଶ୍ରବଣଶକ୍ତିର ତୀକ୍ଷ୍ଣତା ମାପିବା ପାଇଁ ବ୍ୟବହୃତ ହୋଇଥାଏ । ଏହା ଇ.ଏନ.ଟି (ଆଖି-ନାକ-ଗଳା) ବିଭାଗ ଏବଂ ଶ୍ରବଣବିଜ୍ଞାନ କେନ୍ଦ୍ରମାନଙ୍କରେ ଥିବା ଏକ ପ୍ରମୁଖ ଉପକରଣ । ହାର୍ଡ଼ୱେର ଶ୍ରବଣତା ମାପୀ ଯନ୍ତ୍ର ବ୍ୟତୀତ ଏହାର ସଫ୍ଟୱେର ମଧ୍ୟ ରହିଛି ।[୧] ଏହି ଯନ୍ତ୍ର ଔଦ୍ୟୋଗିକ କୋଳାହଳ ମାପିବାରେ ମଧ୍ୟ ବ୍ୟବହୃତ ହୁଏ ।

୧୯୭୫ ମସିହାରେ ପ୍ରସ୍ତୁତ ସୁବାହ୍ୟ ଶ୍ରବଣତା ମାପୀ ଯନ୍ତ୍ର ଟେଟ୍ରା-ଟୋନ ମଡ଼େଲ ଇ.ବି-୪୬
୧୯୬୦ ମସିହାରେ ପ୍ରସ୍ତୁତ ସୁବାହ୍ୟ ଶ୍ରବଣତା ମାପୀ ଯନ୍ତ୍ର ମାଇକୋ

ବ୍ୟବହାର ସମ୍ପାଦନା

ଶ୍ରବଣତା ମାପୀ ଯନ୍ତ୍ର ବିଭିନ୍ନ ଆବୃତ୍ତି ଏବଂ ତୀବ୍ରତାବିଶିଷ୍ଟ ଧ୍ୱନିକୁ ହେଡ଼ଫୋନଦ୍ୱାରା ନିର୍ଦ୍ଧିଷ୍ଟ ବସ୍ତୁ ବା ବ୍ୟକ୍ତି ପାଖରେ ପହଞ୍ଚାଏ । ଏହାପରେ ସେହି ନିର୍ଦ୍ଧିଷ୍ଟ ବସ୍ତୁର ପ୍ରତିକ୍ରିୟାକୁ ରେକର୍ଡ଼ କରି ସର୍ବାଧିକ ଶ୍ରବଣୀୟ (ଇଂରାଜୀ:Threshold) ଆବୃତ୍ତିର ଅଡ଼ିଓଗ୍ରାମ୍‌ ନାମକ ଏକ ଗ୍ରାଫ୍ ପ୍ରସ୍ତୁତ କରିଥାଏ ।[୨]

ପ୍ରକାରଭେଦ ସମ୍ପାଦନା

ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ବ୍ୟବହୃତ ଶ୍ରବଣତା ମାପୀ ଯନ୍ତ୍ର ସାଧାରଣତଃ ଗୋଟିଏ କମ୍ପ୍ୟୁଟର ସହିତ ସଂଯୁକ୍ତ ହୋଇଥିବା ଏକ ହାର୍ଡୱେର ଯନ୍ତ୍ର । ମାତ୍ର କମ୍ପ୍ୟୁଟରରେ ସିଧାସଳଖ ଚାଲୁଥିବା ସଫ୍ଟୱେରର ସଠିକତା ବିଶ୍ୱାସ ଯୋଗ୍ୟ ନୁହେଁ ।
ଅଧିକସଂଖ୍ୟକ ଶ୍ରବଣତା ମାପୀ ଯନ୍ତ୍ର ଶୁଦ୍ଧ ଧ୍ୱନି ତଥା କିଛି ଶବ୍ଦ ସୃଷ୍ଟି କରିଥାନ୍ତି । ବେକେସି ନାମକ ଶ୍ରବଣତା ମାପୀ ଯନ୍ତ୍ରରେ ଉଭୟ ଉଚ୍ଚ ଏବଂ ନୀଚ୍ଚ ତୀବ୍ରତାର ଧ୍ୱନି ଉତ୍ପନ୍ନ ହୋଇପାରେ । ଧ୍ୱନି ଶୁଭୁଥିବା ସମୟରେ ଏକ ବଟନକୁ ଚିପିଧରି ଆବୃତ୍ତି ନିୟନ୍ତ୍ରଣ କରାଯାଉଥିବାବେଳେ ଧ୍ୱନି ନ ଶୁଭୁଥିବା ବେଳେ ଏହାକୁ ଛାଡିଦିଆଯାଏ । ଏଥିରୁ ନିର୍ଦ୍ଧାରିତ ଥ୍ରେସହୋଲଡ଼ ଆବୃତ୍ତି ଶୁଦ୍ଧ ଧ୍ୱନିବିଶିଷ୍ଟ ଶ୍ରବଣତା ମାପୀ ଯନ୍ତ୍ରଠାରୁ ଅପେକ୍ଷାକୃତ ଭାବେ କମ ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2018-08-03. Retrieved 2018-08-11. {{cite web}}: Cite has empty unknown parameter: |1= (help)
  2. http://www.iambiomed.com/equipments/audiometer.php

ବାହ୍ୟଆଧାର ସମ୍ପାଦନା