ଶୋଭା ଡେ
ଶୋଭା ଡେ (ଜନ୍ମ ନାମ : ଶୋଭା ରାଜାଧ୍ୟକ୍ଷ, ଜନ୍ମ : ୭ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଲେଖିକା, ସ୍ତମ୍ଭକାର ଏବଂ ଉପନ୍ୟାସକାର । [୧]
ଶୋଭା ଡେ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଶୋଭା ରାଜାଧ୍ୟକ୍ଷ ୭ ଜାନୁଆରୀ ୧୯୪୮ ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ବୃତ୍ତି | ଲେଖିକା, ସ୍ତମ୍ଭକାର ଏବଂ ଉପନ୍ୟାସକାର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜାବିୟର୍ସ କଲେଜ, ମୁମ୍ବାଇ |
ୱେବସାଇଟ | |
ବ୍ଲଗ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଶୋଭା ଡେ ଗୁରଗାଓଁ, ମୁମ୍ବାଇରେ ୭ ଜାନୁଆରୀ ୧୯୪୮ ମସିହାରେ ଏକ ଗୌଡ଼ ସାରସ୍ୱତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ।[୨]ତାଙ୍କ ପିଲା ଦିନର ନାମ ଶୋଭା ରାଜାଧ୍ୟକ୍ଷ । ସେ କୁଇନ ମେରୀ ସ୍କୁଲ, ମୁମ୍ବାଇରେ ସ୍କୁଲ ଶିକ୍ଷା ପୁରଣ କରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ମନୋବିଜ୍ଞାନରେ ସ୍ନାତକ କରିଥିଲେ ।[୩] ସେ କିଛି ବର୍ଷ ପର୍ଯ୍ୟନ୍ତ ଜୀନତ ଅମନଙ୍କ ସହ ମଡେଲିଂ କରିଥିଲେ ।[୪]
ବୃତ୍ତିଗତ ଜୀବନ
ସମ୍ପାଦନାଜଣେ ମଡେଲ ଭାବେ କିଛି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ୧୯୭୦ ମସିହାରେ ସେ ସାମ୍ବାଦିକତା କ୍ଷେତ୍ରରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ଷ୍ଟାରଡ଼ଷ୍ଟ, ସୋସାଇଟି ଓ ସେଲିବ୍ରେଟି ନାମକ ତିନୋଟି ପତ୍ରିକାର ସମ୍ପାଦନା କରୁଥିଲେ । ସେଟାଇମ୍ସ ଅଫ ଇଣ୍ଡିଆ ଏବଂ ଦି ଏସିଆନ ଏଜ ଏବଂ ଅନ୍ୟାନ୍ୟ ମୁଖ୍ୟ ଧାରାର ଚାରି ଖବରକାଗଜରେ ମଧ୍ୟ ସାପ୍ତାହିକ ସ୍ତମ୍ଭ ଲେଖନ୍ତି । ସେ ଧାରାବାହିକ ସ୍ୱାଭିମାନ ସହିତ ଆଉ କେତେକ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ଏବଂ ବିଜ୍ଞାପନ ଲେଖିଛନ୍ତି । [୫]
କୃତି
ସମ୍ପାଦନା- ଶୋଭା : ନେଭର ଏ ଡୁଲ ଡେ (୨୦୧୩)
- ଶିଥଜି (୨୦୧୨)
- ଶୋଭା ଆଟ ସିକ୍ସଟି (୨୦୧୦)
- ସନ୍ଧ୍ୟା'ସ ସିକ୍ରେଟ (୨୦୦୯)
- ସୁପରଷ୍ଟାର ଇଣ୍ଡିଆ
- ସ୍ନାପ ଶଟ
- ସ୍ପୋସ : ଦି ଟ୍ରୁଥ ଏବାଉଟ ମ୍ୟାରେଜ
- ସ୍ପୀଡ଼ ପୋଷ୍ଟ (ବୁକ) ସ୍ପୀଡ଼ ପୋଷ୍ଟ
ଆଧାର
ସମ୍ପାଦନା- ↑ "Shobhaa De, Penguin script new chapter". The Times of India. 9 अप्रैल 2010. Retrieved 5 अप्रैल 2014.
{{cite news}}
: Check date values in:|accessdate=
and|date=
(help) - ↑ "Biography". I love India.
- ↑ "Freebase Infograph".[permanent dead link]
- ↑ "iTimes DB".
- ↑ "Bio-Bibliographical Information Biographical references (ग्रन्थसूची सूचना जीवनी संदर्भ)". Archived from the original on 2009-10-27. Retrieved 2009-10-27.