ଗଙ୍ଗଶିଉଳୀ
ଗଙ୍ଗଶିଉଳୀ ବା ଶେଫାଳି ବା ସିିଙ୍ଗଡ଼ାହାରକୁ ଇଂରାଜୀରେ ‘କୁଇନ୍ ଅଫ ନାଇଟ୍’ ବା କୋରାଲ ଜାସ୍ନିମ୍ ବା ସରୋପୁଲ୍ ଟ୍ରି କହାଯାଏ ଏବଂ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍ଥେସ୍ ଆରବୋରଟ୍ରିସ୍ଟିସ୍ । [୧][୨][୩][୪] ନିକ୍ଟାନ୍ଥେସ୍’ର ଅର୍ଥ ରାତିର ଫୁଲ ଓ ଆର୍ବୋରଟ୍ରିସ୍ଟିସ୍’ର ଅର୍ଥ ‘ଦୁଃଖ ଗଛ’ । ଓଡ଼ିଆରେ ଶୃଙ୍ଗାରହାର ବା ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ । ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ୱାସ ଅନୁଯାୟୀ ସ୍ୱର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।
ଗଙ୍ଗଶିଉଳୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Lamiales |
କୁଳ: | Sapotaceae |
ପ୍ରଜାତି: | Nyctanthes |
ଜାତି: | N. arbor-tristis |
ବାଇନୋମିଆଲ ନାମ | |
Nyctanthes arbor-tristis |
କିମ୍ବଦନ୍ତୀ
ସମ୍ପାଦନା‘ବିଷ୍ଣୁ ପୁରାଣ’ ବର୍ଣ୍ଣିତ କିମ୍ବଦନ୍ତୀ ଅନୁଯାୟୀ ଜଣେ ଅପୂର୍ବ ସୁନ୍ଦରୀ ରାଜ-କନ୍ୟା ସୂର୍ଯ୍ୟଦେବଙ୍କୁ ପ୍ରେମ ନିବେଦନ କଲେ । ସୂର୍ଯ୍ୟଦେବ ଦିନେ ତାଙ୍କୁ ଆଦର ସହକାରେ କହିଲେ ‘ତୁମେ ପ୍ରାସାଦ ଛାଡ଼ି ମୋପାଖକୁ ଚାଲିଆସ ।’ ରାଜକନ୍ୟା ସୂର୍ଯ୍ୟଙ୍କ କଥା ମାନିଲେ । କିଛିଦିନ ପରେ ସୂର୍ଯ୍ୟଦେବ, ତାଙ୍କୁ ଛାଡ଼ିଦେଇ ନିଜଲୋକକୁ ଚାଲିଗଲେ । ରାଜକନ୍ୟା ଦୁଃଖରେ ମୃତ୍ୟୁବରଣ କଲେ । ତାଙ୍କୁ ଦାହକଲା ପରେ ତାଙ୍କ ଭସ୍ମରେ ଗୋଟିଏ ଗଛ ବଢ଼ିଲା । ତା’ଶାଖାପ୍ରଶାଖାରେ ସୁନ୍ଦର କମଳା ରଙ୍ଗର ଫୁଲ ଫୁଟିଲା । କିନ୍ତୁ ଏହି ଫୁଲ ସୂର୍ଯ୍ୟଙ୍କ ଉତ୍ତାପ ସହ୍ୟ କରିପାରେନାହିଁ । ସେଥି ପାଇଁ ସୂର୍ଯ୍ୟ ଆକାଶରୁ ଅପସରିଯିବା ପରେ ଏହି ଫୁଲ ଫୁଟେ ଓ ସକାଳୁ ସୂର୍ଯ୍ୟଙ୍କ କିରଣ ପଡ଼ିବା ପୂର୍ବରୁ ଝଡ଼ିଯାଏ ।[୫] ଅନ୍ୟଏକ ଜନଶ୍ରୁତି ଅନୁଯାୟୀ ଗଙ୍ଗଶିଉଳି ଫୁଲର ସମ୍ଭାର ନେଇ ସୂର୍ଯ୍ୟଙ୍କ ସହିତ ଅଭିସାର ରଚିବାକୁ ପ୍ରତିରାତିରେ ପ୍ରତୀକ୍ଷା କରେ, ପରିଶେଷରେ ଧୈର୍ଯ୍ୟଚ୍ୟୁତି ଘଟେ । ସୂର୍ଯ୍ୟୋଦୟ ପୂର୍ବରୁ ଫୁଲଗୁଡ଼ିକ ଝରିପଡ଼େ ଏବଂ ପ୍ରତିଦିନ ଏହାର ପୁନରାବୃତ୍ତି ଘଟେ ।
ଔଷଧୀୟ ଗୁଣ
ସମ୍ପାଦନା- ମୁଣ୍ଡବିନ୍ଧା - ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l
- ମ୍ୟାଲେରିଆ ଜ୍ୱର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l
- ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି,[୬] ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l
ଆଧାର
ସମ୍ପାଦନା- ↑ "Kew World Checklist of Selected Plant Families, Nyctanthes arbor-tristis". Archived from the original on 2022-07-11. Retrieved 2018-10-09.
- ↑ "Nyctanthes arbor-tristis", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA), retrieved 16 December 2017
{{citation}}
: Invalid|mode=CS1
(help) - ↑ Flora of Pakistan: Nyctanthes arbor-tristis
- ↑ AgroForestry Tree Database: Nyctanthes arbor-tristis Archived 2011-07-16 at the Wayback Machine.
- ↑ ପ୍ରଫେସର ଅରୁଣ ଚନ୍ଦ୍ର ସାହୁ, ସମ୍ବାଦ, ପୃଷ୍ଠା-୨, ୧୬.୨.୨୦୧୫
- ↑ "::: ENVIS :::". ecoheritage.cpreec.org. 2012. Archived from the original on 4 March 2012. Retrieved 8 September 2012.
The juice of the leaf when consumed with salt and honey eliminates intestinal worms
ଅଧିକ ତଥ୍ୟ
ସମ୍ପାଦନା- An update on Nyctanthes arbor-tristis Linn Archived 2012-09-04 at the Wayback Machine.