ଶିଳା ଦେବୀ (Hindi: शिला देवी ) ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁରରେ ଥିବା ଆମେର ଦୁର୍ଗରେ ଥିବା ପ୍ରସିଦ୍ଧ ମାଁ ଦୁର୍ଗ ମନ୍ଦିର । ମହାରାଜା ମାନ ସିଂହ ତାଙ୍କୁ ଜେସୋର ( ବର୍ତ୍ତମାନ ବାଂଲା ଦେଶରେ )ରୁ ଆଣି 1604 ମସିହାରେ ସ୍ଥାପନ କରିଥିଲେ ।[୧] ନବରାତ୍ର ସମୟରେ ଷଷ୍ଠ ଦିନରେ ମାଁ ଶିଳା ଦେବୀଙ୍କ ସ୍ୱତନ୍ତ୍ର ଆରାଧନା ହେଇଥାଏ । I ସେହି ସମୟରେ ମନ୍ଦିରକୁ ସ୍ଥାନୀୟ ଓ ବାହାରୁ ବହୁତ ଭକ୍ତ ଆସିଥାଆନ୍ତି । 

ଶିଳା ଦେବୀ ମନ୍ଦିରରେ ନବଦୁର୍ଗାଙ୍କ ମୂର୍ତି ସବୁ 

ଲୋକ କଥା ଅନୁସାରେ ଦୁର୍ଗାପୁରର ସୁସାଙ୍ଗ ରାଜପରିବାର ଯେଉଁ ପ୍ରସ୍ତର ଖଣ୍ଡରେ ଦଶଭୁଜାଙ୍କ ମୂର୍ତିର ନିର୍ମାଣ କରେଇ ଥିଲେ ସେହି ପ୍ରସ୍ତରର ଅଂଶରୁ ଏହି ମୂର୍ତି ମଧ୍ୟ କରାଯାଇଥିଲା । ସେହି ଦଶଭୁଜା ଦୁର୍ଗଙ୍କ ମୂର୍ତି ମଧ୍ୟ ସୁସାଙ୍ଗ ରାଜପରିବାରରୁ ଚୋରୀ ହେଇଯାଇଥିଲା । 

ଇତିହାସ  ସମ୍ପାଦନା

ଷୋଡଶ ଶତାବ୍ଦୀର ଅନ୍ତିମ ଭାଗରେ ମହାରାଜା ମାନସିଂହ ବଙ୍ଗ ରାଜ୍ୟର ରାଜା ପ୍ରତାପଦିତ୍ୟଙ୍କଠାରୁ ଏହି ମୂର୍ତି ଆଣିବା ସମୟରେ ମହାରାଜା ମାନସିଂହ ରାଜା କେଦାରଙ୍କଠାରୁ ଯୁଦ୍ଧରେ ପରାଜିତ ହେଇଥିବାରୁ ମାଁ କାଲୀଙ୍କୁ ଆରାଧନା କରି ତପସ୍ୟା କରିଥିଲେ ଓ ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । ତେଣୁ ସେ ଶିଳା ଆକାରରେ ଆଣି ତାକୁ ମୂର୍ତି ତିଆରି କରି ମନ୍ଦିରରେ ସ୍ଥାପନ କରିଥିଲେ । ତେଣୁ ଦେବୀଙ୍କ ନାମ ଶିଳା ଦେବୀ ରଖା ଯାଇଥିଲା ।   

References ସମ୍ପାଦନା

  1. Trudy Ring, Noelle Watson, Paul Schellinger (2012).