ଶିରାନୀ ବନ୍ଦରନାଇକେଙ୍କ ବିରୁଦ୍ଧରେ ମହାଭିଯୋଗ
ଶ୍ରୀଲଙ୍କାର ୪୩ ତମ ପ୍ରଧାନ ବିଚାରପତି ଶିରାନୀ ବନ୍ଦରନାଇକେ ସଂସଦଦ୍ୱାରା ମହାଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ପରେ ଜାନୁୟାରୀ ୨୦୧୩ରେ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ସେଙ୍କଦ୍ୱାରା ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।[୧]ଆର୍ଥିକ ଅନିୟମିତତା ଏବଂ ଆଇନଗତ ମାମଲାରେ ବେଆଇନ ହସ୍ତକ୍ଷେପ ସମେତ ବନ୍ଦରନାଇକେଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଥିଲା, ଯାହାକୁ ସେ ଅସ୍ୱୀକାର କରିଛନ୍ତି । ଏହି ମହାଭିଯୋଗ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ସରକାରଙ୍କ ବିରୁଦ୍ଧରେ ଏକ ରାୟ ଶୁଣାଇଛନ୍ତି, ଯେଉଁଥିରେ ରାଷ୍ଟ୍ରପତି ରାଜପକ୍ସାଙ୍କ ଭାଇ ମନ୍ତ୍ରୀ ବେସିଲ ରାଜପକ୍ସାଙ୍କଦ୍ୱାରା ପ୍ରସ୍ତାବିତ ଏକ ବିଲ୍ ମଧ୍ୟ ରହିଛି । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୋହନ ପେରିସଙ୍କଦ୍ୱାରା ବନ୍ଦରନାଇକେଙ୍କୁ ମୁଖ୍ୟ ବିଚାରପତି ଭାବରେ ବଦଳି କରାଯାଇଥିଲା । ପେରିସ୍ ରାଷ୍ଟ୍ରପତି ରାଜପାକ୍ସେଙ୍କ ସହଯୋଗୀ ଭାବରେ ବିବେଚନା କରାଯାଏ ଏବଂ ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ତଥା ତାଙ୍କ ପରିବାରଦ୍ୱାରା କ୍ଷମତାର ଏକୀକରଣ ଭାବରେ ସମାଲୋଚକମାନେ ଦେଖନ୍ତି । ବନ୍ଦରନାଇକେ ମହାଭିଯୋଗରେ ଆସିଥିବା ସବୁ ଅଭିଯୋଗକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ ଏବଂ ଆଇନଜୀବୀ ଗୋଷ୍ଠୀ ନୂତନ ପ୍ରଧାନ ବିଚାରପତିଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । ବନ୍ଦରନାଇକେଙ୍କ ବିବାଦୀୟ ମହାଭିଯୋଗ ଶ୍ରୀଲଙ୍କା ଭିତର ତଥା ବାହାରେ ବହୁ ସମାଲୋଚନା ଓ ବିବାଦର ସମ୍ମୁଖୀନ ହୋଇଥିଲା । ୨୮ ଜାନୁୟାରୀ ୨୦୧୫ରେ ସେ ପୁନଃ ଅବସ୍ଥାପିତ ହୋଇଥିଲେ ଏବଂ ପରଦିନ ଅର୍ଥାତ ୨୯ ଜାନୁଆରୀରେ ଅବସର ନେଇଥିଲେ ।
ପୃଷ୍ଠଭୂମି
ସମ୍ପାଦନାରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗାଙ୍କଦ୍ୱାରା ୩୦ ଅକ୍ଟୋବର ୧୯୯୬ରେ ବନ୍ଦରନାଇକେ ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଥିଲେ । ୨୦୧୧ରେ ରାଷ୍ଟ୍ରପତି ମହିନ୍ଦ୍ରା ରାଜାପାକ୍ସେ ବନ୍ଦରନାଇକେଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଥିଲେ । ସେ ୧୮ ମଇ ୨୦୧୧ରେ ରାଷ୍ଟ୍ରପତି ରାଜପାକ୍ସେଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ । ତେବେ ବିଭିନ୍ନ ସମୟରେ ସରକାରଙ୍କ କିଛି ବେନିୟମ ପଦକ୍ଷେପକୁ ଆଇନଗତ ବାଧା ସୃଷ୍ଟି କରି ସେ ସରକାରଙ୍କ ଚକ୍ଷୁ ଶୂଳ ହୋଇଥିଲେ ।
ସହର ଏବଂ ଦେଶ ଯୋଜନା (ସଂଶୋଧନ) ବିଲ୍
ସମ୍ପାଦନାସହର ଏବଂ ଦେଶ ଯୋଜନା (ସଂଶୋଧନ) ବିଲ୍ ଶ୍ରୀଲଙ୍କା ଗେଜେଟରେ ୧୭ ଅକ୍ଟୋବର ୨୦୧୧ରେ ପ୍ରକାଶିତ ହୋଇଥିଲା । ଏହି ବିଲ୍ ସରକାରଙ୍କୁ ପୌରସଂସ୍ଥା, ସହରୀ ବିକାଶ କିମ୍ବା ସଡକ ବିକାଶ କ୍ଷେତ୍ରରେ ଯେ କୌଣସି ଜମିକୁ "ସଂରକ୍ଷିତ", "ସଂରକ୍ଷଣ", "ସ୍ଥାପତ୍ୟ", "ଐତିହାସିକ" କିମ୍ବା "ପବିତ୍ର" ଅଞ୍ଚଳ ଭାବରେ ଘୋଷଣା କରିବାକୁ ଏବଂ ସେହି ଜମି ସରକାରଙ୍କଦ୍ୱାରା ଅଧିଗ୍ରହଣ କରିବାକୁ ଅନୁମତି ଦେଲା । ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ଅଧିକାଂଶ ଜମି ସମସ୍ୟା ଦେଖରେଖ କରିବା କେବଳ ପ୍ରାଦେଶିକ ପରିଷଦକୁ ଦିଆଯାଇଛି । ଶ୍ରୀଲଙ୍କା ସରକାର ସଂସଦରେ ୮ ନଭେମ୍ବର ୨୦୧୧ରେ ଏହି ବିଲ୍ ଆଗତ କରିଥିଲେ । ସୁପ୍ରିମକୋର୍ଟରେ 'ସେଣ୍ଟର ଫର ପଲିସି ବିକଳ୍ପସମୂହ' (ସିପିଏ) ଏବଂ ପାଇକାଇସୋଥୀ ସାରଭାନାମତ୍ତୁ ଏହି ବିଲ୍ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲେ । ୨୧ ନଭେମ୍ବର ୨୦୧୧ରେ ଏହି ଆବେଦନ ଶୁଣାଣି ଅଦାଲତଙ୍କଦ୍ୱାରା (ବନ୍ଦରନାଇକେ, ଚନ୍ଦ୍ର ଏକାନାୟାକେ ଏବଂ କେ ଶ୍ରୀପାଭାନ୍) ହୋଇଥିଲା । ଅଦାଲତର ନିର୍ଣ୍ଣୟ (ଏସସି ସ୍ୱତନ୍ତ୍ର ନିର୍ଣ୍ଣୟ ନମ୍ବର 03/2011) ରାଷ୍ଟ୍ରପତି ରାଜାପାକାଙ୍କ ଅନ୍ୟ ଭାଇ ସ୍ପିକର ଚାମଲ ରାଜପକ୍ସାଙ୍କୁ ୨ ଡିସେମ୍ବର ୨୦୧୧ରେ ଜଣାଇଦିଆଯାଇଥିଲା ଏବଂ ୩ ଡିସେମ୍ବର ୨୦୧୧ରେ ବାଚସ୍ପତି ସଂସଦରେ ଅଦାଲତଙ୍କ ଏହି ନିର୍ଣ୍ଣୟ ଘୋଷଣା କରିଥିଲେ । ନିର୍ଣ୍ନୟ ଏହିପରି ଥିଲା ଯେ ଯେହେତୁ ଜମି ସମସ୍ୟା ପ୍ରାଦେଶିକ ପରିଷଦ ତାଲିକାରେ ସ୍ଥାନିତ ହୋଇଛି ତେଣୁ ଏହି ବିଲ ପ୍ରତ୍ୟେକ ପ୍ରାଦେଶିକ ପରିଷଦକୁ ପଠାଯାଇ ନଥିଲେ ଆଇନ ହୋଇପାରିବ ନାହିଁ । ଫଳରେ ସରକାର ଏହି ବିଲକୁ ସଂସଦରୁ ପ୍ରତ୍ୟାହାର କରି ନଅଟି ପ୍ରାଦେଶିକ ପରିଷଦକୁ ପଠାଇବାକୁ ବାଧ୍ୟ ହେଲେ । ତେଣେ ପ୍ରାଦେଶିକ ପରିଷଦ ଏହି ବିଲ୍କୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏହାର ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ । ଏହି ବିଲ୍କୁ ଶ୍ରୀଲଙ୍କା ମୁସଲିମ୍ କଂଗ୍ରେସ ଏବଂ ତାମିଲ ମକ୍କଲ ବିଦୁଥଲାଇ ପୁଲିକଲ, ୟୁନାଇଟେଡ୍ ପିପୁଲ୍ସ ଫ୍ରିଡମ୍ ଆଲାଇନ୍ସ (ୟୁପିଏଫ୍ଏ), ରାଷ୍ଟ୍ରପତି ରାଜପାକସାଙ୍କ ଦଳ ତଥା ବିରୋଧୀ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ମଧ୍ୟ ବିରୋଧ କରିଥିଲେ । ଏତେ ସବୁ ବିରୋଧର ସମ୍ମୁଖୀନ ହୋଇ ସରକାର ଏପ୍ରିଲ ୨୦୧୨ରେ ଏହି ବିଲ୍ ପ୍ରତ୍ୟାହାର କରିଥିଲେ ।[୨]
ଡିଭି ନେଗୁମା ବିଲ୍
ସମ୍ପାଦନାଡିଭି ନେଗୁମା ବିଲ୍ ୨୭ ଜୁଲାଇ ୨୦୧୨ରେ ଶ୍ରୀଲଙ୍କା ଗେଜେଟରେ ପ୍ରକାଶିତ ହୋଇଥିଲା । ଏହି ବିଲ୍ ଶ୍ରୀଲଙ୍କାର ସମୃଦ୍ଧି ପ୍ରାଧିକରଣ, ଶ୍ରୀଲଙ୍କାର ଦକ୍ଷିଣ ବିକାଶ ପ୍ରାଧିକରଣ ଏବଂ ଉଦାରତା ବିକାଶ ପ୍ରାଧିକରଣକୁ ଉଚ୍ଛେଦ ପୂର୍ବକ ନୂତନ ଡିଭି ନେଗୁମା ବିକାଶ ବିଭାଗ ମାଧ୍ୟମରେ ବହୁ ଗୋଷ୍ଠୀ ଅନୁଷ୍ଠାନ, ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍ ସୋସାଇଟି ଗଠନ କରିଥିଲା । ଉକ୍ତ ବିଲ୍ ଅନୁଯାୟୀ ଡିଭି ନେଗୁମା ବିକାଶ ବିଭାଗ ରାଷ୍ଟ୍ରପତି ରାଜପାକସାଙ୍କ ଭାଇ ବେସିଲ ରାଜପାକସାଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟଦ୍ୱାରା ନିୟନ୍ତ୍ରିତ ହେବ ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପାଦନ କରିବ । ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ଅଧିକାଂଶ ବିକାଶମୂଳକ କାର୍ଯ୍ୟ ପ୍ରାଦେଶିକ ପରିଷଦକୁ ଦିଆଯାଇଛି । ୧୦ ଅଗଷ୍ଟ ୨୦୧୨ରେ ଶ୍ରୀଲଙ୍କା ସରକାର ସଂସଦରେ ଏହି ବିଲ୍ ଆଗତ କରିଥିଲେ । ସୁପ୍ରିମକୋର୍ଟରେ ଚାରିଜଣ ଆବେଦନକାରୀ ତିନିଟି ପିଟିସନଦ୍ୱାରା ଏହି ବିଲ୍ର ସାମ୍ବିଧାନିକତାକୁ ଚୁନୋତି ଦେଇଥିଲେ । ୨୭ ଏବଂ ୨୮ ଅଗଷ୍ଟ ୨୦୧୨ରେ ଆବେଦନଗୁଡ଼ିକର ଶୁଣାଣି ପାଇଁ କୋର୍ଟ (ବୃନ୍ଦାରାୟାକେ, ପ୍ରିୟସଥ ଡିପ ଏବଂ ଇଭା ୱାନାସୁଣ୍ଡେରା)ଦ୍ୱାରା ହୋଇଥିଲା ଏବଂ ବାଚସ୍ପତି ଚାମଲ ରାଜପକ୍ସା ୧୮ ସେପ୍ଟେମ୍ବର ୨୦୧୨ରେ ସଂସଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ (ଏସସି ସ୍ୱତନ୍ତ୍ର ନିର୍ଣ୍ଣୟ ନମ୍ବର 01/2012, 02/2012 ଏବଂ 03/2012) ଘୋଷଣା କଲେ । ଏହି ନିର୍ଣ୍ଣୟ ଅନୁସାରେ ପ୍ରାଦେଶିକ ପରିଷଦ ତାଲିକାରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡିକ ଉପରେ ଏହି ବିଲ୍ ଥିବା ସତ୍ତ୍ୱେ ଯେହେତୁ ଏହା ପ୍ରତ୍ୟେକ ପ୍ରାଦେଶିକ ପରିଷଦକୁ ସୂଚିତ ହୋଇ ନ ଥିଲା ତେଣୁ ତାହା ଆଇନରେ ପରିଣତ ହୋଇପାରିବ ନାହିଁ । ନଅଟି ପ୍ରାଦେଶିକ ପରିଷଦ ମଧ୍ୟରୁ ମାତ୍ର ଆଠଟି ପରିଷଦ ୨୫ ସେପ୍ଟେମ୍ବର ୨୦୧୨ରୁ ୩ ଅକ୍ଟୋବର ୨୦୧୨ ମଧ୍ୟରେ ଡିଭି ନେଗୁମା ବିଲ୍ ଅନୁମୋଦନ କରିଥିଲେ । ନବମ ପ୍ରାଦେଶିକ ପରିଷଦ ୨୦୦୭ରେ ପ୍ରତିଷ୍ଠିତ ହେବା ପରଠାରୁ ଏକ ନିର୍ବାଚିତ ସଂସ୍ଥା ଭାବରେ କାର୍ଯ୍ୟ କରୁନଥିଲା । ଅତଏବ ଏହି ବିଲକୁ ସେହି ପ୍ରଦେଶର ରାଜ୍ୟପାଳ ଜି ଏ ଚନ୍ଦ୍ରଶ୍ରୀଙ୍କଦ୍ୱାରା ଅନୁମୋଦନ କରାଯାଇଥିଲା ଯାହା ରାଷ୍ଟ୍ରପତି ରାଜପାକସାଙ୍କଦ୍ୱାରା ନିଯୁକ୍ତ ହୋଇଥିଲା ।
ଏହା ପରେ ବିଲ୍ ସଂସଦକୁ ଫେରିଥିଲା ଏବଂ ବିଲ୍ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏଗାରଟି ଆବେଦନ କରାଯାଇଥିଲା । ଅଦାଲତ (ବନ୍ଦ୍ରନାଇକେ, ଏନ। ଜି ଅମରତୁଙ୍ଗା ଏବଂ କେ ଶ୍ରୀପାଭାନ୍) ୧୮, ୨୨, ଏବଂ ୨୩ ଅକ୍ଟୋବର ୨୦୧୨ରେ ଏହି ପିଟିସନର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ୩୧ ଅକ୍ଟୋବର ୨୦୧୨ରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା । ବାଚସ୍ପତି ଚମଲ ରାଜପକ୍ସା ୬ ନଭେମ୍ବର ୨୦୧୨ରେ ସଂସଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ । ନିର୍ଣ୍ଣୟ ଅନୁସାରେ ପ୍ରାଦେଶିକ ପରିଷଦଙ୍କ କାର୍ଯ୍ୟ ନ କରିବା ସ୍ଥଲେ ଏହାକୁ ରେଫେରେଣ୍ଡମଦ୍ୱାରା ଅନୁମୋଦନ କରାଯିବା ଆବଶ୍ୟକ; ଏବଂ ସଂସଦର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା (ଦୁଇ-ତୃତୀୟାଂଶ)ଦ୍ୱାରା ପାରିତ ହେବା ଆବଶ୍ୟକ ଥିଲା । ଉକ୍ତ ରାଜ୍ୟପାଳଙ୍କ ପାଖରେ ଏହି ବିଲ୍କୁ ସମର୍ଥନ କରିବାର କ୍ଷମତା ନାହିଁ ।
ଫଳରେ ସରକାର ଏହି ବିଲ୍ରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ।
ମହାଭିଯୋଗ
ସମ୍ପାଦନା୧୧୭ ଜଣ UPFA ସାଂସଦଙ୍କଦ୍ୱାରା ଏହି ମହାଭିଯୋଗ ନଭେମ୍ବର ୨୦୧୨ରେ ତତକାଳୀନ ବାଚସ୍ପତି ଚମଲ ରାଜପାକ୍ସେଙ୍କୁ ହସ୍ତାନ୍ତର କରାଯାଇଥିଲା ।[୩] ବାଚସ୍ପତି ଚମଲ ରାଜପାକ୍ସେ ୬ ନଭେମ୍ବର ୨୦୧୨ରେ ବନ୍ଦରନାଇକେଙ୍କ ବିରୋଧରେ ୧୪ଟି ଅଭିଯୋଗ ପ୍ରକାଶ କରିଥିଲେ ଯେଉଁଥିରେ ଆର୍ଥିକ ଅନିୟମିତତା, କ୍ଷମତାର ଅପବ୍ୟବହାର ଏବଂ ସମ୍ବିଧାନକୁ ଅବମାନନା କରାଯିବା ଭଳି ଅଭିଯୋଗ ରହିଥିଲା । ତେବେ ବନ୍ଦରନାଇକେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଥିଲେ ।
ମହାଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀ ରଜିତା ସେନାରତ୍ନେ, ଶ୍ରୀ ଅନୁରା ପ୍ରିୟଦର୍ଶନା ୟାପା, ଶ୍ରୀ ସୁସିଲ ପ୍ରେମଜୟନ୍ତେ ଏବଂ ଚାରିଜଣ ବିରୋଧୀ ସାଂସଦଙ୍କୁ ନେଇ ମୋଟ ଏକାଦଶ ସଦସ୍ୟ ବିଶିଷ୍ଟ 'ସଂସଦୀୟ ଚୟନ କମିଟି' (ପିଏସସି) ନିଯୁକ୍ତ କରାଯାଇଥିଲା । ୨୩ ନଭେମ୍ବର ୨୦୧୨, ୪ ଡିସେମ୍ବର ୨୦୧୨ ଏବଂ ୬ ଡିସେମ୍ବର ୨୦୧୨ରେ ଯେତେବେଳେ ମହାଭିଯୋଗର ଶୁଣାଣି ଅନୁଷ୍ଠିତ ହୋଇଥିଲା,ଯେତେବେଳେ ବନ୍ଦରନାଇକେ କକ୍ଷତ୍ୟାଗ କରିଥିଲେ । ବିରୋଧୀ ସାଂସଦମାନେ ୭ ଡିସେମ୍ବର ୨୦୧୨ରେ 'ସଂସଦୀୟ ଚୟନ କମିଟି'ରୁ ଓହରି ଯାଇଥିଲେ । 'ସଂସଦୀୟ ଚୟନ କମିଟି'ର ରିପୋର୍ଟ ୮ ଡିସେମ୍ବର ୨୦୧୨ରେ ସଂସଦରେ ଉପସ୍ଥାପିତ ହୋଇଥିଲା । 'ସଂସଦୀୟ ଚୟନ କମିଟି' ଜାଣିବାକୁ ପାଇଲା ଯେ ବନ୍ଦରନାଇକେଙ୍କ ବିରୋଧରେ ପାଞ୍ଚଟି ଅଭିଯୋଗ ମଧ୍ୟରୁ ତିନୋଟି ପ୍ରମାଣିତ ହୋଇଛି । ଚୟନ କମିଟି ମତରେ ତାଙ୍କୁ ପଦରୁ ହଟାଇବା ପାଇଁ ଏହା ଯଥେଷ୍ଟ ଥିଲା । ରାଷ୍ଟ୍ରପତି ମହିନ୍ଦା ରାଜପକ୍ସେ ସଂସଦଦ୍ୱାରା ପାରିତ ହୋଇଥିବା ମହାଭିଯୋଗ ଅନୁମୋଦନ କରିବା ପରେ ୧୩ ଜାନୁୟାରୀ ୨୦୧୩ରେ ବନ୍ଦରନାଇକେଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।[୪] ବନ୍ଦରନାଇକେ 'ସଂସଦୀୟ ଚୟନ କମିଟି'ର ଏହି ରେପୋର୍ଟ ବିରୋଧରେ ଆବେଦନ କରିଥିଲେ ଏବଂ ୭ ଜାନୁୟାରୀ ୨୦୧୩ରେ ଏହି ଆବେଦନକୁ ବିଚାରପୂର୍ବକ ଅଦାଲତ 'ସଂସଦୀୟ ଚୟନ କମିଟି'ର ଅନୁସନ୍ଧାନକୁ ରଦ୍ଦ କରିଥିଲେ । ଏହାପରେ ସେ ୨୯ ଜାନୁୟାରୀ ୨୦୧୫ରେ ଶ୍ରୀଲଙ୍କାରେ ପୁନଃନିଯୁକ୍ତିର ଗୋଟିଏ ଦିନ ପରେ ସେ ଏହି ପଦରୁ ଅବସର ନେଇଥିଲେ ।
ପରବର୍ତ୍ତୀ ଘଟଣାକ୍ରମ
ସମ୍ପାଦନାମହାଭିଯୋଗ ସଂସଦରେ ପାରିତ ହେବା ପରେ ବନ୍ଦରନାଇକେ ସୂଚନା ଦେଲେ ଯେ ସୁପ୍ରିମକୋର୍ଟ ପିସିସିକୁ ଅସାମ୍ବିଧାନିକ ଘୋଷଣା କରିଥିବା ହେତୁ ସେ ପଦବୀରୁ ହଟିବେ ନାହିଁ । ଓକିଲ ଗୋଷ୍ଠୀ ମଧ୍ୟ ଏହାର ବିରୋଧ ପୁର୍ବକ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ କୌଣସି ନୂତନ ପ୍ରଧାନ ବିଚାରପତିଙ୍କ ସହ ନ ବସିବାକୁ ଅନୁରୋଧ କରିଥିଲେ । ତେବେ ୧୫ ଜାନୁୟାରୀ ୨୦୧୩ରେ ବନ୍ଦରନାଇକେ ତାଙ୍କ ସରକାରୀ ବାସଭବନ ଖାଲି କରି ଏକ ବିବୃତ୍ତି ଜାରି କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ ତଥାପି ବୈଧ ପ୍ରଧାନ ବିଚାରପତି ଅଟନ୍ତି ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଥ୍ୟା କଥା । ସେ ଏକଥା ମଧ୍ୟ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ତାଙ୍କ ପରିବାରର ସୁରକ୍ଷା ପାଇଁ ଭୟ କରୁଛନ୍ତି ।[୫]
ରାଷ୍ଟ୍ରପତି ରାଜପାକ୍ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୋହନ ପେଇରିସଙ୍କୁ ବନ୍ଦରନାଇକେଙ୍କ ସ୍ଥାନରେ ମନୋନୀତ କରିଥିଲେ । ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି ତାଙ୍କ ସୁପାରିସକପତ୍ରକୁ "ପର୍ଯ୍ୟବେକ୍ଷଣ" ପାଇଁ ସଂସଦୀୟ ପରିଷଦକୁ ପଠାଇବାକୁ ପଡିବ ତେବେ ରାଷ୍ଟ୍ରପତି ହିଁ ଏହି ନିଯୁକ୍ତିକୁ ପ୍ରଦାନ କରିବେ । ଏହି ପାଞ୍ଚ ସଦସ୍ୟ ବିଶିଷ୍ଟ ସଂସଦ ପରିଷଦରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା, ପ୍ରଧାନମନ୍ତ୍ରୀଙ୍କ ମନୋନୀତ ପ୍ରାର୍ଥୀ ତଥା ବିରୋଧୀଦଳର ନେତାଙ୍କ ମନୋନୀତ ପ୍ରାର୍ଥୀଙ୍କ ନାମ ରହିଛି । ଏହି ନିଯୁକ୍ତି ସମ୍ପର୍କରେ ଆଲୋଚନା ପାଇଁ ୧୫ ଜାନୁୟାରୀ ୨୦୧୩ରେ ସଂସଦୀୟ ପରିଷଦର ବୈଠକ ବସିଥିଲା । କିନ୍ତୁ ବିରୋଧୀ ଦଳର ନେତା ରାନିଲ ୱିକ୍ରେମାସିଂହେ ଏବଂ ତାଙ୍କ ପ୍ରାର୍ଥୀ ଡି. ଏମ. ସ୍ୱାମୀନାଥନ ପରିଷଦକୁ ବିରୋଧ କରୁଥିବାରୁ ସେମାନେ ଯୋଗ ଦେଇନଥିଲେ । ପେଇରିସଙ୍କ ନିଯୁକ୍ତି ପାଇଁ ସଂସଦୀୟ ପରିଷଦ ୧୫ ଜାନୁୟାରୀ ୨୦୧୩ରେ ଏହି ସୁପରିଶକୁ ଅନୁମୋଦନ ଦେଇଥିଲା । ୧୫ ଜାନୁଆରୀ ୨୦୧୩ରେ ରାତି ୧୨.୩୦ରେ ପେଇରିସ୍ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ପେଇରିସ୍ ରାଷ୍ଟ୍ରପତି ରାଜପାକ୍ସେ ଏବଂ ତାଙ୍କ ସରକାରଙ୍କ ଜଣେ ଆଇନ ପରାମର୍ଶଦାତା ଥିଲେ ଏବଂ ମାନବ ଅଧିକାରର ଉଲ୍ଲଂଘନ ତଥା ନିଖୋଜ ହୋଇଯାଇଥିବା ଅଭିଯୋଗରୁ ରାଜପାକ୍ସେ ସରକାରଙ୍କୁ ରକ୍ଷା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କେବେ ବି ବିଚାରପତି ଭାବେ କାର୍ଯ୍ୟ କରିନାହାଁନ୍ତି ଏବଂ ତାଙ୍କୁ ସର୍ବଦା ରାଷ୍ଟ୍ରପତିଙ୍କ ସହଯୋଗୀ ଭାବରେ ଦେଖାଯାଉଥିଲା ।
ମହାଭିଯୋଗ ପରେ ବନ୍ଦରନାଇକେଙ୍କୁ ସମର୍ଥନ କରିଥିବା ତିନିଜଣ ବରିଷ୍ଠ ଆଇନଜୀବୀଙ୍କୁ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା ।
ଆନୁଷ୍ଠାନିକ ଭାବେ ୨୩ ଜାନୁଆରୀ ୨୦୧୩ରେ ସୁପ୍ରିମକୋର୍ଟରେ ଏକ ସମାରୋହରେ ପେଇରିସଙ୍କୁ ମୁଖ୍ୟ ବିଚାରପତି ଭାବେ ମାନ୍ୟତା ମିଳିଥିଲା । ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ବ୍ୟତୀତ ଅନ୍ୟ ସବୁ ଗଣମାଧ୍ୟମକୁ ଏହି ବୈଠକକୁ ବାରଣ କରାଯାଇଥିଲା । ଦେଶର ସର୍ବ ବୃହତ ଆଇନଜୀବୀ ସଙ୍ଗଠନ ଶ୍ରୀଲଙ୍କାର ବାର୍ ଆସୋସିଏସନ୍ (BASL) ଏହି ବୈଠକକୁ ପ୍ରତ୍ୟାଖାନ କରିଥିଲେ । ତେବେ ଏହି ସମାରୋହରେ ସୁପ୍ରିମକୋର୍ଟର ସହଯୋଗୀ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ ।
ଅନ୍ତର୍ଜାତୀୟ ବାର୍ ଆସୋସିଏସନର ମାନବ ଅଧିକାର ପ୍ରତିଷ୍ଠାନ (IBAHRI) ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜେ. ଏସ୍. ବର୍ମାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ରତିନିଧୀ ଦଳ ଗଠନ କରି ଏହି ମହାଭିଯୋଗର ତଥ୍ୟ ଅନୁସନ୍ଧାନ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । ପ୍ରତିନିଧୀ ଦଳର ଅନ୍ୟ ସଦସ୍ୟମାନେ ହେଲେ ବରୁଣେଶ ପ୍ରଶର, ସଚିନ କିନାନ ଏବଂ ସଦାକତ କାଦ୍ରି । ଶ୍ରୀଲଙ୍କା ସରକାର ୨୯/୩୦ ଜାନୁଆରୀ ୨୦୧୩ରେ ଏହି ପ୍ରତିନିଧି ଦଳର ସଦସ୍ୟମାନଙ୍କର ଭିସା ପ୍ରତ୍ୟାହାର କରିଦେବା ପରେ ଏହି ମିଶନକୁ ବାତିଲ କରିବାକୁ ପଡିଥିଲା ।[୬]
ଆଧାର
ସମ୍ପାଦନା- ↑ "Daily Mirror - Sri Lanka Latest Breaking News and Headlines". www.dailymirror.lk. Retrieved 27 November 2020.
- ↑ "The Impeachment As A Primer On The Rajapaksa Way". Colombo Telegraph. 24 January 2013. Retrieved 27 November 2020.
- ↑ "Shirani Bandaranayake: Sri Lanka MPs' impeachment bid". BBC News. 2 November 2012. Retrieved 26 November 2020.
- ↑ Radhakrishnan, R. k (13 January 2013). "Rajapaksa dismisses Chief Justice". The Hindu (in Indian English). Retrieved 26 November 2020.
- ↑ "Sri Lankan law chief says family in danger after sacking". The Sydney Morning Herald (in ଇଂରାଜୀ). 16 January 2013. Retrieved 28 November 2020.
- ↑ "IBA - Forced postponement of IBAHRI high-level delegation visit to Sri Lanka". www.ibanet.org (in ବ୍ରିଟିଶ୍ ଇଂରାଜୀ). Retrieved 28 November 2020.[permanent dead link]