ଶିମକଇଁଆ ବା ଗବୁରି (ଈଂରାଜୀରେ Pithecellobium dulce, ଜୀବବିଜ୍ଞାନ ନାମ Pithecellobium dulce, ହିନ୍ଦୀରେ जंगल जलेबी) ପ୍ରଶାନ୍ତ ମହାସାଗର ଉପକୂଳସ୍ଥ ମେକ୍ସିକୋ, କେନ୍ଦ୍ରୀୟ ଆମେରିକା, ଉତ୍ତର ଦକ୍ଷିଣ ଆମେରିକା ଅଞ୍ଚଳରେ ଉତ୍ପନ୍ନ ହୋଇଥିବା ଏକ ସପୁଷ୍ପକ ବୃକ୍ଷ ଏବଂ ଏହା ମଟର ଜାତୀୟ “ଫବାସିଏ” (Fabaceae) ପରିବାରର ଅଂଶବିଶେଷ । [୨] ପ୍ରାଚୀନ ସମୟରେ ବଣିକମାନଙ୍କଦ୍ୱାରା ଏହାର ମଞ୍ଜି ଦୂର ଦୂରାନ୍ତକୁ ଯାଇ ବର୍ତ୍ତମାନ ସମୟରେ ଏହି ବୃକ୍ଷ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ, ଫ୍ଲୋରିଡ଼ା, ଗୁଆମ୍, ଭାରତ, ବଙ୍ଗଳାଦେଶ, ଥାଇଲ୍ୟାଣ୍ଡ, ଫିଲିପାଇନ୍‍ସ୍ ଇତ୍ୟାଦି ସ୍ଥାନରେ ମଧ୍ୟ ବ୍ୟାପ୍ତ । ହାୱାଇରେ ଏହାକୁ ଏକ ଅନୁପ୍ରବେଶକାରୀ (ଯେଉଁ ପ୍ରଜାତି ସ୍ଥାନୀୟ ନୁହଁନ୍ତି ଓ ବର୍ତ୍ତମାନ ଏମାନେ ବ୍ୟାପ୍ତ ହେବା ଫଳରେ ସ୍ଥାନୀୟ ପ୍ରଜାପତିଙ୍କ ବିକାଶରେ ସମସ୍ୟା ଦେଖାଯାଉଛି) ପ୍ରଜାତିର ଉଦ୍ଭିଦ ଶ୍ରେଣୀରେ ଗଣନା କରାଯାଏ ।

ଶିମକଇଁଆ
ଶିମକଇଁଆ
ଶିମକଇଁଆ (Pithecellobium dulce) ଫଳ
Pithecellobium dulce flower.jpg
ଶିମକଇଁଆ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Pithecellobium
ଜାତି: P. dulce
ବାଇନୋମିଆଲ ନାମ
Pithecellobium dulce
(ୱିଲିୟମ୍ ରକ୍ସବର୍ଗ) (ଜର୍ଜ୍ ବେନ୍ଥମ୍)[୨]

ବର୍ଣ୍ଣନାସମ୍ପାଦନ କରନ୍ତୁ

ଶିମକଇଁଆ ଗଛ ବଢ଼ି ପ୍ରାୟ ୧୦ରୁ ୧୫ ମିଟର (୩୩ରୁ ୪୯ ଫୁଟ୍) ପର୍ଯ୍ୟନ୍ତ ଉଚ୍ଚା ହୁଏ ।

ପକ୍ଷୀମାନେ ଶିମକଇଁଆ ଫଳ ଖାଆନ୍ତି ଓ ମଞ୍ଜିକୁ ଏଠାରେ ସେଠାରେ ପକାଇ ଦିଅନ୍ତି । ଏହି ବୃକ୍ଷ ଶୁଷ୍କରୁ ଶୁଷ୍କତର ପରିବେଶରେ ଏବଂ ସମୁଦ୍ର ପତନରୁ ୧୫୦୦ ମିଟର ଉଚ୍ଚତାରେ ମଧ୍ୟ ବଞ୍ଚି ରହିପାରନ୍ତି । ମରୁଡ଼ି ପରି ପରିସ୍ଥିତିରେ ମଧ୍ୟ ଏହି ବୃକ୍ଷ ଜୀବିତ ରୁହେ । ସହରମାନଙ୍କରେ ଏହି ବୃକ୍ଷକୁ ସଡ଼କ ପାର୍ଶ୍ୱରେ ମଧ୍ୟ ରୋପଣ କରାଯାଇପାରିବ ।

ସ୍ଥାନୀୟ ନାମସମ୍ପାଦନ କରନ୍ତୁ

ପୃଥିବୀସାରା ଶିମକଇଁଆର ଅନେକ ସ୍ଥାନୀୟ ନାମ ରହିଛି । ବଡ଼ ସିରିଷ, ଶିମକଇଁଆ ଓ ଅନ୍ୟ କିଛି ଗଛ ପାଇଁ ଈଂରାଜୀ ନାମ Monkeypod name[୩] ମଧ୍ୟ ବ୍ୟବହୃତ ହୋଇଥାଏ । ଅନ୍ୟ କିଛି ନାମ ହେଲା ବ୍ଲାକ୍ ବିଡ୍ (blackbead) ଓ ସ୍ୱିଟ୍ ଇଙ୍ଗା (sweet Inga) ।[୨]

ଭାରତର କିଛି ସ୍ଥାନରେ ଏହାକୁ “ମାନ୍ଦ୍ରାଜ୍ କଣ୍ଟା“ (Madras thorn) ବୋଲି ମଧ୍ୟ କୁହାଯାଏ । ଏହାର ଆଉ ଏକ ନାମ ମାନିଲା ତେନ୍ତୁଳି (Manila tamarind) ମଧ୍ୟ ପ୍ରସିଦ୍ଧ । ତେବେ ଏହି ସବୁ ନାମ ଭ୍ରମ ସୃଷ୍ଟି କରନ୍ତି । ଏହି ଫଳ ସହିତ ମାନ୍ଦ୍ରାଜ କିମ୍ବା ମାନିଲାର ବିଶେଷ ସମ୍ପର୍କ ନାହିଁ । ସାମୁଦ୍ରିକ ବାଣିଜ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନର ବଣିକଗୋଷ୍ଠୀ ଏହାକୁ ଫିଲିପାଇନ୍‍ସ୍‍ର ମାନିଲାରୁ ଆମଦାନୀ କରୁଥିଲେ ଏପରି ନାମର ସୃଷ୍ଟି ହୋଇଥାଇପାରେ (ସେହିପରି ଆଉ ଏକ ପରିବା ହେଉଛି ଲଙ୍କା ମରିଚ । ଓଡ଼ିଆ ଓ ବଙ୍ଗଳା ବଣିକମାନେ ଶ୍ରୀଲଙ୍କାରୁ ମରିଚର ଆମଦାନୀ କରୁଥିବାରୁ ଏହା କ୍ରମେ ଲଙ୍କା ମରିଚ ବା ଲଙ୍କା ନାମରେ ଜଣାଶୁଣା ହେଲା)। ଏହି ଫଳଟି ତେନ୍ତୁଳି ତୁଳନାରେ ଶିମ୍ବ ବା ମଟର ପ୍ରଜାତିର ନିକଟତମ ସମ୍ପର୍କୀୟ । କିନ୍ତୁ ତେନ୍ତୁଳି ପରି ଦେଖାଯାଉଥିବାରୁ ଅଧିକାଂଶ ଭାଷାରେ ଏହାର ଏପରି ନାମ ରହିଛି ।

କୁୱେତ୍‍ରେ ମଧ୍ୟ ଶିମକଇଁଆର ଭାରତୀୟ ନାମ ପ୍ରଚଳିତ । ଆରବୀୟ ଭାଷାରେ ଶିମକଇଁଆକୁ “ଶୋକତ୍ ମାଡ୍ରାସ୍” କୁହନ୍ତି । ଶୋକତ୍ ଶବ୍ଦର ଅର୍ଥ ହେଲା କଣ୍ଟା । ତେଣୁ ମାନ୍ଦ୍ରାଜ କଣ୍ଟା ନାମ ଆରବୀୟ ଭାଷାରେ ମଧ୍ୟ ପ୍ରଚଳିତ । ୧୯୬୦ କିମ୍ବା ୧୯୭୦ ଦଶନ୍ଧିରେ ଭାରତୀୟମାନେ କୁୱେତ୍‍ର ଲୋକଙ୍କୁ ଶିମକଇଁଆ ସହିତ ପରିଚିତ କରାଇଥିବା ସମ୍ଭବପର । କୁୱେତ୍ ସହରରେ ୧୯୬୦ରୁ ୧୯୮୦ ଦଶନ୍ଧି ପର୍ଯ୍ୟନ୍ତ ରହିଥିବା ଉଦ୍ୟାନମାନଙ୍କରେ ଶିମକଇଁଆ ଗଛମାନ ରହିଥିଲା । କୁୱେତ୍‍ରେ ଏହାର ବେଶି ବ୍ୟାବସାୟିକ ବ୍ୟବହାର ହେଉନଥିଲା ଓ ଆଗକାଳର ମାଳିମାନେ ଏହି ବୃକ୍ଷ ସହିତ ବେଶ୍ ପରିଚିତ ଥିଲେ ।

ଭାଷା ସ୍ଥାନୀୟ ନାମ ତଥ୍ୟ
ମେକ୍ସିକୋ, ଜାପାନ ହୁଆମୁଚେ, ଗୁଆମୁଚେ / ହୁଆମୁସିଲ୍ / ଗ୍ୱାମୁସିଲ୍ / ଚୁଆମୁସିଲ୍ ଏହି ନାମଗୁଡିକ ନାହୁଆଟି ନାମ ''ଚୁଆଉମୋଚିଲ୍''ରୁ ଗୃହୀତ ହୋଇଥାଇ ପାରେ
ପୋର୍ଟେ ରିକୋ "ପିଞ୍ଜାଁ" ବା ''ଗ୍ୱାମା ଆମେରିକାନୋ''
ତେଲୁଗୁ సీమ చింతకాయ (ଶିମଚିଣ୍ଟକାୟା) ତେନ୍ତୁଳିକୁ ସୂଚାଉଥିବା ସଂସ୍କୃତ ଶବ୍ଦ ଚିଞ୍ଚ ଓ ଚିଞ୍ଚିକାରୁ

ତେଲୁଗୁରେ ଚିଣ୍ଟ ଶବ୍ଦର ସୃଷ୍ଟି ।

ତାମିଲ கொர்கலிக்காய்/ கோணக்காய்/ கோன புளியங்கா/ கொடுக்காப்புளி / கொடிக்காய் କୋଡୁକ୍କାପୁଲି ବା କୋଡିକ୍କାଇ । ମୂଳ ଦ୍ରାବିଡ଼ ଶବ୍ଦ “ପୁଲିକାଇ”ର ଅର୍ଥ ହେଲା ତେନ୍ତୁଳି । ବର୍ତ୍ତମାନ ଏହାର ଅପଭ୍ରଂଶ ଶବ୍ଦ “ପୁଲି” ତାମିଲରେ ବ୍ୟବହୃତ ।
କନ୍ନଡ଼ ದೊರ ಹುಣಸೆ/ಸೀಮೆ ಹುಣಸೆ/ಇಲಾಚಿ ಕಾಯಿ/ಇಲಾಚ್-ಹುಂಚಿ ಕಾಯಿ କନ୍ନଡ଼ ଶବ୍ଦ ''ଡୋରା ହନାସେ, ଶିମେ ହନାସେ, ଇଲାଇଚି କାଇ, ଇଲାଚ୍-ହଞ୍ଚି କାଇ''
ଗୁଜରାଟି '''વિલાયતી આંબલી''' / "બખાઇ આમ્બલી" ଗୁଜରାଟି ଶବ୍ଦ ''ବିଲାୟତି ଆମ୍ବଲି'' ଅର୍ଥାତ୍ ବିଲାତି ଆମ୍ବିଳି ବା ବିଲାତି ତେନ୍ତୁଳି, ''ବଖାଇ ଆମ୍ବଲି'' ଓ ''ଗୋରସ୍ ଆମ୍ବଲି'' । ସଂସ୍କୃତ ଶବ୍ଦ “ଅମ୍ଳ”ରୁ ଗୁଜରାଟି ଶବ୍ଦ “ଆମ୍ବଲି” ବା “ଆମଲି”ର ସୃଷ୍ଟି ହୋଇଛି ।
ହିନ୍ଦୀ '''गंगा इमली''' / '''विलायती इमली''' / "सिंगड़ी" ''ଗଙ୍ଗା ଇମ୍‍ଲି'', ''ବିଲାୟତି ଇମ୍‍ଲି'', ''ସିଂଗ୍‍ଡ଼ି'' । ଝିଲାପି ପରି ଦେଖାଯାଉଥିବାରୁ ଏହାକୁ ''ଜଙ୍ଗଲି ଜଲେବି'' ମଧ୍ୟ କୁହାଯାଏ । ସଂସ୍କୃତ ଶବ୍ଦ “ଅମ୍ଳ” ହେଉଛି ଇମ୍‍ଲି ଶବ୍ଦର ଉତ୍ସ ।
ବଙ୍ଗଳା '''জিলাপি''' (ଝିଲାପି)  / '''খইয়া বাবলা''' ”ଖଇୟା ବାବଲା” ଶବ୍ଦରେ ଖଇୟା କଇଁଆର ସମାର୍ଥସୂଚକ ମନେହୁଏ । ବଙ୍ଗଳାରେ ଆକାଶିଆ ଗଛକୁ ବାବଲା କୁହନ୍ତି ।
ମରାଠୀ ''चिंच बुलाई'' / '''विलायती चिंच''' / "फिरंगी चिंच'' ''ଚିଂଚ ବୁଲଇ'', ''ବିଲାୟତି ଚିଂଚ'' ବା "ଫିରଙ୍ଗି ଚିଂଚ'' । ତେନ୍ତୁଳିକୁ ସୂଚାଉଥିବା ସଂସ୍କୃତ ଶବ୍ଦ ଚିଞ୍ଚ ଓ ଚିଞ୍ଚିକାରୁ ମରାଠୀ ଶବ୍ଦ “ଚିଂଚ”ର ସୃଷ୍ଟି ହୋଇଛି ।
ସିନ୍ଧୀ "ଅଚ୍ଛି ଗିଡାମିରି"
ଥାଇ ମାଖାମ୍ ଥେଟ୍ ଅର୍ଥାତ୍ ବିଦେଶୀ ତେନ୍ତୁଳି
କ୍ଷ୍ମେର୍ ផ្លែអំពិលទឹក ପ୍ଲେ ଉମ୍ପେଲ୍ ତେକ୍
ହାୱାଇ ଭାଷା ଓପିୟମା
ଇଲୋକାନୋ ଡାମୋର୍ଟିସ୍ ବା କାମାଂତିରିସ୍
ହିଲିଗ୍ୟାନନ୍ କାମୁଂସିଲ୍
ଟାଗାଲଗ୍ କାମାଚିଲି[୪]

ଉପଯୋଗିତାସମ୍ପାଦନ କରନ୍ତୁ

ଖାଦ୍ୟସମ୍ପାଦନ କରନ୍ତୁ

ଶିମକଇଁଆର ଫଳ ମିଠା ଖଟା ମିଶା ମିଶା । ମେକ୍ସିକୋରେ ଲୋକେ ଏହି ଫଳକୁ କଞ୍ଚାରେ ବା ମାଂସ ବ୍ୟଞ୍ଜନ ସହିତ ପାର୍ଶ୍ୱ ବ୍ୟଞ୍ଜନ ଭାବେ ବା ପାଣି, ଚିନି ଇତ୍ୟାଦି ସହ ମିଶାଇ ପ୍ରସ୍ତୁତ ପାନୀୟ ('agua de guamúchil') ଆକାରରେ ଗ୍ରହଣ କରିଥାନ୍ତି । ତେନ୍ତୁଳି ପରି ଏହାର ମଞ୍ଜିକୁ ମଧ୍ୟ ଲୋକେ ଖାଆନ୍ତି । ଶିମକଇଁଆ ମଞ୍ଜିରୁ ତେଲ ମଧ୍ୟ ପେଡ଼ି ବାହାର କରାଯାଏ ଯାହାକି ମଞ୍ଜି ଓଜନର ଶତକଡ଼ା ୧୦% ପର୍ଯ୍ୟନ୍ତ ହୋଇଥାଏ । ମଞ୍ଜିରୁ ୨୮% ପୁଷ୍ଟିସାର ମଧ୍ୟ ମିଳିଥାଏ ।[୫]

ଔଷଧସମ୍ପାଦନ କରନ୍ତୁ

ପରିସ୍ଥିତିକ ତଥ୍ୟସମ୍ପାଦନ କରନ୍ତୁ

ସମାର୍ଥସୂଚକ ନାମାବଳୀସମ୍ପାଦନ କରନ୍ତୁ

 
ସିଙ୍ଗାପୁରର କ୍ୟାନିଂ ଦୁର୍ଗ (ଫୋର୍ଟ୍ କ୍ୟାନିଂ)ରେ ରହିଥିବା ଏକ ଶିମକଇଁଆ ଗଛ ଯାହାକୁ ଏକ ଐତିହ୍ୟ ବୃକ୍ଷ ମାନ୍ୟତା ମିଳିଛି


ଆଧାରସମ୍ପାଦନ କରନ୍ତୁ

  1. "Pithecellobium dulce - (Roxb.) Benth. Guama Americano". NatureServe Explorer. NatureServe. Retrieved 2010-09-19.
  2. ୨.୦ ୨.୧ ୨.୨ "Pithecellobium dulce", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA), retrieved 2010-03-29 Invalid |mode=CS1 (help)
  3. "Pithecellobium dulce". Natural Resources Conservation Service PLANTS Database. USDA. Retrieved 6 October 2015.ଛାଞ୍ଚ:If both
  4. Grandtner, Miroslav M. (2005). Elsevier's Dictionary of Trees: With Names in Latin, English, French, Spanish and Other Languages. 1. Elsevier. pp. 670–671. ISBN 978-0-444-51784-5.
  5. Commission for the Knowledge and Use of Biodiversity: Pithecellobium Dulce: http://www.conabio.gob.mx/conocimiento/info_especies/arboles/doctos/45-legum38m.pdf

ଅଧିକ ତଥ୍ୟସମ୍ପାଦନ କରନ୍ତୁ