ଶିବାଜୀ (କଥାଚିତ୍ର)
ଶିବାଜୀ, ୨୦୦୭ରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏମ୍. ଏସ୍. ଗୁହନ୍ ଏବଂ ଏମ୍. ସର୍ବଣନ୍ । ସୁଜାତା ରଙ୍ଗାରାଜନ୍ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. ଶଙ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ହିନ୍ଦୀରେ ଶିବାଜୀ- ଦ ବସ୍ ଭାବରେ ଡବିଂ କରାଯାଇଥିଲା ।
ଶିବାଜୀ | |
---|---|
ନିର୍ଦ୍ଦେଶକ | ଏସ୍. ଶଙ୍କର |
ପ୍ରଯୋଜକ | ଏମ୍. ଏସ୍. ଗୁହନ୍ ଏମ୍. ସର୍ବଣନ୍ |
ସଂଳାପ | ସୁଜାତା ରଙ୍ଗାରାଜନ୍(ସଂଳାପ) |
ଚିତ୍ରନାଟ୍ୟ | ଏସ୍. ଶଙ୍କର |
କଳାକାର | ରଜନୀକାନ୍ତ ଶ୍ରୀୟା ଶରଣ ବିବେକ ସୁମନ |
ସଙ୍ଗୀତ | ଏ. ଆର୍. ରହମାନ |
ଚିତ୍ରଗ୍ରହଣ | କେ. ଭି. ଆନନ୍ଦ |
ସମ୍ପାଦକ | ଆନ୍ଥୋନୀ ଗୋନ୍ସାଲବାସ୍ |
Production company | ଏଭିମ୍ ଷ୍ଟୁଡ଼ିଓ |
ମୁକ୍ତିଲାଭ ତାରିଖ | ୧୫ ଜୁନ ୨୦୦୭ |
କଥାଚିତ୍ରର ସମୟ | ୧୮୫ ମିନିଟ୍ |
ଦେଶ | ଭାରତ |
ଭାଷା | ତାମିଲ |
ଖର୍ଚ୍ଚ | ୬୦-୭୮ କୋଟି[୧] [୨][୩] |
ମୋଟ ଆୟ | ୧୨୮ କୋଟି [୪] |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଜନୀକାନ୍ତ ଏବଂ ଶ୍ରୀୟା ଶରଣ । ବିବେକ, ସୁମନ, ମଣି ବନ୍ନନ୍, ବାଡ଼ିବୁକ୍କାଋଷି, କୋଚିନ୍ ହାନିଫା, ସଲମନ ପପାୟା, ପ୍ରୀତିମନ୍ଦାରମ୍ ରାଜା, ସାନ୍ମୁଗାରାଜନ୍, ପିରାମିଡ଼ି ନଟରାଜନ୍, ଏମ୍.ଏସ୍. ଭାସ୍କର, ବୋଷ୍ ଭେଙ୍କଟ୍, ବାସୁ ବିକ୍ରମ, ରଘୁବରନ୍, ନୟନତାରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ୨୦୧୨ ମସିହାରେ ଏହି କଥାଚିତ୍ରଟିର 3Dରେ ମୁକ୍ତିଲାଭ କରିଥିଲା ।[୫] ପୂର୍ବ ଭିଡ଼ିଓରୁ ୩୦ ମିନିଟ୍ ସମୟ କାଟିଦିଆଯାଇଥିଲା ଏହି 3D ମୁ୍କ୍ତିଲାଭ ବେଳେ ।[୬] ଡଲ୍ବି ଆଟ୍ମୋସ୍ ପ୍ଲାଟ୍ଫର୍ମରେ ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲା ।[୭] ରଜନୀକାନ୍ତଙ୍କ ଉପସ୍ଥିତିରେ ୧୩ ଅଗଷ୍ଟ ୨୦୧୨ରେ ପ୍ରସାଦ ଲ୍ୟାବ୍ରେ ଏହି କଥାଚିତ୍ରଟିର 3D ଟ୍ରେଲର୍ ମୁକ୍ତିଲାଭ କରିଥିଲା[୮] ଏବଂ ୨୦୧୨ ଡିସେମ୍ବର ୧୨ ତଥା ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ଏହି କଥାଚିତ୍ରଟି ପୁଣିଥରେ 3Dରେ ମୁକ୍ତିଲାଭ କରିଥିଲା ।[୯]
ଅଭିନୟ
ସମ୍ପାଦନା- ରଜନୀକାନ୍ତ
- ଶ୍ରୀୟା ଶରଣ
- ବିବେକ
- ସୁମନ
- ମଣି ବନ୍ନନ୍
- ବାଡ଼ିବୁକ୍କାଋଷି
- କୋଚିନ୍ ହାନିଫା
- ସଲମନ ପପାୟା
- ପ୍ରୀତିମନ୍ଦାରମ୍ ରାଜା
- ସାନ୍ମୁଗାରାଜନ୍
- ପିରାମିଡ଼ି ନଟରାଜନ୍
- ଏମ୍.ଏସ୍. ଭାସ୍କର
- ବୋଷ୍ ଭେଙ୍କଟ୍
- ବାସୁ ବିକ୍ରମ
- ରଘୁବରନ୍
- ନୟନତାରା
କାହାଣୀ
ସମ୍ପାଦନାକଥାଚିତ୍ରଟିର କାହାଣୀ ଅନୁସାର ନାୟକ ଶିବାଜୀ ଜଣେ ସଫ୍ଟଓୟାର ଇଞ୍ଜିନିୟର । ସେ ବିଦେଶରେ ରହି କାମ କରୁଥିଲେ ଏବଂ ଟଙ୍କା ସଞ୍ଚୟ କରି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଗରିବ ପିଲାମାନଙ୍କ ପାଇଁ ୨୦୦ କୋଟି ଅର୍ଥ ବ୍ୟୟ କରି ଗୋଟିଏ ବିଶ୍ୱବିଦ୍ୟାଳୟ କରିବା ପାଇଁ ଭାରତରେ ରହିଲେ । ଏହାପରେ ତାଙ୍କର ବିଶ୍ୱବିଦ୍ୟାଳୟ କାମ ଆରମ୍ଭ ହେଲା । ମାତ୍ର ଏହାର କାର୍ଯ୍ୟ ଆରମ୍ଭ ହେଲାବେଳକୁ ତାଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରୁ ଅନୁମୋଦନ ପାଇଁ ବହୁଳ ଅର୍ଥ ଲାଞ୍ଚ ଆକାରରେ ଦେବାକୁ ପଡ଼ିଲା ।
ଆଦିଶେଷନ୍ ନାମକ ଜଣେ ଧନୀ ବ୍ୟକ୍ତି ଯିଏକି ଜଣେ ରାଜନେତା ଥିଲେ, ଶିବାଜୀଙ୍କର ଏହି କାର୍ଯ୍ୟକୁ ଭିତରେ ବିରୋଧ କରୁଥିଲେ ଏବଂ ସମସ୍ତ ସରକାରୀ ଅନୁମୋଦନ ପାଇଁ ସେ ଲାଞ୍ଚ ଦେବାକୁ ପରୋକ୍ଷରେ ଶିବାଜୀଙ୍କୁ ପ୍ରବର୍ତ୍ତାଇଥିଲେ । ଶେଷରେ ଶିବାଜୀ ଫାଉଣ୍ଡେସନ୍ ନାଁରେ ଲାଞ୍ଚ ଦେବା ଅଭିଯୋଗରେ ଶିବାଜୀଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କର କାମ ବନ୍ଦ କରିଦିଆଯାଏ ଆଉ ତାଙ୍କର ସମସ୍ତ ଘରବାଡ଼ି ଜବତ କରିନିଆଯାଏ ।
ଏହାପରେ ଶିବାଜୀ ତାଙ୍କର ବୁଦ୍ଧି ଖର୍ଚ୍ଚ କରି ଦେଶର ସମସ୍ତ ଧନୀଲୋକଙ୍କର କଳାଧନରୁ ଅଧା ନିଏ ଏବଂ ପୁଣିଥରେ ଶିବାଜୀ ଫାଉଣ୍ଡେସନ୍ ଅଧିନରେ ସମସ୍ତ କାର୍ଯ୍ୟ ଆରମ୍ଭ କରେ । ସେ ଏହି କଳାଧନକୁ ବିଦେଶରେ ବିଦେଶୀ ମୁଦ୍ରାକୁ ବଦଳାଇ ଦାନ ଆକାରରେ ଗ୍ରହଣ କରି କାର୍ଯ୍ୟ କରେ । ତେଣୁ କେହି ତା'ର ସୁରାକ ପାଆନ୍ତି ନାହିଁ ଏବଂ ସେ ତା'ର ସମସ୍ତ ତଥ୍ୟ ଗୋଟିଏ ଲାପଟପ୍ରେ ସାଇତିକି ରଖିଥାଏ । ଏହି ଲ୍ୟାପଟପ୍ଟି କେବଳ ତା'ର କଣ୍ଠସ୍ୱରରେ ଖୋଲେ ଏବଂ ପାସ୍ୱାର୍ଡ଼ ଭୁଲ୍ ହେଇଗଲେ, ଏହାର ସମସ୍ତ ତଥ୍ୟ ନଷ୍ଟ ହୋଇଯାଏ ।
ଶେଷେରେ ଆୟକର ବିଭାଗ ଶିବାଜୀର ପତ୍ନୀ ଡରାଇ ତା ବିରୁଦ୍ଧରେ ସମସ୍ତ ତଥ୍ୟ ଯୋଗାଡ଼ କରନ୍ତି ଏବଂ ତାଙ୍କୁ ଜେଲ୍କୁ ପଠାଇଦିଅନ୍ତି । ଏହି ସମୟରେ ଜେଲ୍ରେ ଶିବାଜୀର ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରେ ଆଦି । ମାତ୍ର ଏହି ଯୋଜନାକୁ ଶିବାଜୀ ପାଖରେ ଜଣେ ପୋଲିସ କର୍ମଚାରୀ ପହଞ୍ଚାଇଦିଏ । ତେଣୁ ଶିବାଜୀ ମିଛ ମୃତ୍ୟୁ ନାଟକ କରି ଜେଲ୍ରୁ ଖସିଯାଏ । ପରେ ସେ ତା'ର ନାମ, ରୂପ, ଭେକ ସବୁ ବଦଳାଇ ଏମ୍.ଜି. ରବିଚନ୍ଦ୍ରନ୍ ବା ହିନ୍ଦୀରେ ଅଭିରାମ ବଚ୍ଚନ ନାଁରେ ପୁଣି ପ୍ରତ୍ୟାବର୍ତ୍ତନ କରେ ଏବଂ ଶିବାଜୀ ଫାଉଣ୍ଡେସନ୍ର ଦାୟିତ୍ୱ ନିଏ । ଏହାପରେ ସେ ତା'ର ହତ୍ୟାର ପ୍ରତିଶୋଧ ନେବାପାଇଁ ଆଦିକୁ ହତ୍ୟା କରେ ।
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏ.ଆର୍. ରହମାନ ।[୧୦]
ଆଧାର
ସମ୍ପାଦନା- ↑ "Sivaji mania: Theatres out of tickets". The Economic Times. 15 June 2007. Archived from the original on 2016-03-05. Retrieved 2018-04-23.
- ↑ "The Telegraph – Calcutta (Kolkata) - 7days – Starry starry might". Archived from the original on 16 January 2015. Retrieved 15 January 2015.
- ↑ Lakshmi Subramanian (9 July 2007). "The Boss". India Today. Archived from the original on 26 April 2015. Retrieved 26 April 2015.
- ↑ "Rajinikanth's overseas market doubles from Sivaji". Economic Times. 23 October 2010. Archived from the original on 14 December 2014. Retrieved 14 January 2015.
- ↑ "Sivaji 3D: Rajinism just got bigger". India Today. Indo-Asian News Service. 10 December 2012. Archived from the original on 29 October 2013. Retrieved 23 June 2013.
- ↑ "Sivaji 3D Movie Review". The Times of India. 14 December 2012. Archived from the original on 4 November 2016. Retrieved 4 November 2016.
- ↑ "Rajinikanth starrer 'Sivaji 3D' will be India's first to release with Dolby Atmos". CNN IBN. 4 December 2012. Archived from the original on 6 December 2013. Retrieved 23 June 2013.
- ↑ "In pics: Rajinikanth unveils 'Sivaji 3D' trailer". CNN IBN. 14 August 2012. Archived from the original on 6 December 2013. Retrieved 23 June 2013.
- ↑ "12.12.12: Rajinikanth will mark his 62nd birthday with 'Sivaji 3D'". CNN IBN. 6 December 2012. Archived from the original on 6 December 2013. Retrieved 23 June 2013.
- ↑ Arthur J. Pais (30 May 2007). "AR Rahman, on Sivaji and sisters". Rediff. Archived from the original on 21 October 2012. Retrieved 13 January 2015.