ଶିବସୁନ୍ଦର ଦାସ

ଓଡ଼ିଆ କ୍ରିକେଟ ଖେଳାଳି

ଶିବସୁନ୍ଦର ଦାସ (ଜନ୍ମ- ୫ ନଭେମ୍ବର ୧୯୭୭) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଡାହାଣ‌‌-ହାତି ଖେଳାଳି । ସେ ପ୍ରଥମ-ଶ୍ରେଣୀ କ୍ରିକେଟରେ ଓଡ଼ିଶା ପକ୍ଷରୁ ଖେଳନ୍ତି । ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ ବେଙ୍ଗାଳୁରୁଠାରେ ଜାତୀୟ କ୍ରିକେଟ ଶିବିରରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ ଭାରତ ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ । ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ । ସେ ଓଡ଼ିଶା ତରଫରୁ ଭାରତ ପାଇଁ ଖେଳିଥିବା ତୃତୀୟ ଓଡ଼ିଆ ଖେଳାଳି । ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଓ ୪ଟି ଏକଦିବସୀୟ ମ୍ୟାଚ ଖେଳିଥିଲେ ।

ଶିବସୁନ୍ଦର ଦାସ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1977-11-05) ୫ ନଭେମ୍ବର ୧୯୭୭ (ବୟସ ୪୬)
ଭୁବନେଶ୍ୱର, ଓଡ଼ିଶା
ଡାକ ନାମବୁଢ଼ା
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମଧ୍ୟମଗତି
ଭୂମିକାବ୍ୟାଟର
Career statistics
ପ୍ରତିଯୋଗିତା ଟେଷ୍ଟ କ୍ରିକେଟ ଏକଦିବସୀୟ ଖେଳ ପ୍ରଥମଶ୍ରେଣୀ ଲିଷ୍ଟ ଏ
ମ୍ୟାଚ ସଂଖ୍ୟା ୨୩ ୧୮୦ ୮୧
ମୋଟ ରନ ୧୩୨୬ ୩୯ ୧୦୯୦୮ ୨୪୨୧
ବ୍ୟାଟିଂ ହାର ୩୪.୮୯ ୧୩.୦୦ ୩୮.୬୮ ୩୨.୭୧
ଶତକ/ଅର୍ଦ୍ଧଶତକ ୨/୯ -/- ୨୪/୫୨ ୪/୧୩
ସର୍ବାଧିକ ରନ ୧୧୦ ୩୦ ୩୦୦* ୧୩୩*
ବଲ ସଂଖ୍ୟା ୬୬ ୩୮୨ ୧୯୦
ଉଇକେଟ
ବୋଲିଂ ହାର ୪୮.୫୦
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ ୧/୦
କ୍ୟାଚ/ଷ୍ଟମ୍ପିଙ୍ଗ ୩୪/- -/-
Source: Cricinfo, ୨୩ ଜାନୁଆରୀ ୨୦୧୯

ଆନ୍ତର୍ଜାତୀୟ କ୍ରିକେଟରେ ଅବଦାନ ସମ୍ପାଦନା

ଶିବସୁନ୍ଦର ୨୦୦୦ ମସିହାରେ ଏନସିଏ(ଜାତୀୟ କ୍ରିକେଟ ଏକାଡେମୀ)ରେ ପ୍ରଶିକ୍ଷଣ ନିମନ୍ତେ ଚୟନ ହୋଇଥିଲେ ।[୧] ସେହି ବର୍ଷ ସେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ମଧ୍ୟ ଆରମ୍ଭ କରିଥିଲେ । ଭାରତ ତରଫରୁ ୨୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ସେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକଷ ମୋଟ ୧,୩୨୬ ରନ କରିଥିଲେ । ଏହି ୨ ଶତକ ସେ ଜିମ୍ବାୱେ ବିରୋଧରେ ହାସଲ କରିଥିଲେ ଓ ସେହି ସିରିଜରେ ତାଙ୍କୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ମିଳିଥିଲା ।[୨] ଏକଦିବସୀୟ ମ୍ୟାଚରେ ତାଙ୍କୁ କମ ସୁଯୋଗ ମିଳିଥିଲା ଓ ସେ ମାତ୍ର ୪ଟି ମ୍ୟାଚ ଖେଳି ୩୯ରନ ସ୍କୋର କରିଥିଲେ ।

୨୦୦୨ ମସିହାରେ ୱେଷ୍ଟ ଇଣ୍ଡିଜ ଗସ୍ତପାଇଁ ଶିବ ସୁନ୍ଦର ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହି ସିରିଜରେ ସେ ଭଲ ପ୍ରଦର୍ଶନ କରି ନପାରିବାରୁ ଆଗାମୀ ଇଂଲଣ୍ଡ ଗସ୍ତପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଏହି ସହିତ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜୀବନର ଯବନିକା ପଡ଼ିଥିଲା ।[୨]

୨୦୨୧ ମଇ ମାସରେ ତାଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ମିଳିଥିଲା ।[୩]

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. Ramchand, Partab (2000-04-15). "First list of NCA trainees". Cricinfo. Retrieved 2007-02-08.[permanent dead link]
  2. ୨.୦ ୨.୧ "India's golden boy". ESPN Cricinfo. Retrieved 7 November 2017.
  3. "ଶିବସୁନ୍ଦର ଜାତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ ପ୍ରଶିକ୍ଷକ". No. ସମ୍ବାଦ ୧୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଇଷ୍ଟର୍ଣ୍ଣ ମିଡିଆ. 18 May 2021. Archived from the original on 18 May 2021. Retrieved 18 May 2021.

ଅଧିକ ତଥ୍ୟ ସମ୍ପାଦନା