ଶିବପ୍ରିୟା ଜେମା
ଓଡ଼ିଆ କବି
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଶିବପ୍ରିୟା ଜେମା ବା ଶିବପ୍ରିୟା ଜେମାଦେଈ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । 'ଜେମା' ବୋଲାଯିବାରୁ ସେ କୌଣସି ରାଜବଂଶୀୟ ବୋଲି ଅନୁମିତ ।
ଶିବପ୍ରିୟା ଜେମାଦେଈ | |
---|---|
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ଊନବିଂଶ ଶତାବ୍ଦୀ |
ସାହିତ୍ୟ କୃତି | ମଙ୍ଗଳଗୀତ |
ଶିବପ୍ରିୟା ଓଡ଼ିଆ ବିଭାଘରେ ବୋଲାଯାଉଥିବା କେତୋଟି ମଙ୍ଗଳଗୀତର ରଚୟିତା ।[୧][୨]
ଚକ୍ରଧର ମହାପାତ୍ରଙ୍କଦ୍ୱାରା ସଂଗୃହୀତ 'ଉତ୍କଳ ଗାଉଁଲି ଗୀତ' ପୁସ୍ତକରେ ଦିଆଯାଇଥିବା ମଙ୍ଗଳଗୀତ ଭିତରୁ 'ହଳଦୀକୁଟା ଅନୁକୂଳ ମଙ୍ଗଳ'ରେ ଶିବପ୍ରିୟା ନାମରେ ଭଣିତା ଦେଖିବାକୁ ମିଳେ ।[୩]
ସେ ବେନି ପୟର ମନେ ଚିନ୍ତି
ଲୋଭେ ଗୁଣେ ଶିବପ୍ରିୟା ମତି ।— ହଳଦୀକୁଟା ଅନୁକୂଳ ମଙ୍ଗଳ, ଶିବପ୍ରିୟା ଜେମା