ଶାଲିମାର ଏକ୍ସପ୍ରେସ

ଶାଲିମାର ଏକ୍ସପ୍ରେସ ଦିଲ୍ଲୀ ଓ ଜମ୍ମୁ ତୱି ମଧ୍ୟରେ ଚଳାଚଳ କରୁଥିବା ଏକ ଦୈନିକ ଟ୍ରେନ । ଏହା ଭାରତୀୟ ରେଳବାଇର ସୁପରଫାଷ୍ଟ ହୋଇ ନଥିବା ଏକ ଟ୍ରେନ । 

କାଶ୍ମୀରର ଶାଲିମାର ଗାର୍ଡେନ ଯାହା ନାମାନୁସାରେ ଶାଲିମାର ଏକ୍ସପ୍ରେସ ଟ୍ରେନ ଚଳୁଛି

ଇତିହାସ ଓ ବ୍ୟୁପତ୍ତି  ସମ୍ପାଦନା

ଶାଲିମାର ଏକ୍ସପ୍ରେସ , ଜମ୍ମୁ ତୱିକୁ ଯାତାୟତ କରୁଥିବା ଏକ ସର୍ବ ପୁରାତନ ଟ୍ରେନ । ଶ୍ରୀନଗରର ବିଖ୍ୟାତ ଶାଲିମାର ଗାର୍ଡେନ ନାମାନୁସାରେ ଏହାକୁ ଶାଲିମାର ଏକ୍ସପ୍ରେସ ନାମକରଣ କରା ଯାଇଛି । 

ସମୟ ସାରଣୀ  ସମ୍ପାଦନା

ଏହି ଟ୍ରେନ ପୁରୁଣା ଦିଲ୍ଲୀ ଷ୍ଟସନରୁ ଜମ୍ମୁ ତୱି ଅଭିମୁଖେ ପ୍ରତ୍ୟହ ୧୫.୫୦ରେ ଛାଡି ନିଜର ଗନ୍ତବ୍ୟ ସ୍ଥଳରେ ପର ଦିନ ସକଳ ୦୫.୨୦ରେ ପହଞ୍ଚି ଥାଏ । ଜମ୍ମୁ ତୱିରୁ ୨୦.୪୫ରେ ଛାଡି ତାହା ପର ଦିନ ୧୦.୫୦ରେ ପହଞ୍ଚି ଥାଏ । 

ଯାତ୍ରାପଥ ଓ ରହଣି  ସମ୍ପାଦନା

ଜମ୍ମୁ ତୱିକୁ ଯାଉଥିବା ଅନନ୍ୟ ଅନେକ ଟ୍ରେନ ପରି ଏହା ନୂଆ ଦିଲ୍ଲୀ ଦେଇ ଗମନ କରିନଥାଏ । ଏହା ଗଜିଆବାଦ , ମିରଟ , ମୁଜାଫରପୁର , ଦେଓବନ୍ଦ , ସାହାରଣପୁର , ଲୁଧିଆନା , ଅମ୍ବାଲା ଓ ଜଲନ୍ଧର ବାଟ ଦେଇ ଯାଇଥାଏ ।ଏହି ଟ୍ରେନ ତାର ଯାତ୍ରାପଥରେ ଭାରତୀୟ ରାଜ୍ୟ ପଞ୍ଜାବ , ହରିଯାଣା, ଉତ୍ତର ପ୍ରଦେଶ ଓ ଜମ୍ମୁ ଓ କାଶ୍ମୀର  ମଧ୍ୟ ଦେଇ ଯାଇଥାଏ । ଏହାର ଯତ୍ରପଥରେ ୨୬ଟି ନିର୍ଧାରିତ ରହଣି ପୁରାତନ ଦିଲ୍ଲୀ ପୂର୍ବରୁ ଅଛି । 

ନିକଟ ଭବିଷ୍ୟତରେ ଜଲନ୍ଧର-ପଠାଣକୋଟ-ଜମ୍ମୁ ତୱି ରେଳପଥର ଦୋହରିକରଣ ଓ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହେଲେ ଶାଲିମାର ଏକ୍ସପ୍ରେସର ହାରାହାରି ବେଗରେ ଆହୁରି ଉନ୍ନତି ଅଣିହେବ ।

ଆଧାର ସମ୍ପାଦନା