ଶାର୍ଦୁଳ ଠାକୁର
ଶାର୍ଦୁଳ ଠାକୁର (ଜନ୍ମ 16 ଅକ୍ଟୋବର , 1991 )ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ ମହାରାଷ୍ଟ୍ର ରାଜ୍ୟର ପଲଘରଠାରେ ହେଇଥିଲା । ସେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ସହ ପଞ୍ଜାବ କିଂ ଏକାଦଶ ପାଇଁ ଆଇପିଏଲରେ ଖେଳନ୍ତି । ସେ ଭାରତୀୟ A ଦଳରେ ମଧ୍ୟ ଖେଳିଥିଲେ । ସେ ଜଣେ ଦ୍ରୁତ ଗତି ବୋଲର ।
ବ୍ୟକ୍ତିଗତ ତଥ୍ୟ | |
---|---|
ନାମ | Shardul Narendra Thakur |
ଜନ୍ମ | Palghar, Maharashtra | ୧୬ ଅକ୍ଟୋବର ୧୯୯୧
ବ୍ୟାଟିଂ ପ୍ରକାର | Right-hand bat |
ବୋଲିଂ ପ୍ରକାର | Right-arm medium |
ଭୂମିକା | Bowler |
ଘରୋଇ ଦଳ ତଥ୍ୟ | |
Years | Team |
2012–present | Mumbai |
2015 | Kings XI Punjab |
Source: Cricinfo, 24 June, 2016 |
ଘରେଇ ପ୍ରଦର୍ଶନ
ସମ୍ପାଦନାସେ ପ୍ରଥମ ଶ୍ରେଣୀ କ୍ରିକେଟ 2012 ମସିହା ରେମୁମ୍ବାଇର ରାଜସ୍ଥାନ ବିରୁଦ୍ଧ ମେଚରେ ଖେଳିଥିଲେ । ସେ ପ୍ରଥମରୁ ବହୁତ ମହଙ୍ଗା ବୋଲିଂ କରୁଥିଲେ । ଚାରିଟି ୱିକେଟ ନେଇଥିଲେମଧ୍ୟ ସେ ଏଥିରେ 82 ହାରରେ ରନ ଦେଇଥିଲେ । କିନ୍ତୁ ତାଙ୍କର ବୋଲିଂରେ ପରବର୍ତୀସିଜନ୍ରେ ବହୁ ଉନ୍ନତି ପରିଲକ୍ଷିତ ହେଇ ସେ 2013/14 ସିଜନରେ 48ଟି ୱିକେଟ ହାସଲ କରିପାରିଥିଲେ । ଏହା ସେ 20.81 ହାରରେ 5 ଥର 5- ୱିକେଟ ନେଇ କରିଥିଲେ ।.[୧]
ସେ 2015/16 ରଣଜୀ ସିଜନରେ ଫାଇନାଲରେ 8 ୱିକେଟ ନେବା ଫଳରେ ମୁମ୍ବାଇ 41 ତମ ଥର ପାଇଁ ରଣଜୀ ଟ୍ରଫି ଜିତି ପାରିଥିଲା । [୨]
ଅନ୍ତର୍ଜାତିକ ପ୍ରଦର୍ଶନ
ସମ୍ପାଦନାଶାର୍ଦୁଳ ଭାରତର ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ 2016 ମସିହାରେ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନଥିଲେ । [୩]