ଶାରୀରିକ ତରଳ ପଦାର୍ଥ

ଶାରୀରିକ ତରଳ ପଦାର୍ଥ (ଇଂରାଜୀ ଭାଷାରେ bodily fluids or biofluids) କ‌ହିଲେ ଜୀବନ୍ତ ମାନବ ଶରୀରରେ ପ୍ରସ୍ତୁତ ତରଳ ପଦାର୍ଥମାନଙ୍କୁ ବୁଝାଏ । ଏହି ତରଳ ପଦାର୍ଥ ମଧ୍ୟରେ ଶରୀରର ତରଳ ପଦାର୍ଥ ଓ କ୍ଷରଣ/ସ୍ରବଣ (secreted) ବା ନିଷ୍କାସନ (excreted) ଜନିତ ତରଳ ପଦାର୍ଥ ଅନ୍ତର୍ଭୁକ୍ତ ।

ଶରୀରରେ ପ୍ରାୟ ୬୦ରୁ ୬୫% ତରଳ ପଦାର୍ଥ ଜୀବକୋଷ ଭିତରେ ଥାଏ ଯାହାକୁ ଦେହ ଜଳ କୁହାଯାଏ ଓ ବଳକା ୩୫ରୁ୪୦% କୋଷ ବାହାରେ ଥାଏ । କୋଷ ବ‌ହିର୍ଭୁତ ତରଳ ପଦାର୍ଥ ମଧ୍ୟରେ ଅନ୍ତରାଳୀୟ ତରଳ ପଦାର୍ଥ (interstitial), ଲସିକା (lymph) ଓ ରକ୍ତ (blood) ଅନ୍ତର୍ଭୁକ୍ତ । ଶରୀରରେ ପ୍ରାୟ ୬ରୁ ୧୦ ଲିଟର ଲସିକା ଓ ୩.୫ରୁ ୫ ଲିଟର ରକ୍ତ ଥାଏ ।[୧]


ଶାରୀରିକ ତରଳ ପଦାର୍ଥମାନଙ୍କର ତାଲିକା ସମ୍ପାଦନା

ଶ୍ରେଣୀ ଅନୁଯାୟୀ:

ସ୍ୱାସ୍ଥ୍ୟ ସମ୍ପାଦନା

ସ୍ୱାସ୍ଥ୍ୟ ଓ ରୋଗ ସମ୍ପର୍କରେ ଶାରୀରିକ ତରଳ ପଦାର୍ଥଗୁଡ଼ିକର ନାମ ଉଲ୍ଲେଖ କରାଯାଏ । ଆଧୁନିକ ମେଡିକାଲ, ଜନସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କୀୟ କଥାରେ ଏହାକୁ ସମ୍ଭାବ୍ୟ ଅପରିଷ୍କାର କୁହାଯାଏ । କାରଣ ଏଥିରେ ସଂକ୍ରମଣ ସୃଷ୍ଟିକାରୀ ପଦାର୍ଥ (ଭେକ୍ଟର ) ଯେପରିକି ଯୌନ ସଞ୍ଚାରିତ ରୋଗ ବା ରକ୍ତବାହୀ ରୋଗ ଥାଇପାରେ । ସାର୍ବଜନୀନ ସାବଧାନତା (Universal precautions) ଓ ବିପଦମୁକ୍ତ ଯୌନ‌କ୍ରିୟା ଅଭ୍ୟାସଦ୍ୱାରା ଶାରୀରିକ ତରଳ ପଦାର୍ଥ ବିନିମୟ ହୋଇପାରେ ନାହିଁ । ଶାରୀରିକ ତରଳ ପଦାର୍ଥଗୁଡ଼ିକ ମେଡିକାଲ ପରୀକ୍ଷାଗାରରେ ଅନୁଶୀଳନ କରି ଅଣୁଜୀବ, ପ୍ରଦାହ, କର୍କଟ ଇତ୍ୟାଦିକୁ ଚିହ୍ନଟ କରାଯାଏ ।

ନିଦାନୀୟ ନମୁନା ସମ୍ପାଦନା

ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) ।[୨] ଡାକ୍ତରୀ ପରିପ୍ରେକ୍ଷୀରେ ରୋଗ ନିର୍ଣ୍ଣୟକାରୀ ପରୀକ୍ଷା, ନିସ୍କର୍ଷ ଓ ରୋଗ ଚିହ୍ନଟର ଅନୁଶୀଳନ ନିମନ୍ତେ ନମୁନା ନିଆଯାଏ । [୩]

ନମୁନା ସମ୍ପାଦନା

ନମୁନା ପଦ୍ଧତି:

ଏହା ଦେଖନ୍ତୁ ସମ୍ପାଦନା


ଆଧାର ସମ୍ପାଦନା

  1. "Lymphatic Congestion - Symptoms, Diagnosis, Treatment and Information". Diagnose-me.com. Retrieved 2012-11-14.
  2. Packaging Guidelines for Clinical Samples - Retrieved 7 August 2014.
  3. specimen - www.thefreedictionary.com. Retrieved 7 August 2014

ଆହୁରି ଦେଖନ୍ତୁ ସମ୍ପାଦନା

  • Paul Spinrad. (1999) The RE/Search Guide to Bodily Fluids. Juno Books. ISBN 1-890451-04-5
  • John Bourke. (1891) Scatalogic Rites of All Nations. Washington, D.C.: W.H. Lowdermilk.


ବାହ୍ୟ ଲିଙ୍କ ସମ୍ପାଦନା