ଶରତ ଚନ୍ଦ୍ର ଦାଶ

ଭାରତୀୟ ବ୍ରିଟିଶ ଗୁପ୍ତଚର

ଶରତ ଚନ୍ଦ୍ର ଦାଶ (୧୮୪୯ - ୧୯୧୭) ଜଣେ ଭାରତୀୟ ବ୍ରିଟିଶ୍ ଗୁପ୍ତଚର ଥିଲେ । ତାଙ୍କ ପ୍ରଦତ୍ତ ତଥ୍ୟକୁ ଆଧାର କରି ଇଂରେଜମାନେ ତିବ୍ଦତର ମାନଚିତ୍ର ପ୍ରସ୍ତୁତ କରିବା ସହ ସେଠାକାର ରାଜନୈତିକ ଓ ସାମରିକ ବିଧି ବ୍ୟବସ୍ଥା ସଂପର୍କରେ ବହୁ ଜ୍ଞାନ ହାସଲ କରିଥିଲେ । ତାକୁଇ ଆଧାର କରି ସେମାନେ ତିବ୍ଦତ ଆକ୍ରମଣ କରିଥିଲେ । ଫଳରେ କେନ୍ଦ୍ର ଏସିଆରେ ଋଷର ପ୍ରାଧାନ୍ୟ ବ୍ୟାହତ ହେଲା ଏବଂ ତିବ୍ଦତ ସରକାର ଇଂରେଜମାନଙ୍କ ସହ ଚୁକ୍ତି କରିବାକୁ ବାଧ୍ୟ ହେଲେ।[]