ଶମ୍ପା ରେଜା

ବଙ୍ଗଳାଦେଶର ଅଭିନେତ୍ରୀ

ଶମ୍ପା ରେଜା ଜଣେ ବାଂଲାଦେଶୀ ମଡେଲ ଏବଂ ଅଭିନେତ୍ରୀ ।[୧][୨][୩] ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ତଥା ଧଲିଉଡ୍‌ରେ ଏବଂ ଦୂରଦର୍ଶନ ନାଟକ ଏବଂ ଧାରାବାହିକରେ ଅଭିନୟ କରନ୍ତି । ଦଶମ ଶ୍ରେଣୀରେ ପଢ଼ିବାବେଳୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ; ସେତେବେଳେ ସେ ଓଷ୍ଟ୍ରୋଟୋଗାନ୍ଧା ନାମକ ନାଟକରେ ପ୍ରଥମେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଦୂରଦର୍ଶନର ଧାରାବାହିକରେ ଅଭିନୟ କରିଥିଲେ ଏବଂ କିଛି ବଙ୍ଗଳାଦେଶୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ଶମ୍ପା ରେଜା
୨୦୧୭ରେ ରେଜା
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାନୁଷ୍ଠାନବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍, ଗୀତ
ବୈବାହିକ-ସାଥୀସୟଦ ତପନ ହକ୍

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶମ୍ପା ରେଜା ମାତ୍ର ଚାରି ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ।[୪] ସେ ଢାକାସ୍ଥିତ ହୋଲି କ୍ରସ୍ ସ୍କୁଲ୍‌ରେ ପଢ଼ୁଥିଲେ ।[୫] ସେ ୧୯୭୬ ମସିହାରେ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଶାନ୍ତିନିକେତନ ଯାଇଥିଲେ । ତାଙ୍କର ଶିକ୍ଷକ ଥିଲେ ଗୁରୁ ପଣ୍ଡିତ ଦ୍ରୁଭୁ ତାରା ଜୋଶୀ ।[୬]

ବୃତ୍ତିଗତ ଜୀବନ ସମ୍ପାଦନା

୧୯୭୫ ମସିହାରେ, ଯେତେବେଳେ ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେଲିମ୍ ଅଲ୍ ଡିନ୍‌ଙ୍କ ନିର୍ଦ୍ଦେଶିତ ଓଷ୍ଟ୍ରୋଟୋଗାନ୍ଧା ନାଟକରେ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ ହୋଇଥିଲା ।[୪] ସେ ବଙ୍ଗଳଦେଶୀ ଦୂରଦର୍ଶନ ଡ୍ରାମା ଇଡିଅଟ୍‌ରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ବହୁତ ବଡ଼ ସଫଳତା ଦେଇଥିଲା ।[୬][୭] ସେ ବାଂଲାଦେଶ ମୁକ୍ତି ଯୁଦ୍ଧ ଉପରେ ଆଧାରିତ ୨୦୧୬ ମସିହାର ଏକ ଚଳଚ୍ଚିତ୍ର ରିନା ବ୍ରାଉନରେ ଅଭିନୟ କରିଥିଲେ।[୮] ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ ଚଳଚ୍ଚିତ୍ର ଗୁଏର୍‌ଲିଆରେ ଅଭିନୟ କରିଥିଲେ ।[୯] ୨୦୧୫ ମସିହାର ଜାନୁଆରୀ ମାସରେ ତାଙ୍କୁ ଦ ଡେଲି ଷ୍ଟାର୍‌ଦ୍ୱାରା ଶୋବିଜ୍ ଫ୍ୟାଶନ୍ ଆଇକନ୍ ଘୋଷିତ କରାଯାଇଥିଲା ।[୧୦]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ରେଜାଙ୍କର ଦୁଇଟି ପୁଅ ଅଛନ୍ତି - ଧୃବ ଏବଂ ତିୟାଶ୍ ।[୬] ତାଙ୍କର ବର୍ତ୍ତମାନର ସ୍ୱାମୀ ହେଉଛନ୍ତି ସୟଦ ତପନ ହକ୍ । ତାଙ୍କର ଏକ ନାତୁଣୀ ମଧ୍ୟ ଅଛି ।[୧୧]

ସେ ଆନନ୍ଦ ନିକେତନ ଏବଂ ରୋଡେଲା ଚାଟ୍ଟୋର ଆଦି ବିଦ୍ୟାଳୟଗୁଡ଼ିକର ପ୍ରତିଷ୍ଠାତା, ଯେଉଁଠାରେ ସେ ଚିଲ୍ଡ୍ରେନ୍‌ସ୍ କ୍ଲବରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦିଅନ୍ତି ।[୬]

ଆଧାର ସମ୍ପାଦନା

  1. "Showbiz Fashion Icon". The Daily Star. 31 January 2015. Retrieved 5 February 2015.
  2. "Shampa Reza at 'Bipashar Otithi'". Priyo. 25 October 2012. Archived from the original on 6 February 2015. Retrieved 5 February 2015.
  3. "Shampa Reza in "Tea with Tootli"". The Daily Star (in ଇଂରାଜୀ). 2015-05-31. Retrieved 2017-03-26.
  4. ୪.୦ ୪.୧ Muhammad Zahidul Islam (12 July 2014). "Through the Eyes of Shampa Reza". The Daily Star. Retrieved 5 February 2015.
  5. "What makes us friends". Prothom Alo. Archived from the original on 2017-03-27. Retrieved 2017-03-26.
  6. ୬.୦ ୬.୧ ୬.୨ ୬.୩ Khan Nahida Moushumi (30 November 2013). "Shampa Reza's Undying Love for Music". The Daily Star. Archived from the original on 6 February 2015. Retrieved 5 February 2015.
  7. Rafi Hossain (30 November 2013). "Living with the Stars". The Daily Star. Archived from the original on 6 February 2015. Retrieved 5 February 2015.
  8. "Team Rina Brown". The Daily Star (in ଇଂରାଜୀ). 2017-01-21. Retrieved 2017-03-26.
  9. "5 Films for the Spirit of Liberation". The Daily Star (in ଇଂରାଜୀ). 2015-12-18. Retrieved 2017-03-26.
  10. "SHOWBIZ FASHION ICON". The Daily Star (in ଇଂରାଜୀ). 2015-01-31. Retrieved 2017-03-26.
  11. "GRAPE VINE". The Daily Star (in ଇଂରାଜୀ). 2014-07-12. Retrieved 2017-03-26.

ବାହାର ଆଧାର ସମ୍ପାଦନା