ଶବନମ

ବଙ୍ଗଳାଦେଶୀ ଅଭିନେତ୍ରୀ

ଝରଣା ବସାକ (ଜନ୍ମ:(1942-08-17)ଅଗଷ୍ଟ ୧୭, ୧୯୪୨

ଶବନମ
শবনম
Born
ଝରଣା ବସାକ

(1942-08-17) ୧୭ ଅଗଷ୍ଟ ୧୯୪୨ (ବୟସ ୮୧)
ଢାକା, ବାଂଲା ପ୍ରେସିଡେନ୍ସି, ବ୍ରିଟିଶ ଭାରତ
Nationalityବଙ୍ଗଳାଦେଶୀ
ପାକିସ୍ତାନୀ
Occupationଅଭିନେତ୍ରୀ
Years active୧୯୬୧–୧୯୯୯
Spouse
ରବିନ ଘୋଷ
(m. ୧୯୬୪; ଛାଞ୍ଚ:Dcପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Awardsନିଗାର ପୁରସ୍କାର


, ଜନ୍ମସ୍ଥାନ: ଢାକା, ବାଂଲା ପ୍ରେସିଡେନ୍ସି, ବ୍ରିଟିଶ ଭାରତ)[୧] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ଶବନମ ନାମରେ କଥାଚିତ୍ର ଜଗତରେ ପ୍ରସିଦ୍ଧ । ବାଂଲାଦେଶ ପାକିସ୍ତାନଠାରୁ ସ୍ୱାଧୀନ ହେବା ପୂର୍ବରୁ ଶବନମ ପାକିସ୍ତାନ କଥାଚିତ୍ର ଜଗତ ଏବଂ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ ।[୨] ପାକିସ୍ତାନୀ ଅଭିନେତା ୱାହୀଦ ମୁରାଦ ଶବନମଙ୍କୁ ପାକିସ୍ତାନୀ କଥାଚିତ୍ର ଜଗତରେ ଅଭିନୟ କରିବା ପ୍ରଥମ ସୁଯୋଗ ଦେଇଥିଲେ । ସେ ତାଙ୍କୁ ୧୯୬୮ ମସିହାରେ ପାକିସ୍ତାନୀ କଥାଚିତ୍ର ଜଗତରେ ତାଙ୍କ କଥାଚିତ୍ର ସମୁନ୍ଦର କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶବନମ ୬୦, ୭୦ ଏବଂ ୮୦ ଦଶକ ଯାଏଁ ପାକିସ୍ତାନୀ କଥାଚିତ୍ର ଜଗତ ଲଲ୍ଲିଉଡ୍‌ରେ ସକ୍ରିୟ ଥିଲେ । ନିଗାର ପୁରସ୍କାର ପାଇଁ ଶବନମ ଅନେକ ଥର ମନୋନୀତ ହୋଇଥିଲେ ଏବଂ ୧୩ଥର ଏହି ପୁରସ୍କାର ଜିତିଥିଲେ, ଯାହାକି ଜଣେ ଅଭିନେତ୍ରୀ ଭାବରେ ସର୍ବାଧିକ ଅଟେ । ସେ ପାଖାପାଖି ୧୮୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି । ପାକିସ୍ତାନୀ କଥାଚିତ୍ର ଜଗତରେ ସେ ୨୮ ବର୍ଷ ଧରି ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଥିଲେ ।[୩]

୧୯୬୮ ମସିହାରେ ସେ ପୂର୍ବ ପାକିସ୍ତାନରୁ ପଶ୍ଚିମ ପାକିସ୍ତାନକୁ ସ୍ଥାନାନ୍ତରିତ ହୋଇଥିଲେ[୪] ଏବଂ ସେଠାରେ ୯୦ ଦଶକ ଯାଏଁ ରହିଥିଲେ ଓ ପରେ ପୁଣି ତାଙ୍କର ଜନ୍ମସ୍ଥାନ ବଙ୍ଗଳାଦେଶକୁ ଫେରିଆସିଥିଲେ ।[୨]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶବନମ ୧୭ ଅଗଷ୍ଟ ୧୯୪୨ରେ ବ୍ରିଟିଶ ଇଣ୍ଡିଆର ଢାକାଠାରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପା ନାନୀ ବସାକ, ଢାକାର ଜଣେ ଫୁଟବଲ ରେଫେରୀ ଥିଲେ । ଜଣେ ବାଳିକା ହିସାବରେ ଶବନମ ତାଙ୍କ ଭଉଣୀ ତୁଳନାରେ ଅନେକ ଦୁଃସାହିକ କାର୍ଯ୍ୟ କରୁଥିଲେ । ଶବନମ ଛୋଟବେଳୁ ବିଭିନ୍ନ ନୃତ୍ୟକଳା ଅଭ୍ୟାସ କରୁଥିଲେ ଏବଂ ତାଙ୍କୁ ଜଣେ ସ‌ହ-ନର୍ତ୍ତକୀ ଭାବରେ ପ୍ରଥମେ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକା ମିଳିଥିଲା ଓ ଏହିଭଳି କଳାକାର ଭାବରେ ତାଙ୍କର ପେଶା ଆରମ୍ଭ ହୋଇଥିଲା ।[୩]

ଅଭିନୟ ଜୀବନ ସମ୍ପାଦନା

 
୧୯୬୨ ମସିହାରେ ଚନ୍ଦା ଚଳଚ୍ଚିତ୍ରର ପୋଷ୍ଟରେ ଶବନମ

ଶବନମଙ୍କ ବାପା ବୁଲବୁଲ ଲଳିତକଳା ଏକାଡେମୀକୁ ଚିକିତ୍ସା ପାଇଁ ଯିବାପାଇଁ, ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଶବନମଙ୍କର ବାପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ତାଙ୍କୁ ଏଇ ଦେଶ ତମର ଆମର କଥାଚିତ୍ରର ଏକ ନୃତ୍ୟରେ କାମ କରିବାକୁ ଯୋଗାଡ଼ କରିଥିଲେ । ଏହାପରେ ସେ ଏକ ବଙ୍ଗାଳୀ କଥାଚିତ୍ର ହାରୋଣ ଦିନ୍‌ରେ ସେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୩]

ପଶ୍ଚିମ ପାକିସ୍ତାନର କଥାଚିତ୍ର ନିର୍ଦ୍ଦେଶକ ଏହତେଶାମ ଶବନମଙ୍କୁ ଏକ ଉର୍ଦ୍ଦୁ କଥାଚିତ୍ର ଚନ୍ଦାରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ, ତେଣୁ ସେ ପଶ୍ଚିମ ପାକିସ୍ତାନକୁ ଚାଲିଯାଇଥିଲା । ସେତେବେଳେ ଶବନମଙ୍କର ଉର୍ଦ୍ଦୁ ଠିକ ନଥିବାରୁ ସେ ବଙ୍ଗଳା ଲିପିରେ ସଂଳାପ ଲେଖି ଆଖଡ଼ାରେ ଅଭ୍ୟାସ କରୁଥିଲେ । ଏହି କଥାଚିତ୍ରଟିର ସଙ୍ଗୀତ ଶବନମଙ୍କର ପତି ରବିନ ଘୋଷଙ୍କଦ୍ୱାରା ସଂଯୋଜନା କରାଯାଇଥିଲା । ଏହି କଥାଚିତ୍ରଟିର ଶବନମଙ୍କର ଜୀବନରେ ସବୁଠାରୁ ବଡ଼ ସଫଳ ଚଳଚ୍ଚିତ୍ର ହୋଇଥିଲା, ଯାହାକି ପାକିସ୍ତାନୀ କଥାଚିତ୍ର ଜଗତରେ ବଡ଼ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।

ବୈବାହିକ ଜୀବନ ସମ୍ପାଦନା

୧୯୬୬ ମସିହାରେ ଶବନମ ପ୍ରସିଦ୍ଧ ସଙ୍ଗୀତ ସଂଯୋଜକ ଏବଂ ନିର୍ଦ୍ଦେଶକ ରବିନ ଘୋଷଙ୍କୁ ବିବାହ କରିଥିଲେ । ଉଭଉଙ୍କର ରୋନୀ ଘୋଷ ନାମରେ ଗୋଟିଏ ପୁଅ ଅଛି । ରବିନ ଘୋଷ ୧୩ ଫେବୃଆରୀ ୨୦୧୬ରେ ଢାକାଠାରେ ମୃତ୍ୟବରଣ କରିଥିଲେ ।[୫] ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶବନମ ତାଙ୍କ ପତି ରବିନଙ୍କ ସବୁକିଛି ବିଷୟରେ କ‌ହିଥିଲେ ।[୬] ଶବନମ ଚଳଚ୍ଚିତ୍ର ଜଗତରେ ଅବସର ନେବାପରେ ତାଙ୍କ ପିତାମାତା ଏବଂ ପତିଙ୍କର ମୃତ୍ୟ ପର୍ଯ୍ୟନ୍ତ ସେବା କରିଥିଲେ ।[୭]

ଆଧାର ସମ୍ପାଦନା

  1. "Legendary actress Shabnam celebrates her birthday". Priyo. 19 August 2010. Archived from the original on 25 August 2011. Retrieved 20 February 2015.
  2. ୨.୦ ୨.୧ "Leaving Pakistan and Lollywood was painful, says Shabnam". Dawn. 11 March 2017. Retrieved 24 August 2017.
  3. ୩.୦ ୩.୧ ୩.୨ "Meet Pakistan's biggest star from Bangladesh whom India hasn't celebrated!". Times of India Blog (in ଆମେରିକୀୟ ଇଂରାଜୀ). Retrieved 2018-03-25.
  4. ୪.୦ ୪.୧ The biggest star you’ve never heard of
  5. "Music composer Robin Ghosh passes away". The Daily Star (in ଇଂରାଜୀ). 2016-02-13. Retrieved 2018-03-25.
  6. Reporter, Dawn Newspaper Staff (2017-03-11). "Leaving Pakistan and Lollywood was painful, says Shabnam". Images (in ଆମେରିକୀୟ ଇଂରାଜୀ). Retrieved 2018-03-25.
  7. "Shabnam - Indpaedia". indpaedia.com (in ବ୍ରିଟିଶ୍‌ ଇଂରାଜୀ). Archived from the original on 2018-02-28. Retrieved 2018-03-26.

ବାହାର ଆଧାର ସମ୍ପାଦନା