ଶତପୂରା ଏକ ଭାରତୀୟ ପର୍ବତ ଶ୍ରେଣୀ । ଏହା ପୂର୍ବ ଗୁଜରାଟ ରାଜ୍ୟରୁ ଆରମ୍ଭ ହେଇ ମହାରାଷ୍ଟ୍ର ସୀମା , ମଧ୍ୟପ୍ରଦେଶ ଓ ଛତିଶଗଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଉତ୍ତରାଞ୍ଚଳର ବିନ୍ଦ୍ୟ ପର୍ବତମାଳା ସହ ସମାନ୍ତରାଳ ଭାବରେ ଯାଇଥାଏ । ଏହି ଦୁଇ ପାର୍ବତ୍ଯ ମାଲା ଭରତକୁ ଇଣ୍ଡୋ-ଗଙ୍ଗୀୟ ସମତାଳଭୂମି ଓ ଡେକାନ ମାଳଭୂମିରେ ବିଭକ୍ତ କରେ । ନର୍ମଦା ନଦୀ ଶତପୂରା ରେଞ୍ଜର ଉତ୍ତରାଞ୍ଚଳ  ରୁ ବାହାରି ଆରବ ସାଗର ଯାଇ ପ୍ରବାହିତ ହେଇଥାଏ ।ତପ୍ତି ନଦୀ ଶତପୁରାର ପୂର୍ବ କେନ୍ଦ୍ର ଅଞ୍ଚଳରୁ ବାହାରି ସୁରାଟଠାରେ ଆରବ ସାଗରରେ ପତିତ ହୁଏ । ଦେକ୍କାକ୍ନ ମାଳଭୂମିର ଜଳ ଗୋଦାବରୀ  ଓ ମହାନଦୀଦ୍ୱାରା ବାହିତ  ହେଇ ବଙ୍ଗୋପସାଗରରେ ପତିତ ହୁଏ ।  

ଶତପୁରା ରେଞ୍ଜ
सतपुड़ा पर्वत
Pachmarhi valley
Elevation୧,୩୫୦ m (୪,୪୨୯ ft)
Location
Topographic map of India showing the Satpura range in the Central region
Coordinates22°27′2″N 78°22′14″E / 22.45056°N 78.37056°E / 22.45056; 78.37056

ବ୍ୟୁପତ୍ତି  ସମ୍ପାଦନା

ମୂଳ ସଂସ୍କୃତ ଶବ୍ଦ  ଶତ ପୁରା ବା ଶହେ ପର୍ବତ ଅନୁସାରେ ଏହାର ନାମ ଶତ ପୁରା ରହିଲା ।  

ଭୌଗୋଳିକ ସ୍ଥିତି  ସମ୍ପାଦନା

ଏଠାରେ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳଠାରୁ ଅଧିକ ବର୍ଷାଜଳ ପାଏ । 

ଜୀବ ଓ ଉଦ୍ଭିଦ  ସମ୍ପାଦନା

ଘଞ୍ଚ ଆରଣ୍ୟରେ ପରିପୂର୍ଣ ଏହି ଅଞ୍ଚଳରେ ବହୁବିଧ ଜୀବ ଜନ୍ତୁ ଓ ପକ୍ଷୀ ରହନ୍ତି । ଏହି ଅଞ୍ଚଳରେ କାହ୍ନା , ପେଚ , ଗୁଗାମାଳ , ଶତତ୍ପୁରା, ପଞ୍ଚମଢ଼ି ଜୈବ ଉଦ୍ୟାନ , ମେଲଘାଟ ବ୍ୟାଘ୍ର ରିଜର୍ଭ ବୋରୀ ରିଜର୍ଭ ଆରଣ୍ୟ ଆଦି ଅନେକ ସଂରକ୍ଷିତ ଅଞ୍ଚଳ ରହି ଏହାର ପ୍ରକୃତିକ ଜୈବ ସମ୍ପଦକୁ ସୁରକ୍ଷିତ ରଖିବାର ଉଦ୍ୟମ ହେଇଛି । 

ପର୍ଯ୍ୟଟନ  ସମ୍ପାଦନା

ଏଠାରେ ଥିବା ଜାତୀୟ ଉଦ୍ୟାନ ଓ ବନ୍ୟା ଜନ୍ତୁ ଅଭୟାରଣ୍ୟକୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି . 

  • ମଧ୍ୟ ପ୍ରଦେଶର ପଞ୍ଚମଢ଼ୀ ଏକ ପ୍ରସିଦ୍ଧ ଶୈଳ ନିବାସ । ଏହା ଟ୍ରେକିଙ୍ଗ ପାଇଁ ଏକ ଖୁବ ଆକର୍ଷଣୀୟ ସ୍ଥଳ । 
  • ଶତପୁରା ଜାତୀୟ ପାର୍କ ମଧ୍ୟ ପ୍ରଦେଶର ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ । 
  • କାନହା ଜାତୀୟ ପାର୍କ ଏକ ସୁରକ୍ଷିତ ବନ୍ୟା ପ୍ରାଣୀ ଉଦ୍ୟାନ ସହ ଏକ ବ୍ୟାଘ୍ର ରିଜର୍ଭ । ଏଠାରେ ବହୁ ବୈଧ ଜୀବ ଜନ୍ତୁ ରହିଥାନ୍ତି । 
  • ବୋରୀ ବନ୍ୟା ପ୍ରାଣୀ ଅଭୟାରଣ୍ୟ ଭାରତର ସର୍ବ ପୁରାତନ ଅଭୟାରଣ୍ୟ । ଏହା 1865 ମସିହାରେ ସ୍ଥାପିତ ହେଇଥିଲା । ଏହା ତେବା ନଦୀ କୁଳରେ ଅବସ୍ଥିତ । 
  • ମଧ୍ୟ ପ୍ରଦେଶର ବାନ୍ଧବଗଡ ଜାତୀୟ ପାର୍କ ଅନ୍ଯତମ ଆକର୍ଷଣୀୟ ପର୍ଯ୍ୟଟକ ସ୍ଥଳୀ । 
  • ଅମରକଣ୍ଟକ ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ ହେବା ସହ ତୀର୍ଥ ସ୍ଥଳୀ ଭାବରେ ମଧ୍ୟ ବିଖ୍ୟାତ । 

ଅନ୍ୟ  ସମ୍ପାଦନା

ଏହି ପର୍ବତ ଶ୍ରେଣୀର ନାମ ଅନୁସାରେ ଭାରତୀୟ ନୌସେନାର ଜାହାଜ INS Satpuraaର ନାମକରଣ ହେଇଛି । 

ରହଣି ସ୍ଥଳ  ସମ୍ପାଦନା

ଏଠାରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗ ତରଫରୁ ହୋଟେଲ ମାନ ଖୋଲା ଯାଇଛି । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Tourism in Madhya Pradesh
  • Tourism in Maharashtra
  • Tourism in Gujarat

ବାହାର ଲିଙ୍କ  ସମ୍ପାଦନା

ଆଧାର  ସମ୍ପାଦନା