ଶଗୁନ୍ ଚୌଧୁରୀ (ଜନ୍ମ ୧୯୮୩) ଜଣେ ରାଜସ୍ଥାନ ଜନ୍ମିତ ଭାରତୀୟ ବନ୍ଧୁକଚାଳନା ଖେଳାଳି । ସେ ଲଣ୍ଡନରେ ଅନୁଷ୍ଠିତ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଟ୍ରାପ୍ ବନ୍ଧୁକଚାଳନା ପ୍ରତିଯୋଗିତାରେ ୨୦ତମ ସ୍ଥାନ ଅଧିକାର କରିଥିଲେ ।[୧] ସେ ଅଲିମ୍ପିକ୍ ଗୋଲ୍ଡ୍ କ୍ୱେଷ୍ଟ୍ଦ୍ୱାରା ସମର୍ଥିତ ହେଉଛନ୍ତି ।

ଶଗୁନ୍ ଚୌଧୁରୀ
ଜନ୍ମ
ଶଗୁନ୍ ଚୌଧୁରୀ

(1983-06-26) ୨୬ ଜୁନ ୧୯୮୩ (ବୟସ ୪୦)
ବୃତ୍ତିବନ୍ଧୁକଚାଳନା

ଶଗୁନ୍ ଓଏନ୍‌ଜିସିର ଜଣେ ଖେଳାଳି । ସେ ତାଙ୍କର ସଫଳତାର ଶ୍ରେୟ ଇଟାଲୀର ମାର୍ସେଲୋ ଦ୍ରାଦି ଓ ମନୋବୈଜ୍ଞାନିକ ବୈଭବ ଆଗାସେଙ୍କୁ ଦିଅନ୍ତି । ୨୦୦୫ରେ ଶଗୁନ୍ ଡବଲ୍ ଟ୍ରାପ୍‌ରୁ ଟ୍ରାପ୍‌କୁ ବିଭାଗ ପରିବର୍ତ୍ତନ କରିଥିଲେ ।ତାଙ୍କ ବାପା ସୁଧୀର ଚୌଧୁରୀ ତାଙ୍କୁ ୨ ବର୍ଷ ହୋଇଥିବା ବେଳେ ସ୍କିଟ୍ ବନ୍ଧୁକଚାଳନା ଶିଖାଇଥିଲେ ।[୨]

ସେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ ଟ୍ରାପ୍ ବନ୍ଧୁକଚାଳନାକୁ ଯୋଗ୍ୟତା ଅର୍ଜନ କରିଥିଲେ ।[୩] ଲଣ୍ଡନ୍ ଅଲିମ୍ପିକ୍, ୨୦୧୨ରେ ସେ ୬୧ ପଏଣ୍ଟ୍ ସ‌ହ ୨୦ତମ ସ୍ଥାନରେ ଥିଲେ । ୧୬ ନଭେମ୍ବର ୨୦୧୭ରେ ୬୧ମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ମହିଳା ଟ୍ରାପ୍ ବିଭାଗରେ ବିଜେତା ଥିଲେ ।

ଆଧାର ସମ୍ପାଦନା

  1. "Trap results - Shooting - London 2012 Olympics". www.olympic.org. Retrieved 2015-06-15.
  2. "Shagun Chowdhary at Olympics 2012". Archived from the original on 2013-02-02. Retrieved 2018-07-24.
  3. Ajinkya, Vivek (March 1, 2012). "It's not been an easy ride for Shagun Chowdhary". Mid Day.