ଶକୁନ୍ତଳା ପଣ୍ଡା
ଓଡ଼ିଆ ସାହିତ୍ୟିକ ଓ ସମ୍ପାଦିକା
ଶକୁନ୍ତଳା ପଣ୍ଡା(୧୦ ନଭେମ୍ବର ୧୯୩୯-୧୪ ଜାନୁଆରୀ, ୨୦୧୭) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦିକା ଥିଲେ ।[୨] ମାସିକ ପତ୍ରିକା ସୁଚରିତାକୁ ସେ ୨୭ବର୍ଷ ଧରି ସମ୍ପାଦନା କରିଆସୁଥିଲେ ।[୩]
ଶକୁନ୍ତଳା ପଣ୍ଡା | |
---|---|
ଜନ୍ମ | ଶକୁନ୍ତଳା ପଣ୍ଡା ୧୦ ନଭେମ୍ବର ୧୯୩୯
|
ମୃତ୍ୟୁ | ୧୪ ଜାନୁଆରୀ ୨୦୧୭ ସହିଦନଗର, ଭୁବନେଶ୍ୱର | (ବୟସ ୭୭)
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ହରିହର ପଣ୍ଡା |
ସନ୍ତାନ | ସୁସ୍ମିତା ବାଗ୍ଚୀ, ସଞ୍ଜୟ ପଣ୍ଡା |
ଜୀବନୀ
ସମ୍ପାଦନାଶକୁନ୍ତଳା, ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହରିହର ପଣ୍ଡାଙ୍କୁ ବିବାହ କରିଥିଲେ । ପୁତ୍ର ସଞ୍ଜୟ ଜଣେ ଭାରତୀୟ ବୈଦେଶିକ ସେବା ଅଧିକାରୀ ଓ କନ୍ୟା ସୁସ୍ମିତା ବାଗ୍ଚୀ ଜଣେ ଲେଖିକା ଅଟନ୍ତି ।[୪] ଜାମାତା ସୁବ୍ରତ ବାଗ୍ଚୀ ଆଇ.ଟି କମ୍ପାନୀ "ମାଇଣ୍ଡ ଟ୍ରି କଂସଲଟିଂ"ର ପ୍ରତିଷ୍ଠାତା ତଥା ଓଡ଼ିଶାର "ସ୍କିଲ ଡେଭେଲପମେଣ୍ଟ ଅଥରିଟି"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ସୁଚରିତା ପତ୍ରିକା ୧୯୭୫ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା[୫] ଓ ସେବେଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ ଏହି ପତ୍ରିକା ସମ୍ପାଦନା କରି ଆସୁଥିଲେ । ଏହା ବ୍ୟତିତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ନେସନାଲ ବୁକ ଟ୍ରଷ୍ଟର ଆଡ଼ଭାଇଜରି କମିଟିର ସଦସ୍ୟ, ଓଡ଼ିଆ କଥାଚିତ୍ର ସେନସର ବୋର୍ଡ଼ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୬]
ରଚନାବଳୀ
ସମ୍ପାଦନାଗଳ୍ପ ସଂକଳନ
ସମ୍ପାଦନା- ଅନେକ ଦିନ ପରେ
- ସୂର୍ଯ୍ୟ ଶିଖା
- ଅନ୍ଧାରର ରଙ୍ଗ
- ନିଷିଥର ସୂର୍ଯ୍ୟ
- ମନିକାର ଘର
- ଜେରୁଜେଲମ୍ ସନ୍ଥ
- ପକ୍ଷୀ ଉଡ଼ିଯା
- ନିର୍ଜନ ଦ୍ୱୀପର ନେପୋଲିୟନ୍[୭]
ଉପନ୍ୟାସ
ସମ୍ପାଦନା- ସୀମାହୀନ
- ତମସା
- ମଞ୍ଜୁଳାର ଝିଅ[୮]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଉତ୍କଳ ଭାରତୀ କୁନ୍ତଳା କୁମାରୀ ପୁରସ୍କାର - ୨୦୧୪[୯]
ଆଧାର
ସମ୍ପାଦନା- ↑ Amal Ghose (1977). Who's who of Indian women, international. National Biographical Centre.
- ↑ Press and Advertisers Year Book. Infa Publications. 2002.
- ↑ Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
- ↑ http://www.thehindu.com/features/metroplus/society/odia-writer-susmita-bagchi-on-her-first-english-novel/article7535158.ece
- ↑ CMP Information; Ernest Benn Ltd. (London) (2004). Benn's Media. Benn.
- ↑ http://odishasuntimes.com/2017/01/14/editor-sucharita-sakuntala-panda-no/
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୪-୧୭ ପୃଷ୍ଠା ୪-୫. Retrieved 4 February 2017.
- ↑ http://sambad.in/news/special/31160.html[permanent dead link]
- ↑ http://odishasuntimes.com/2014/07/30/odisha-story-teller-sakuntala-panda-receive-utkal-bharati-award/